ନିର୍ମାଣ ଅନୁଷ୍ଠାନରେ ପାଳିତ ହେଲା 80ତମ ସ୍ୱାଧୀନତା ଦିବସ*

ବାଲିଅନ୍ତା୧୫/୦୮:- ବାଳକାଟି ସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍ ପରିସରରେ ଅଶି ତମ ସ୍ୱାଧୀନତା ଦିବସ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି।ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧେଶ୍ୱର ମହାନ୍ତି ଙ୍କ ତତ୍ୱାବଧାନରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ସଂଳାପ ଲେଖକ ଡଃ. ରଜନୀ ରଞ୍ଜନ ଦାସ,ମୁଖ୍ୟ ବକ୍ତା ଭାବେ ପ୍ରତାପଶାସନ ଡିଗ୍ରୀ କଲେଜର ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ରାଉତ, ଏବଂ ସମ୍ମାନିତ ଅତିଥି ଭାବେ ରାଜଧାନୀ ପୁସ୍ତକ ମେଳାର ସମ୍ପାଦକ ଶ୍ରୀ ବିଭୂତି ଭୂଷଣ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସୃଜନଶୀଳ ହେବା ସହିତ ବର୍ତମାନ ଓପରିସ୍ଥିତିରେ ନିଜକୁ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ।ଅନୁଷ୍ଠାନର ଅଡିଟୋରିୟମରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଦ୍ୱାରା ବିଭିନ୍ନ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଚଳିତ ବର୍ଷ +୨ ପରୀକ୍ଷାରେ ସଫଳ ହୋଇଥିବା ୧୨ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ “ନିର୍ମାଣ ମେଧା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା। ପୂର୍ବରୁ ଆୟୋଜିତ ହୋଇଥିବା ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ନୃତ୍ୟ ଏବଂ ସଂଗୀତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଏବଂ ମେଡାଲ ପ୍ରଦାନ କରାଯାଇଥିଲା।

PGDM ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବାସୁଦେବ ଆଚାର୍ଯ୍ୟ ଏବଂ ସୋୟଙ୍ଗ ସିଦ୍ଧ ପରିଚାଳନା କରୁଥିବା ବେଳେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ। ଦର୍ଶକମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ବହୁ ଆଦୃତ ହୋଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page