ଚମ୍ପୁଆ: ଅଧ ରାତି ରେ ପରିଶ୍ରା କରିବାକୁ ଘରୁ ବାହାରି ଥିବା ବେଳେ ଦଳି ଦେଲା ଦନ୍ତା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲି ବନ୍ଧ ସେକ୍ସନ ର ରେଭେନ୍ସା ପୁର (ଖ) ଗ୍ରାମ ରେ ଘଟିଛି ଅଘଟଣ। ରାତି ପ୍ରାୟ ୨ଟା ବେଳେ ରେଭେନ୍ସା ପୁର(ଖ) ଗ୍ରାମ ର ରଥ ମୁଣ୍ଡା ଘରୁ ପରିଶ୍ରା କରିବାକୁ ବାହାରିଥିଲେ । ଏହି ସମୟରେ ଘର ଆଗରେ ଛକି ରହିଥିବା ଏକ ଦନ୍ତାହାତୀ ତାଙ୍କୁ ଧରି ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଜବତ କରି ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା କୁ ବିବେଛେଦ ପାଇଁ ପଠାଇ ଥିବା ଜଣାପଡିଛି। ସୂଚନାଯୋଗ୍ୟ କି ନୁଣଗୋଠାଣି ଗାଁ ଜଙ୍ଗଲରେ ରେ ୩୨ ଦଳିଆ ହାତୀ ପଲ ଥିବା ବେଳେ ଏହି ଦଳରୁ ଅଲଗା ହୋଇ ଏକ ଦନ୍ତାହାତୀ ରେଭେନ୍ସା ପୁର ଗ୍ରାମ ରେ କାଣ୍ଡ ଘଟାଇଛି।
ଚମ୍ପୁଆରୁ ଦୀପକ କୁମାର ନାୟକ ଙ୍କ ରିପୋର୍ଟ