କଲମପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ବ୍ଲକ ସ୍ତରୀୟ ଆୟୁଷ୍ମାନ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

କଳାହାଣ୍ଡି,୩୦/୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ବୁଧବାର ଦିନ ବ୍ଲକ ସ୍ତରୀୟ ଆୟୁଷ୍ମାନ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବ୍ଲକ ସ୍ତରୀୟ ଆୟୁଷ୍ମାନ ସ୍ଵାସ୍ଥ୍ୟ ଶିବିରରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ଶିବାଶିଶ ସ୍ୱାଇଁ ଙ୍କ ତତତ୍ଵାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ଠାରୁ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶିବା ନାଏକ ଯୋଗଦେଇ ଶିଶୁ ମାନଙ୍କୁ ଚିକିତ୍ସା କରିବା ସହ ପରାମର୍ଶ ଦେଇଥିଲେ। ଏହି ସ୍ଵାସ୍ଥ୍ୟ ଶିବିରରେ ମୋଟ ୧୫୧ ଜଣ ଶିଶୁଙ୍କୁ ଚିକିତ୍ସିତ କରାଯିବା ସହ ପରାମର୍ଶ ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ ୪୭ ଜଣ ପାଏଡିଆଟ୍ରୀ ଶିଶୁ ଙ୍କୁ ଚିକିତ୍ସା ଓ ଆବଶ୍ୟକ ପରାମର୍ଶ ଦେଇଥିଲେ ବିଶେଷଜ୍ଞ ଡାକ୍ତର। ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସି.ଏଚ.ଓ , ଶୁଭଶ୍ରୀ ନାୟକ, ବିଜୟଲକ୍ଷ୍ମୀ ସେନାପତି, ପଦ୍ମାବତୀ ନାଗ, ବେବି ଛତ୍ରିଆ,ଲିଲି ନାଗ,ଉଷାରାଣୀ ମହାନ୍ତି ପ୍ରମୁଖ ରୋଗୀ ମାନଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ତୁଲାଇଥିଲେ। ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ସଗଡିଆ, ବି.ପି.ଏମ ପ୍ରଶାନ୍ତ କୁମାର ପାଢୀ, ଏଲ.ଏଚ୍.ବି କଳିତା ମିଞ୍ଜ, କ୍ଷେତ୍ର ପରିଦର୍ଶକ ଭବାନୀ ଶଙ୍କର ସୁନାନୀ ଓ ଧ୍ରୁବ ଚରଣ ଦାସ ପ୍ରମୁଖ ଶିବିର ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page