ଲଘୁ ବନଜାତ ଦ୍ରବ୍ୟ କ୍ରୟ ନେଇ ସଚେତନତା ରଥ ର ଶୁଭାରମ୍ଭ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଆଇ.ଟି.ଡି.ଏ କାର୍ଯ୍ୟାଳୟ ପରିସରରେ ଲଘୁ ବନଜାତ ଦ୍ରବ୍ୟ କ୍ରୟ ନେଇ ସଚେତନତା ରଥ ର ଶୁଭାରମ୍ଭ ହୋଇଛି l ବାଲିଗୁଡା ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି l ରାଜ୍ୟ ସରକାର ଙ୍କ ଲଘୁ ବନଜାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ରେ କ୍ରୟ ବ୍ୟବସ୍ଥା ନେଇ ଜନସାଧାରଣ ଙ୍କୁ ସଚେତନ କରେଇବ ଏହି ସଚେତନତା ରଥ l ବାଲିଗୁଡା ଉପଖଣ୍ଡ ର ନଅ ଗୋଟି ବ୍ଲକ ର ଜନସାଧାରଣ ଙ୍କୁ ଲଘୁ ବନଜାତ ଦ୍ରବ୍ୟ କ୍ରୟ ନେଇ ସରକାର ଙ୍କ ନିର୍ଦ୍ଧାରିତ ମୂଲ୍ୟ ଓ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସଚେତନତା ଏହି ସଚେତନତା ରଥ ମାଧ୍ୟମରେ ସଚେତନ କରାଯିବ l ଲଘୁ ବନଜାତ ଦ୍ରବ୍ୟ କ୍ରୟ ନେଇ ଅଭାବୀ ବିକ୍ରି କୁ ରୋକିବା ସହ ସରକାର ଙ୍କ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ହିତାଧିକାରୀ କିପରି ପାଇ ପାରିବେ ଏହାର ମୁଖ୍ୟ ଉଦେଶ୍ୟ ବୋଲି ବାଲିଗୁଡା ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଆଇଟିଡିଏ ର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା,ସହକାରୀ ଯନ୍ତ୍ରୀ କବିରାଜ ବେହେରା,ବାଲିଗୁଡା ଟିଡିସିସି ର ଜିଲ୍ଲା ବିପଣନ ଅଧିକାରୀ ଉମାକାନ୍ତ ବଳବନ୍ତରାୟ,ସହକାରୀ ବିପଣନ ଅଧିକାରୀ ଶୁଭମ ତ୍ରିପାଠୀ ଙ୍କ ସମେତ ଏସଏଚଜି ମହିଳା ଉପସ୍ଥିତ ରହିଥିଲେ l
ରିପୋର୍ଟ – ମନୋଜ ପଣ୍ଡା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page