ବିଦ୍ୟାଳୟ ରେ ଆଉ ପାଠ ପଢ଼ାଇବାକୁ ଯିବେନି ଶିକ୍ଷକ କାହୁଁ ଚରଣ ସିଂ

ଦାରିଙ୍ଗବାଡି: ସରକାରଙ୍କ ନିୟମ ରେ ବନ୍ଧା ଶିକ୍ଷକ କାହୁଁ ଚରଣ ସିଂ ବିଦ୍ୟାଳୟ କୁ ଆଉ ପାଠ ପଢ଼ାଇବାକୁ ଯିବେନି । ଏପରି ଏକ ଖବର ପାଇ ସହ କର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଦୁଃଖ ପ୍ରକାଶ କରିଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କୁମ୍ଭାରିଗାଁ ପଞ୍ଚାୟତ ର ଗୁଡିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ କାହୁଁ ଚରଣ ସିଂ ଙ୍କ ର ସରକାରୀ ନିୟମାନୁଯାୟୀ ଶିକ୍ଷାଦାନ ର କାର୍ଯ୍ୟ କାଳ ସରିଯାଇଛି। ସୋମବାର ଦିନ ସେ ଶିକ୍ଷକତା କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି। ଅବସର ଗ୍ରହଣ କରିବା ପରେ ସେ ଯେ ଆଉ ବିଦ୍ୟାଳୟ କୁ ଆସିବେ ନାହିଁ ତେଣୁ ଛାତ୍ର ଛାତ୍ରୀ , ଅଭିଭାବକ ଓ ସହକର୍ମୀ ଶିକ୍ଷକ ମାନେ ଦୁଃଖ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଉକ୍ତ ଶିକ୍ଷକଙ୍କ ଉଦ୍ଧେଶ୍ୟ ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ର ଆୟୋଜନ କରାଯାଇ ଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶୀଳା ସିଂ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ବୃଷପତି ରଣ ସିଂ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ୱାର୍ଡ ସଭ୍ୟା ଦିପାଳୀ ବଳିଆର ସିଂ, ଗ୍ରାମ୍ୟ ଭଦ୍ର ମନମୋହନ ନାୟକ, ଯୋଷେଫ ମନ୍ତ୍ରୀ , ସହକାରୀ ଶିକ୍ଷକ ଯୋଷବନ୍ତ କୁମାର ନାୟକ, ନିଳାମ୍ବର ମାଝୀ, କରୁଣାକର ନାୟକ, ଶିକ୍ଷୟିତ୍ରୀ ସୁନୀତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକତା ଜୀବନ ରେ ତାଙ୍କ ର ଅନୁଭୂତି, ଶିକ୍ଷାଦାନ ର ପଦ୍ଧତି, ଛାତ୍ର ବତ୍ସଳ ଶିକ୍ଷାଦାନ, ଅନୁଷ୍ଠାନ ପ୍ରତି ତାଙ୍କ ର ଆନ୍ତରିକତା ଆଦି ବିଭିନ୍ନ ବିଷୟ ରେ ବକ୍ତା ମାନେ ତାଙ୍କ ଅଭିଭାଷଣ ରେ ବକ୍ତବ୍ୟ ରଖିଥିଲେ। ତାଙ୍କ ଶେଷ ଜୀବନ ରେ ସୁଖ ଶାନ୍ତି, ସମୃଦ୍ଧି କାମନା କରିବା ସହ କିଛି ଉପହାର ପ୍ରଦାନ କରିଥିଲେ। ସେହିପରି ଗ୍ରାମବାସୀ ମାନେ ମଧ୍ୟ ଉକ୍ତ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ର ଆୟୋଜନ କରି ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଶୁଭ କାମନା ମନାସି ଛନ୍ତି।
ଶିକ୍ଷକତା ଜୀବନ ଆରମ୍ଭରୁ ସୁରୁଖୁରୁରେ ସୁସ୍ଥ ସବଳ ରହି ବିଭିନ୍ନ ଘାତ ପ୍ରତିଘାତ ସହ୍ୟ କରି ଶାନ୍ତି ରେ ଅବସର ଗ୍ରହଣ କରିପାରି ଥିବାରୁ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାର ଓ ସମସ୍ତ ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କୃତଜ୍ଞତା ର ସହ ଧନ୍ୟବାଦ ଅର୍ପଣ କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page