କେନ୍ଦୁପଲ୍ଲୀ ମହୋତ୍ସବ ଭାତୃଭାବର ଏକ ଅନନ୍ୟ ଉଦାହରଣ

ବାଙ୍କୀ /କଟକ: ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ମହୋତ୍ସବ ଉଦଯାପିତ ହୋଇଯାଇଛି I ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ସଭାପତିତ୍ବ,ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ତଥା ସାରସ୍ୱତ ପ୍ରତିଭା କବିସୁନୀଲ ମିଶ୍ରଙ୍କପୌରହିତ୍ୟରେଅନୁଷ୍ଠିତ ଉଦଯାପନୀସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବାଗ୍ନୀ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ,ମୁଖ୍ୟବକ୍ତା ଭାବେ ଓଡିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକଡ଼ଃପ୍ରଦୀପକୁମାର ବିଶ୍ୱାଳ, ବରେନ୍ୟ ଅତିଥି ଭାବେ ଚିନ୍ତକ ପୂଜ୍ୟପୂଜା ପ୍ରାଣ ବିଜୟ ପରିଡା ଯୋଗଦେଇ କେନ୍ଦୁପଲ୍ଲୀ ମହୋତ୍ସବ ସମଗ୍ର ଓଡିଶାକୁ ଭାତୃଭାବ ସୂତ୍ରରେ ବାନ୍ଧି ରଖିବା ସହିତ ଉତ୍କଳର କଳା, ସଂସ୍କୃତି,

ପରମ୍ପରାକୁଗୁରୁତ୍ୱ ପ୍ରଦାନ ସହିତ ନିଜ ଉତ୍ତରଦାୟିତ୍ୱ ସଠିକଭାବେ ତୁଲାଉଛିବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ. ଏହି ଅବସରରେ ସାମ୍ବାଦିକତା, ପୂଜ୍ୟପୂଜା ପାଇଁ ପ୍ରଦ୍ୟୁମ୍ନ ଶତପଥିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନାପ୍ରଦାନକରାଯାଇଥିଲା I ବୈଦେଶ୍ଵରମାଟିଯୋଗଜନ୍ମାପଣ୍ଡିତନୀଳମଣିବିଦ୍ୟାରତ୍ନଙ୍କ ମାଟିଓଏଠାକୁ ଆସି ମୁଁ ବିଶେଷ ଗର୍ବିତ ବୋଲି ପ୍ରଦ୍ୟୁମ୍ନ ବାବୁ କହିବା ସହିତ ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟଅର୍ପଣ କରି ତାଙ୍କ ଦାୟାଦଙ୍କୁ ଭେଟିଥିଲେ. ସୋମନାଥ ଖଟୁଆ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରବୀନ୍ଦ୍ର ରଣା, ଉଦୟନାଥ ସାହୁ,କୃଷ୍ଣଚନ୍ଦ୍ର ଚୌଧୁରୀ,ସୁଦର୍ଶନ ସାହୁ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ I ଶେଷରେ ଦେଶପ୍ରେମ ଆଧାରିତ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲାI

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page