ଧର୍ମଗଡ ୧୪/୪(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣଛେଣ୍ଡିଆ ଗ୍ରାମ ପଞ୍ଚାୟତ ଅଧିନସ୍ତ ଚିଲଚିଲା ଗ୍ରାମ ଆମ୍ବେଦକର ନଗର ସ୍ୱାଭିମାନ କ୍ଲବ ତରଫରୁ ଭାରତ ରତ୍ନ ଡଃ ବାବାସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପୂର୍ବରୁ ଧର୍ମଗଡ ଗମ୍ଭାରିଗୁଡ଼ା ଠାରେ ଯଶୋଦା ଅନାଥ ଆଶ୍ରମ ରେ ରହୁ ଥିବା ସମସ୍ତ ଙ୍କୁ ମିଷ୍ଟାନ୍ନ ଓ ଛାତ୍ର ଛାତ୍ରୀ ମାନଙ୍କୁ ଖାତା ଏବଂ କଲମ ପ୍ରଦାନ

କରାଯାଇଥିଲା। ସ୍ୱାଭିମାନ କ୍ଲବ ସଦସ୍ୟ ଙ୍କ ନେତୃତ୍ବ ରେ ଆୟୋଜିତ ସନ୍ଧ୍ୟାକାଳୀନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟଯୋଷୀ ଙ୍କ ପ୍ରତିନିଧି ଅପ୍ରେସ ସ୍ଵାଇ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟଯୋଷୀ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆମ୍ବେଦକରବାଦି ଅବସରପ୍ରାପ୍ତ ଶିକ୍ଷକ ଯୋଗେଶ୍ଵର ସାଗର, ଅନ୍ୟତମ ସମ୍ମାନୀତ ଅତିଥି ଧର୍ମଗଡ ଯଶୋଦା ଅନାଥ ଆଶ୍ରମ ପ୍ରତିଷ୍ଠାତା ଶ୍ୟାମସୁନ୍ଦର ଜାଲ,ଚକ୍ରଧର ବେଣୁପାଣି, ପୂର୍ବତନ ସରପଞ୍ଚ ଡି, କିଶୋର, ସୁଶାନ୍ତ ସାଗର, ଜନ୍ମେଜୟ ନାଏକ, କୁମୁଦଚନ୍ଦ୍ର ଦୀପ,ଦେବାର୍ଚ୍ଚନ ସେଠୀଆ, ଟଙ୍କଧର ତାଣ୍ଡି, ଦୀପକ ସୁନାନୀ ଉପସ୍ଥିତ ଥିଲେ। କାର୍ଯ୍ଯକ୍ରମ ପୂର୍ବରୁ ସର୍ବ ପ୍ରଥମେ ଭଗବାନ ବୁଦ୍ଧ ଓ ବାବାସାହେବ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ।

ପରେ ବାବାସାହେବ ଙ୍କ ଜୀବନୀ ଏବଂ ନୀତି ଆଦର୍ଶ ଉପରେ ବିସ୍ତୃତ ଭାବରେ ଅତିଥି ମାନେ ଅଭିଭାଷଣ ରଖିଥିଲେ । ସ୍ବାଭିମାନ କ୍ଲବ ର ସଭାପତି ଲାବ।ଣ୍ୟ ନାଏକ, ଉପ ସଭାପତି ମୁକୁନ୍ଦ ଜାଲ ,କୋଷାଧ୍ୟକ୍ଷ ସାନନ୍ଦ ଚନ୍ଦ୍ର ସାଗର, ସଦସ୍ୟ ଗଜିନ୍ଦ୍ର ନିଆଲ, ମଧୁ ସୁଦନ ନାଏକ, ଧର୍ମାନନ୍ଦ ନାଏକ, ଖିରସିନ୍ଧୁ ନାଏକ, ପ୍ରେମାନନ୍ଦ ନାଏକ, ଶଶାଙ୍କ ଶେଖର ସାଗର, ଗୋବିନ୍ଦ ନାଏକ ,ପବିତ୍ର ଦୁର୍ଗା, ବିନୋଦ ସାଗର, ବିରଞ୍ଚି ସାଗର ପ୍ରମୁଖ ସହଯୋଗ କରିଥିଲେ। କ୍ଲବ ସଦସ୍ୟ ଧର୍ମେନ୍ଦ୍ର କୁମାର ଧଙ୍ଗଡା ମାଝି କାର୍ଯକ୍ରମ କୁ ପରିଚାଳନା କରିଥିବା ବେଳେ କୁମୁଦ ଚନ୍ଦ୍ର ସାଗର ଧନ୍ୟବାଦ ଜ୍ଞାପନ କରିଥିଲେ ।