ବଲାଙ୍ଗିର: ଆଖି ତରାଟିଲା ଭଳି ସଂପତ୍ତି, ଥାଟବାଟ। ବଲାଙ୍ଗିର, ବଲାଙ୍ଗିର, ଜିଲ୍ଲା ର ସଇଁତଳା ବ୍ଳକ ଅନ୍ତର୍ଗତ ପାଇକସମରା ର ୨ ବର୍ଷ ଭିତରେ କୋଟିପତି ବନି କୋଠା ତୋଳିଥିଲା, କାର୍ ଓ ବାଇକ୍ କିଣିଥିଲା। ମାସକୁ ପାଉଥିଲା ୧୦ରୁ ୧୨ ଲକ୍ଷ ଟଙ୍କା। ତେବେ ତା ଜାଲରେ ଫସି ତଳିତଳାନ୍ତ ହୋଇଥିବା ଲୋକଙ୍କ ଅଭିଯୋଗ କ୍ରମେ, ବଲାଙ୍ଗିର ସାଇବର୍ ଥାନା ପୋଲିସ ତାକୁ ଗିରଫ କରିବା ପରେ, ସାମ୍ନାକୁ ଆସିଛି ଏହି ଅନଲାଇନ ଜୁଆର ଅନ୍ଧାରୀ ଗୁମର । ବଲାଙ୍ଗିର ସଇଁତଳାରେ ଧରାପଡ଼ିଲା ଅନଲାଇନ୍ ବେଟିଂ ଆପ୍ ର ମାଷ୍ଟରମାଇଣ୍ଡ୍। ସାମ୍ନାକୁ ଆସିଲା ତାର ଆଖି ତରାଟିଲା ଭଳି ସଂପତ୍ତି, ଥାଟବାଟ। ୨ ବର୍ଷ ଭିତରେ କୋଟିପତି ବନି କୋଠା ତୋଳିଥିଲା, କାର୍ ଓ ବାଇକ୍ କିଣିଥିଲା। ମାସକୁ ପାଉଥିଲା ୧୦ରୁ ୧୨ ଲକ୍ଷ ଟଙ୍କା। ତେବେ ତା ଜାଲରେ ଫସି ତଳିତଳାନ୍ତ ହୋଇଥିବା ଲୋକଙ୍କ ଅଭିଯୋଗ କ୍ରମେ, ବଲାଙ୍ଗିର ସାଇବର୍ ଥାନା ପୋଲିସ ତାକୁ ଗିରଫ କରିବା ପରେ, ସାମ୍ନାକୁ ଆସିଛି ଏହି ଅନଲାଇନ ଜୁଆର ଅନ୍ଧାରୀ ଗୁମର । ଅନଲାଇନ ଜୁଆ ର ମାଷ୍ଟରମାଇଣ୍ଡ୍। ନାଁ- ଲକ୍ଷେଶ୍ବର ମଲ୍ଲିକ, ବିଏ ଯାଏଁ ପାଠପଢ଼ା, ଚାକିରିବାକିରି ନାହିଁ। ସଇଁତଳାରେ ଖୋଲିଛି ଷ୍ଟେଟବ୍ୟାଙ୍କର ଏଇ ଛୋଟିଆ କଷ୍ଟମର୍ ସର୍ଭିସ୍ ପଏଣ୍ଟ। ହେଲେ ଏସବୁ ଲୋକ ଦେଖାଣିଆ। ଅସଲ କାରବାର ଆଉକିଛି। ରମି ଓ ତିନପତ୍ତି ଭଳି ୫୦ଟି ବେଆଇନ ବେଟିଂ ଓ ଗାମ୍ବଲିଂ ଆପ୍ ଚଳାଇ, କୋଟି କୋଟିରେ ଖେଳୁଥିଲା ଲକ୍ଷେଶ୍ବର। ବଲାଙ୍ଗିର ଜିଲ୍ଲା ସଇଁତଳା ପାଇକସମରାର ଲକ୍ଷେଶ୍ବର ମଲ୍ଲିକକୁ ଗିରଫ କରିବା ପରେ, ତାର ଥାଟବାଟ ଦେଖି ତାଜୁବ ହୋଇଛି ପୋଲିସ। ଜାଣିବାକୁ ପାଇଛି, ଅନଲାଇନ ଗେମିଂରୁ ସେ ମାସକୁ ହାତଉଥିଲା ୧୦ରୁ ୧୨ ଲକ୍ଷ ଟଙ୍କା।
ମାତ୍ର ୨ ବର୍ଷ ଭିତରେ ଦୁଇ ଦୁଇଟି ୨ ମହଲା କୋଠା ବାଡ଼େଇଥିଲା। ଜମିବାଡ଼ି, କାର୍-ବାଇକ୍ ଆଦି କିଣି ଅୟସ କରୁଥିଲା। ଲକ୍ଷେଶ୍ବରକୁ ବଲାଙ୍ଗିର ପୋଲିସର ସାଇବର୍ ଟିମ୍ ଗିରଫ କରିବା ସହ, ନଗଦ ୭ ଲକ୍ଷ ଟଙ୍କା, ଆଇଫୋନ୍ ସମେତ ୧୪ଟି ଦାମୀ ମୋବାଇଲ, ୪ଟି ଲାପଟପ୍, ୨ଟି ପିଓଏସ୍ ମେସିନ, ଗୋଟିଏ ମହିନ୍ଦ୍ରା ଥାର୍, ପିକଅପ୍ ଭ୍ୟାନ୍, ଦାମୀ କେଟିଏମ୍ ବାଇକ, ବୁଲେଟ୍ ଓ ଗୋଟିଏ ସ୍କୁଟି ଜବତ କରିଛି। ତମାମ୍ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ଚେକବୁକ୍ ଜବତ କରିବା ସହ ୨୫ ଲକ୍ଷ ଟଙ୍କା ଥିବା ଆକାଉଣ୍ଟକୁ ବି ଫ୍ରିଜ୍ କରାଯାଇଛି।କେମିତି କମ୍ ଦିନରେ କୋଟିପତି ବନିଥିଲା ଲକ୍ଷେଶ୍ବର। କେମିତି ଚାଲେ ଅନଲାଇନ ଜୁଆର ଚକ୍ରବ୍ୟୁହ? ଏଥିରେ ଫସି କେମିତି ଲକ୍ଷଲକ୍ଷ ଟଙ୍କା ହରାନ୍ତି ସାଧାରଣ ଲୋକ। ବଲାଙ୍ଗିର ଏସପିଙ୍କ ସୂଚନା ଅନୁସାରେ, ୨୦୨୩ ପୂର୍ବରୁ ନିଜେ ଏଭଳି ଗେମିଂ ଆପ୍ ରେ ଲକ୍ଷେରୁ ୨ ଲକ୍ଷ ଟଙ୍କା ହରାଇଥିଲା ଲକ୍ଷେଶ୍ବର। ପରେ ୟୁଟ୍ୟୁବରୁ ଶିଖିଥିଲା ଟଙ୍କା କମେଇବାର ନୂଆ ଫର୍ମୁଲା। ଭିଆଇପି ରମି ନାଁରେ ଏକ ୱେବସାଇଟ୍ ଖୋଲି, ସେଥିରେ ୫୦ରୁ ଅଧିକ ଫେକ୍ ବେଟିଂ ଆପ୍ ହୋଷ୍ଟ୍ କରିଥିଲା। ଲୋକମାନେ ଅଧିକ ଟଙ୍କା ପାଇବା ଆଶାରେ ଏହିସବୁ ଆପ୍ ଡାଉନଲୋଡ୍ କରି ଟଙ୍କା ଲଗାଉଥିଲେ। ୟୁଜର୍ ଯେତେ ଟଙ୍କା ଲଗାଉଥିଲେ, ତାର ୧ ପ୍ରତିଶତ କମିଶନ ସିଧା ଆସୁଥିଲା ଲକ୍ଷେଶ୍ବରର ବ୍ୟାଙ୍କ ଆକାଉଣ୍ଟକୁ। ପ୍ରତିମାସ ଅତିକମରେ ୫ ଲକ୍ଷ ଏବଂ କେଉଁ କେଉଁ ମାସରେ ୧୦ରୁ ୧୨ ଲକ୍ଷ ଟଙ୍କା ପାଉଥିଲା ଲକ୍ଷେଶ୍ବର। ସେ ଏହି ଧନ୍ଦାରୁ ମୋଟ୍ ୨ କୋଟି ଟଙ୍କା ପାଇଥିବା ବେଳେ, ଅନ୍ୟପଟେ ଟଙ୍କା ଲଗାଇଥିବା ସବୁ ଲୋକ କ୍ଷତି ସହିଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ଟଙ୍କା ହରାଇ ସର୍ବସ୍ବାନ୍ତ ହୋଇଥିବା ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ଲକ୍ଷେଶ୍ବରକୁ ଗିରଫ କରିବା ସହ, ଏହି ରାକେଟ୍ ପଛର ରିଙ୍ଗ୍ ମାଷ୍ଟରକୁ ବି ଖୋଜୁଛି ସାଇବର୍ ପୋଲିସ।ଅନଲାଇନ୍ ଗେମିଂ ଇଣ୍ଡଷ୍ଟ୍ରିର ଏକ ବଡ଼ ସେଗମେଣ୍ଟ ପାଲଟିଛି ବେଟିଂ ଆପ୍ ଓ ଫାଣ୍ଟାସି ଗେମିଂ। ରିପୋର୍ଟ କହୁଛି- ଭାରତରେ ପ୍ରାୟ ୩ଶହ ଅନଲାଇନ ଜୁଆ ପ୍ଲାଟଫର୍ମରେ ପ୍ରତିଦିନ ୧୪ କୋଟି ୟୁଜର୍ ଭାଗ ନେଉଥିବା ବେଳେ, ଆଇପିଏଲ୍ ଭଳି ବଡ଼ ବଡ଼ ଇଭେଣ୍ଟ ବେଳେ ଏହା ୩୭ କୋଟିକୁ ବି ଟପି ଯାଉଛି। ଏହା କେବଳ ଯୁବପିଢ଼ିଙ୍କ ଆର୍ଥିକ ସ୍ଥିତି ନୁହେଁ, ଶାରିରୀକ ଓ ମାନସିକ ସ୍ଥିତି, ଦୈନନ୍ଦିନ ଜୀବନ, ସାମାଜିକ ତଥା ପାରିବାରିକ ସଂପର୍କକୁ ବି ପ୍ରଭାବିତ କରୁଛି। ନିଶା ଏଭଳି ଘାରୁଛି ଯେ, ତଳିତଳାନ୍ତ ହୋଇଯାଉଥିଲେ ବି, ଋଣ କରି ଟଙ୍କା ଲଗାଉଛନ୍ତି ଅନେକ ଲୋକ। କାଳ ସାଜୁଛି ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାରର ଲୋଭ। ଏପଟେ ପବ୍ଲିକ୍ ଗାମ୍ବଲିଂ ଆକ୍ଟ, ୧୮୬୭ ଅନୁସାରେ ଜୁଆ ଓ ସଟ୍ଟାବାଜିକୁ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ ଅନଲାଇନ ବେଟିଂ ପାଇଁ ନିର୍ଦ୍ଦିଷ୍ଟ କୌଣସି ଆଇନ ନଥିବାରୁ ଗଳାବାଟ ବ୍ୟବହାର କରି ଗେମିଂ ଆପ୍ ନାଁରେ ଏସବୁର ବିଜ୍ଞାପନ ଓ ପ୍ରଚଳନ ଜାରି ରହିଥିବା ଅଭିଯୋଗ ହେଉଛି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l
ବେଟିଂ ଆପ୍ ମାଷ୍ଟର ମାଇଣ୍ଡର ଖେଳ ଖତମ୍, ୨ ବର୍ଷରେ ଆୟ ୨ କୋଟି
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଜାଗୃତିକା ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ।
ଟାଙ୍ଗୀ,୨୭|୮(ନି.ପ୍ର)ନାଚୁଣୀସ୍ଥ ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ 'ଜାଗୃତିକା' ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ଭବାନୀପୁରସ୍ଥ କବି କୁଟୀର ଠାରେ ପାଳିତ ହୋଇଯାଇଅଛି । ପ୍ରାରମ୍ଭରେ ଉପସ୍ଥିତ ଥିବା ସଦସ୍ୟମାନେ ସ୍ଵଭାବ କବି ଗଙ୍ଗାଧର
ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ।
ଚିଲିକା, ୨୭ । ୮: ଆଜି ପୂର୍ବାହ୍ମ ୧୦.୩୦ ମିନିଟ ସମୟରେ ଶ୍ରୀ ସତ୍ୟସାଇ ସେବା ସମିତି, ବାଣପୁର ଠାରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ" ଗୋ ପୂଜନ ଓ ସମ୍ବର୍ଦ୍ଧନା"ଏବଂ ଶ୍ରୀ ସତ୍ୟସାଇ ବାଳ ବିକାଶ ଛାତ୍ର ,ଛାତ୍ରୀ ମାନଙ୍କ
ଓଡିଶା ଉଦ୍ୟୋଗୀ ପରିବାରର ଉଦ୍ୟମ ବେଶ ପ୍ରଶଂସନୀୟ
ଭୁବନେଶ୍ୱର ତା 27/08/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଶ୍ରୀକାନ୍ତ ଶେଖର ସାହୁ ଙ୍କ ସଂଯୋଜନାରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l
ବିହାରରୁ ଗିରଫ ହେଲେ ପ୍ରକାଶ ପାଶୱାନ: ସର୍କିଟ ହାଉସ୍ ମାମଲାରେ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ସୂଚନା
ରାଉରକେଲା: ଦୀର୍ଘ ସମୟ ଧରି ଫେରାର ଥିବା ସର୍କିଟ ହାଉସ୍ ମାମଲାର ପ୍ରମୁଖ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ରାଉରକେଲା ପୁଲିସର ସ୍ୱତନ୍ତ୍ର ଟିମ୍ ବିହାରରୁ ଗିରଫ କରିଥିବା ସୂଚନା ମିଳିଛି। ତାଙ୍କ ଗିରଫକୁ ଏହି ବହୁଚର୍ଚ୍ଚିତ ମାମଲାରେ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ
ସରପଞ୍ଚଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର ଅଭିଯୋଗ
ବ୍ଲକ ସମ୍ମୁଖରେ ଧାରଣାରେ ବସିଲେ ସରପଞ୍ଚବାଲିଅନ୍ତା,୨୫|୮ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବିଡ଼ିଓଙ୍କ ଟାଳଟୁଳ ନୀତି ଅଭିଯୋଗରେ ଆଜି ବ୍ଲକର ମୁଖ୍ୟ ଫାଟକ ସମ୍ମୁଖରେ ସରପଞ୍ଚ ରଶ୍ମିତା ଭୋଇ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ l
ସର୍କିଟ ହାଉସ୍ ମାମଲା: ପ୍ରକାଶ ପାଶୱାନଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି….
ରାଉରକେଲା: ପାନପୋଷ ସର୍କିଟ ହାଉସ୍ରୁ ଅସ୍ତ୍ରଶସ୍ତ୍ର ସହ ଅପରାଧୀ ଗିରଫ ମାମଲାରେ ଫେରାର ଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନଙ୍କ ବିରୋଧରେ ଏସଡିଜେଏମ୍ କୋର୍ଟ ଜାମିନବିହୀନ ପରୱାନା (ଏନ୍ ବି ଡବ୍ଲ୍ୟୁ) ଜାରି କରିଛନ୍ତି।
କୋଶରଡା ଜଙ୍ଗଲରେ ଅବକାରୀର ସର୍ଜିକାଲ ଷ୍ଟ୍ରାଇକ୍: ୧୮.୬୮ ଲକ୍ଷର ମଦ ଭାଟି ଧ୍ୱଂସ ।
ଚିଲିକା, ୨୫ ।୮: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବାଣପୁର ବ୍ଲକ କୋଶରଡା ସଂରକ୍ଷିତ ଜଙ୍ଗଲରେ ଆଜି ଅବକାରୀ ବିଭାଗ ପକ୍ଷରୁ ଏକ ବଡ ଧରଣର ମିଳିତ ଚଢାଉ କରାଯାଇଛି ।ଖବର ଅନୁଯାୟୀ ଜଙ୍ଗଲ
କୁମାଣ୍ଡୋଳ ପାଟଣା ମହିଳା ସରପଞ୍ଚଙ୍କ ଅକାଳ ବିୟୋଗ |
ଚିଲିକା, ୨୫|୮:ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡୋଳ ପାଟଣା ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ସବିତା ସୁନ୍ଦରାୟଙ୍କର ଅକାଳ ବିୟୋଗ ସମଗ୍ର ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।ସେ କିଛି ଦିନ ଧରି ଦୂରାରୋଗ୍ୟ ରୋଗରେ ପୀଡିତ ଥାଇ ଅସୁସ୍ଥ ଥିଲେ।ଜଣେ ଲୋକପ୍ରିୟ
ଦୁଇଟି କ୍ରମାଗତ ବନ୍ୟା ପରେ ସର୍ବାଧିକ କ୍ଷତିଗ୍ରସ୍ତ ଉପକୂଳ ଅଞ୍ଚଳର ଚାଷୀ କ୍ଲଷ୍ଟରଗୁଡ଼ିକରେ ରିଲିଫ ଅଭିଯାନ
ଉତ୍ତର ଓଡ଼ିଶାର ବନ୍ୟା ପ୍ରଭାବିତ ଚିଙ୍ଗୁଡ଼ି ଚାଷୀ ପରିବାରଙ୍କ ପାଖରେ ଜରୁରୀ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପହଞ୍ଚାଇଲା ଆକ୍ୱାପଲ୍ସଭୁବନେଶ୍ୱରସ୍ଥିତ ପଣ୍ଡ-ଟୁ-ପୋର୍ଟ ଚିଙ୍ଗୁଡ଼ି ଚାଷ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି କମ୍ପାନୀ ଆକ୍ୱାପଲ୍ସ (Phoenix Marine Exports and Solution Pvt.
ଚଳିତ ବର୍ଷ କେଉଁ ଦିନ ପାଳନ କରିବେ ରକ୍ଷାବନ୍ଧନ
ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା, ଭାରତୀୟ ସଂସ୍କୃତି ପରମ୍ପରା ର ଆଉ ଏକ ବଡ ପର୍ବ । ଯେଉଁଠାରେ ଦ୍ଭାଇ-ଭଉଣୀ ର ଅନାବିଳ ସ୍ନେହ ପ୍ରେମ, ଭଲ ପାଇବାକୁ ବୁଝାଯାଏ । ଭାଇଟିଏ ପ୍ରତ୍ୟେକ ବର୍ଷ ଚାହିଁ ରହିଥାଏ କେବେ
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର
ପାଣିକୋଇଲି: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଏକ ପ୍ରଶିକ୍ଷଣ ଶିବିର ଷଠିପୁର ବିଜେବି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା, ପୁରୀ, ଭୁବନେଶ୍ଵର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଆଦି ୧୨ଟି
ଆତ୍ମସମର୍ପଣକାରୀ ମାଓବାଦୀଙ୍କ ସୂଚନାରେ ବଡ଼ ସଫଳତା: ଜଙ୍ଗଲରୁ ଠାବ ହେଲା ମାଓବାଦୀଙ୍କ ଗୁପ୍ତ ଅସ୍ତ୍ରଭଣ୍ଡାର
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ବିସ୍ତୃତ ପଚରାଉଚରା ବେଳେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଧାରରେ ରାଉରକେଲା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି।କେ.ବଲାଙ୍ଗ ଥାନା ଅଧୀନସ୍ତ ସିଲକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗଚ୍ଛିତ ରଖିଥିବା ବିପୁଳ ଅସ୍ତ୍ର ଭଣ୍ଡାର କୁ ରାଉରକେଲା
ସ୍ଥାନୀୟ ଖାରବେଳ ନଗରସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ ଷୋହଳତମ କବିତା ସଂକଳନ “
ହେ ବୁଦ୍ଧ! ତୁମକୁ ପ୍ରଣାମ "ଲୋକାର୍ପିତ ହେବା ସହିତ ସାରସ୍ୱତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ "ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟିକା ସରୋଜିନୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ
ସର୍କିଟ ହାଉସ୍ ମାମଲା: ତଦନ୍ତକୁ ଆହୁରି ତୀବ୍ର କଲା ପୋଲିସ୍, ଫେରାର ମାଷ୍ଟର୍ ମାଇଣ୍ଡକୁ ଧରିବା ପାଇଁ ରାଜ୍ୟ ବାହାରେ ୪ ଟିମ୍…
ରାଉରକେଲା, ୨୩ ଅଗଷ୍ଟ: ବହୁଚର୍ଚ୍ଚିତ ସର୍କିଟ ହାଉସ୍ ମାମଲାରେ ରାଉରକେଲା ପୋଲିସ୍ ତଦନ୍ତକୁ ଆହୁରି କ୍ରିୟାଶୀଳ କରିଛି। ଶନିବାର ମାମଲାରେ ଗିରଫ ହୋଇଥିବା ପ୍ରକାଶ ପାଶୱାନ ଦୁଇ ସହଯୋଗୀ ସୂରଜ ଗୁପ୍ତା ଓ ଆଦର୍ଶ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏପଟେ ଫେରାର
ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତାଳ ଚାରା ରୋପଣ
ବାଲିଅନ୍ତା,୨୩|୮(ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷା ଓ ଜନସୁରକ୍ଷା ପାଇଁ ଉତ୍ତରା ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ଆଜି ତାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଭଳି ଏକ ଅଭିନବ ପ୍ରୟାସ କରି ସମସ୍ତଙ୍କ ଉଦାହରଣ ପାଲଟିଛନ୍ତି ବରିଷ୍ଠ ନାଗରୀକ
ନିର୍ମାଣ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଆଲୋଚନା ଚକ୍ର
ବାଲିଅନ୍ତା,୨୩|୮( ଗୋବର୍ଦ୍ଧନ ଦାସ):ବାଳକାଟି ସ୍ଥିତ ନିର୍ମାଣ ଶିକ୍ଷା ଅନୁଷ୍ଠାନ ଓ 'ଅରଟେକ୍ ଆଇ.ଟି.ଆଇ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଶୃଙ୍ଖଳା ଏବଂ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧେଶ୍ଵର ମହାନ୍ତିଙ୍କ
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର
ଚିଲିକା,୨୨ ।୮:ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବାଣପୁରର ଦିବ୍ୟଜ୍ୟୋତି ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମକୁମାରୀ ସୁଜାତା ମୁଖ୍ୟ ସଞ୍ଚାଳିକା ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ରକ୍ତଦାନ ଶିବିରରେ ଯୁବ ସମାଜସେବୀ ତଥା ବାଣପୁର ବିଜେପି ଯୁବ ସଂଗଠକ
ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଭୁବନେଶ୍ୱର ତା 21/08/26 ଯୁବ ସଂଗଠକ, କର୍ପୋରେଟ ପ୍ରତିଭା, ହାସ୍ୟ ଅଭିନେତା ତଥା ସମାଜସେବୀ ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ "ସ୍ମୃତି ଅର୍ଘ୍ୟ "ସହିତ ସ୍ମୃତିଚାରଣ ସଭା "ମୃତ୍ୟୁଞ୍ଜୟ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l
ବାଲୁଗାଁ ମହାବଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ।
ଚିଲିକା, ୨୧। ୮: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ପ୍ରୋତ୍ସାହନରେ ଆଜି ବାଲୁଗାଁ ମହାବିଦ୍ୟାଳୟ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଦ୍ୱାରା ଆୟୋଜିତ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।
ରାଜଧାନୀରେ ଖୋଲିଲା ଷ୍ଟିଲକୋ ଫର୍ଣ୍ଣିଚର ସୋରୁମ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ଛକ ନିକଟରେ ଉଦ୍ଘାଟିତ ହୋଇଯାଇଛି ସବୁଠାରୁ ନିର୍ଭରଯୋଗ୍ୟ ଓ ବିଳାସପୂର୍ଣ୍ଣ ଫର୍ନିଚର ସୋ' ରୁମ୍ ‘ଷ୍ଟିଲକୋ ଫର୍ନିଚର’ ଏବେ ଏହାର ପ୍ରମୁଖ ଫର୍ନିଚର ଷ୍ଟୋର । ରାଜଧାନୀବାସୀଙ୍କ ଚାହିଦା ମୁତାବକ ସମସ୍ତ ପ୍ରକାର ନୂତନ ଡିଜାଇନ୍କୁ
Politics
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ଜାଗୃତିକା ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ।
ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ।