ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ମହାନିର୍ଦ୍ଦେଶକ ଜି ମାଥୀ ଭଥନନ ଙ୍କ ବଲାଙ୍ଗୀର ଗସ୍ତ

–ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ପରିଦର୍ଶନ ଓ ସମୀକ୍ଷା ।
ବଲାଙ୍ଗିର ୧୬/୦୪:
ବଲାଙ୍ଗିର ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ମହାନିର୍ଦ୍ଦେଶକ ତଥା ବଲାଙ୍ଗିର ଜିଲ୍ଲା ନୋଡ଼ାଲ ଅଧିକାରୀ ଜି ମାଥୀ ଭଥନନ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଛନ୍ତି । ପ୍ରଥମେ ପୁଇଁତଳା ବ୍ଲକ ର ମାଲମୁଣ୍ଡା ଠାରେ ଟେରାକୋଟା କାମ ଦେଖିଲା ସହ କାରିଗରଙ୍କୁ ଆୟ ଏବଂ ବିକ୍ରି ମାଧ୍ୟମ ବାବଦରେ ପଚାରିଥିଲେ । ପରେ ସେ ଆର୍ଡ ଗାଁ ରେ ହସ୍ତ ତନ୍ତ କାମ, ରଟନ ପୁର ରେ ଛତୁ ୟୁନିଟ୍ ଏବଂ ବିବିନା ଆଦର୍ଶ ବିଦ୍ୟାଳୟ ବୁଲିଥିଲେ । ଏହାପରେ ବେଲଗାଁ ସ୍ଥିତ ଅମୃତ ସରୋବର ପ୍ରକଳ୍ପ , ଖୋଳନ ଗ୍ରାମପଞ୍ଚାୟତ ର ଜଳ ସରଂକ୍ଷଣ ପ୍ରକଳ୍ପ, ସହ ପିଡ଼ିଏସ ବଣ୍ଟନ ଏବଂ ସୁଭଦ୍ରା ହିତାଧିକାରୀଙ୍କ ସହ କଥା ହୋଇଥିଲେ । ବଙ୍କେଳ ମେଗା ଜଳ ଯୋଗାଣ ପ୍ରକଳ୍ପ , ବଙ୍ଗୋମୁଣ୍ଡା ପିଆଜ ଚାଷ ଏବଂ ପାଟଣାଗଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ରୋଗୀ ସେବା ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷଠାରେ ବିଭିନ୍ନ ବିଭାଗ ର ସମୀକ୍ଷା କରି ଆକ୍ୟାଂକ୍ଷୀ ଜିଲ୍ଲା ହିସାବରେ କିପରି ଶ୍ରେଷ୍ଠ ପ୍ରଦର୍ଶନ କରିବା ସେ ବାବଦରେ ସମସ୍ତଙ୍କୁ ଏକ ଟିମ ହୋଇ କାମ କରିବାକୁ କହିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଗୌରଵ ଶୀୱାଜୀ ଈସଲୱାର ,ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା , ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର , ଟିଟିଲାଗଡ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ , ମୁଖ୍ୟ ଚିକିତ୍ସାଧିକାରୀ ଡ଼ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତରଣୀ ସୁନା , ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସୁଷମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page