ଓଡ଼ିଶା ଘରୋଇ ହୋମିଓପ୍ୟାଥିକ ଚିକିତ୍ସକ ସଂଘର୯ମ ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶା ଘରୋଇ ହୋମିଓପ୍ୟାଥିକ ଚିକିତ୍ସକ ସଂଘର ୯ମ ବାର୍ଷିକ ସମ୍ମିଳନୀ ତଥା ହୋମିଓପ୍ୟାଥିକର ଜନକ ସାମୁଏଲ ହ୍ୟାନିମାନଙ୍କ ୨୭୦ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଲୱେ ଅଡିଟୋରିୟମରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସ୍ୱାସ୍ଥ୍ୟସେବାର ନିଦେ୍ର୍ଦଶକ ଡ. ବିଜୟ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ମେଡ଼ିକାଲ କଲେଜର ପୂର୍ବତନ ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ସୁଧାଂଶୁ ଶେଖର ସିଂ, ସମ୍ମାନିତ ଅତିଥି ଭାବରେ ଏସିଆନ ଏଜ୍ ଏବଂ ଡିନ୍ କ୍ରୋନିକିଲ୍ର ସମ୍ପାଦକ ଅକ୍ଷୟ କୁମାର ପତି, ଡିଏମ୍ଏସ୍ର ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ର ମାନସିଂହ, ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର, ଭାରତ ସରକାରଙ୍କ ଇପିଏଫ୍ର ସଦସ୍ୟ ଇଂ ଶ୍ରୀକାନ୍ତ କୁମାର ବ୍ରହ୍ମା, ୱେଲସନ ପରି•ଳନା ନିଦେ୍ର୍ଦଶକ ଅନୁପ କୁମାର ସିଂ, ୱେଲସନ ପରିଚାଳନା ନିଦେ୍ର୍ଦଶକ ଡ. ସୁଧାଂଶୁ ଭୂଷଣ ସିଂ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ହ୍ୟାନିମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଏପ୍ରିଲ ୧୦ ତାରିଖ ହେଉଛି ହୋମିଓପ୍ୟାଥିକର ଜନକ ହ୍ୟାନିମାନଙ୍କର ମାନବ ସମାଜ ପାଇଁ ଅବଦାନ ବିଷୟରେ ବକ୍ତାମାନେ ନିଜ ନିଜ ଅଭିଭାଷଣ ରଖିଥିଲେ । ସଂଘର ସଭାପତି ନେତ୍ରାନନ୍ଦ ଭୋଇ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ପ୍ରଫୁଲ୍ଲ କୁମାର ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ । ବହୁଦିନ ଧରି ଅପାନ୍ତର ଅଞ୍ଚଳରେ ବହୁ କମ୍ ପଇସାରେ ହୋମିଓପ୍ୟାଥିକ ଚିକିତ୍ସାକୁ ଆୟୁଧ କରି ପାରମ୍ପରିକ ପଦ୍ଧତିରେ ଲୋକମାନଙ୍କର ସେବା ଯୋଗାଇ ଆସୁଥିବା ଘରୋଇ ହୋମିଓପ୍ୟାଥିକ ଚିକତ୍ସକମାନେ ବହୁ ସେବା ଦେଇ ଆସୁଛନ୍ତି । କୌଣସି ଆର୍ଥିକ ବୋଝ ନ ରଖି ସଂଘର ସଦସ୍ୟମାନଙ୍କୁ ପଞ୍ଜିକୃତ କରି ସେବା ଯୋଗାଇ ଦେବା ପାଇଁ ସଂଘ ତରଫରୁ ସରକାରଙ୍କ ନିକଟରେ ବହୁଦିନ ଧରି ଦାବି ହେଇ ଆସୁଥିଲେ ମଧ୍ୟ ସରକାର ଏଥିପତି କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନିହାର ବିଶ୍ୱାଳ, ଅନନ୍ତ ନାରାୟଣ ସାହୁ, ଅଶୋକ କୁମାର ଆଚାର୍ଯ୍ୟ, କାଳିପ୍ରସନ୍ନ ରାଉତ, ବିକାଶ ମହାନ୍ତି, ଶର୍ମିଷ୍ଠା ମହାପାତ୍ର, କୃତିବାସ ପ୍ରଧାନ, ରାଜେନ୍ଦ୍ର ଆଚାର୍ଯ୍ୟ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ନାରାୟଣ ବିଶୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page