ଉତ୍କଳ ଗୌରବର ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ “ନମାମି ମନ୍ଦାକିନୀ
ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ନାଗରିକ ମହାମଞ୍ଚ ଓ ନମାମି ମନ୍ଦାକିନୀ ପରିଷଦ ପକ୍ଷରୁ ନବବର୍ଷ, ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ପୌରହିତ୍ୟ ଓ ଡ଼ଃ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନା ଓ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନ ପକ୍ଷରୁ ଓଡିଶୀ ସହିତ

ସାଂସ୍କୃତିକ ସଂଗୀତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠିତ ହୋଇ ଯାଇଛି l ଉଦଘାଟକ ଭାବେ ଓଡିଶା ବିଧାନ ସଭା ବାଚସ୍ପତି ସୁରମା ପାଢ଼ୀ,ବରେନ୍ୟ ଅତିଥି ଭାବେ ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ କାର୍ଯ୍ୟକ୍ରମର ସଭାପତି ଭାବେ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର,ବିଶିଷ୍ଟ ଅତିଥି ଭାବେ ସ୍ୱାମୀ ବ୍ରମ୍ହାନନ୍ଦ ସରସ୍ବତୀ, ସମ୍ମାନିତ ଅତିଥି ଭାବେ ଓଡିଶା ନାଗରିକ ମହାମଞ୍ଚ ର ଉପ ସଭାପତି ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, ଭାଷାପ୍ରାଣ ରାଜେନ୍ଦ୍ର ସାମନ୍ତରାୟ ଯୋଗ ଦେବା ସହିତ ସହିତ ଉତ୍କଳ ର ମହାନ ସଂସ୍କୃତି, ପରମ୍ପରା,ଐତିହ୍ୟ, ବୀରତ୍ୱ ତଥା ଓଡିଆ ମାନଙ୍କ ସାମଗ୍ରିକ କୃତି, କୀର୍ତ୍ତି ସମ୍ପର୍କରେ ଆଲୋଚନା କରିଥିଲେ l ଆଗାମୀ ପୀଢ଼ି କୁ ଆମର ମହାନ ପରମ୍ପରା ସମ୍ପର୍କରେ ଅବଗତ କରାଇବା ସହିତ ମହାପୁରୁଷ ଓ ଶହୀଦ ଙ୍କ ଆଦର୍ଶରେ ଅନୁପ୍ରାଣିତ ଆମ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l ଏଥି ସହିତ ସାରସ୍ୱତ କ୍ଷେତ୍ରରେ ନଅ ପ୍ରତିଭା ଙ୍କୁ ସମ୍ମାନିତ କରାଯାଇଥିଲା l ସେମାନଙ୍କ ମଧ୍ୟରେ ସଂଗ୍ରାମ କେଶରୀ ପାଇକରାୟ, ପଦ୍ମନାଭ ବିଶ୍ୱାଳ, କାମଦେବ ମହାପାତ୍ର, ରମେଶ ପଣ୍ଡା,ଅଶୋକ ପାଲଟା ସିଂ, ମଙ୍ଗଳା ପ୍ରସାଦ ପ୍ରଧାନ, ସୁବାସ ଷଡ଼ଙ୍ଗୀ, ରଂଜନ ଖଟାଇ, କମଳ ବାରିକ, ପ୍ରଣବ ମହାପାତ୍ର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ କାମଦେବ ମହାପାତ୍ର ଙ୍କ ସଂଗ୍ରାମୀ ସାଥି ପୁସ୍ତକ ଉନ୍ମୋଚନ ହୋଇଥିଲା l ଓଡ଼ିଆ ଭାଷା,ସାହିତ୍ୟ, ସଂସ୍କୃତି ସାମ୍ବାଦିକତା ତଥା ସଫଳ ଭାବେ ନମାମି ମନ୍ଦାକିନୀ ମହୋତ୍ସବ କୁ ଆୟୋଜିତ କରିଥିବାରୁ ଏହାର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି ଙ୍କୁ ମାନ୍ୟବର ଆଇନ ମନ୍ତ୍ରୀ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ l ପ୍ରାୟ 400 ସହ ରୁ ଉର୍ଦ୍ଧ ସଂକୀର୍ତ୍ତନ ବ୍ୟକ୍ତିତ୍ୱ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ଟିମ କୁ ସମ୍ବର୍ଦ୍ଧିତ କରାଯାଇଥିଲା lକାର୍ଯ୍ୟକ୍ରମ କୁ ସାମ୍ବାଦିକା ରୀନା ମହାନ୍ତି,ସଂଯୋଜକ ବାପୁ ଓଝା ନାରାୟଣ ଖୁଣ୍ଟିଆ, ମଦନ ମୋହନ ପାଢ଼ୀ, ସୀତାଂଶୁ ଶେଖର ମହାରଣା, ସନ୍ତୋଷ ଲେଙ୍କା, ଖୁସବୁ,ପ୍ରଜ୍ଞା,ଶ୍ରୀୟା, କାଜଲ, ଚେତନା ପ୍ରମୁଖ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି l ଧନ୍ୟବାଦ ଅର୍ପଣ କରିଥିଲେ ଡ଼ଃ ପ୍ରଦୀପ ବିଶ୍ୱାଳ l