ମନକିବାତରେ ସାନଚେରଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ନାଗଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ

କୃଷି ଉତ୍ପାଦକ ସଂଗଠକୁ ପ୍ରୋତ୍ସାହିତ କରିବାକୁ ଆହ୍ବାନ ଦେଲେ ମୋଦୀ

କଳାହାଣ୍ଡି,୨୯/୧୨(ପ୍ୟାରିଲାଲ ଦୁର୍ଗା): ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁନଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ ଚାଷୀ ଟମାଟୋ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅଞ୍ଚଳର ୧୫୦ରୁ ଉର୍ଦ୍ଧ ଲୋକଙ୍କୁ ନିଜ ଟମାଟୋ ବଗିଚାରେ କାମ ଯୋଗାଇ ଦେଇ ସ୍ୱାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି । ତାଙ୍କର ଏହି ପ୍ରୟାସ କୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ୧୧୭ ତମ ମନକିବାତ କାର୍ଯ୍ୟକ୍ରମରେ କହିଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁର ଯୁବ ଚାଷୀ

କୃଷ୍ଣଚନ୍ଦ୍ର ନାଗ । ୨୦୦୮ ମସିହାରେ ପ୍ରଥମେ ୨୦ ରୁ ୨୫ ଡିସମିଲ ଜାଗାରେ ଟମାଟୋ ଚାଷ ଆରମ୍ଭ କରିଥିଲେ ସେତେବେଳେ ସେ ୭୨ କ୍ୟୁଣ୍ଟାଲ ଟମାଟୋ ପାଇଥିଲେ । କିନ୍ତୁ ନିଜ ଖାଲୁଆ ଜମିକୁ ସମୁତୁଳ କରି ଚଳିତ ବର୍ଷ ୨୦୦ ଏକର ଜମିରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ କରି ଚଳିତ ବର୍ଷ ୧.୫ କୋଟି ଉର୍ଦ୍ଧ ଟଙ୍କା ରୋଜଗାର କରିବା ଲକ୍ଷରେ ଅଛନ୍ତି । ଠିକ ସେହିପରି ଚଳିତ ବର୍ଷ ୧୫୦ ଏକର ଜମିରେ କଲରା ଚାଷ କରି ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଜଗାର କରି ପାରିଛନ୍ତି |କମ ସାରରେ ଜ୍ୟୈବିକ ପଦ୍ଧତିରେ ଚାଷ କରୁଥିବାରୁ ତାଙ୍କର ଟମାଟୋ ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶାରେ ବେଶ ଚାହିଦା ଥିବା ବେଳେ ପଡୋଶୀ ରାଜ୍ୟ ଛତିଶଗଡ଼ର ବ୍ୟବସାୟୀ ମାନେ ତାଙ୍କ ବଗିଚାକୁ ଆସି ଟମାଟୋ ଓ କଲରା ରପ୍ତାନୀ କରିଥାନ୍ତି । ଆଧୁନିକ ଜ୍ୟୈବିକ ପ୍ରଣାଳିରେ ଚାଷ କରୁଥିବାରୁ ଉକ୍ତ ଯୁବ ଚାଷୀଙ୍କ ଚାଷ ଓ ଚାଷ କାର୍ଯ୍ୟ ପ୍ରଣାଳିକୁ ଦେଖିବାକୁ ବିଭିନ୍ନ କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆସୁଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାର କୃଷି ବିଭାଗର ଟିମ ମଧ୍ୟ ଚାଷ କାର୍ଯ୍ୟ ଦେଖିବାକୁ ଆସିଥାନ୍ତି । ଗୋଲାମୁଣ୍ଡା ବ୍ଲକର ଲୋକେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ବେଳେ ସାନଚେରଗାଁ ଭଳି ଏକ ଗାଉଲି ଗ୍ରାମରେ ସେ ଏକ ଉଚ୍ଚ ଶିକ୍ଷିତ ଯୁବକ ହୋଇ ଚାଷ କାର୍ଯ୍ୟକୁ ଜୀବିକା କରିବା ସହିତ ୧୫୦ ରୁ ଉର୍ଦ୍ଧ୍ବ ପରିବାରକୁ ପ୍ରତିପୋଷଣ କରି ପାରିଥିବାରୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ୧୧୭ ତମ ମନକିବାତ କାର୍ଯ୍ୟକ୍ରମରେ ତାଙ୍କର ଚାଷ କାର୍ଯ୍ୟକୁ ପ୍ରଶଂସା କରିଥିବାରୁ କୃଷ୍ଣ ନାଗ ବେଶ ଉତ୍ସାହିତ ହୋଇଥିବା ପ୍ରକାଶ କରିଛନ୍ତି । ଅପର ପକ୍ଷରେ ଏପରି କୃଷି ଉତ୍ପାଦନ ସଂଗଠନକୁ ପ୍ରୋତ୍ସାହିତ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମନକି ବାତ କାର୍ଯ୍ୟକ୍ରମ ପରେ ଧର୍ମଗଡ ବିଧାୟକ ସୁଧୀର ରଂଜନ ପଟ୍ଟଯୋଷୀ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବରିଷ୍ଠ ବିଜେପି ନେତା ମନୋଜ ମେହେର ଶ୍ରୀ ନାଗଙ୍କ ବଗିଚାକୁ ଯାଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page