୨୩ ଓ ୨୪ରେ ମାରୱାଡି ମହିଳା ସମିତି ଭୁବନେଶ୍ଵର ପକ୍ଷରୁ ସାଓନ ମେଳା

ଭୁବନେଶ୍ୱର: ମାରୱାଡି ମହିଳା ସମିତି, ଭୁବନେଶ୍ବର ଶାଖା ପକ୍ଷରୁ ଆସନ୍ତା ୨୩ ଓ ୨୪ ଜୁଲାଇରେ ସାନ ମେଳାର ଆୟୋଜନ ହେବାକୁ ଯାଉଅଛି । ଏହି ସମିତି ମହିଳାମାନଙ୍କ ପ୍ରତିଭା ଏବଂ ଉଦ୍ୟୋଗୀ ମନୋଭାବକୁ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଉଥ‌ିବା ସହ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ବଦ୍ଧ ପରିକର । ଏଥିରେ ଭୁବନେଶ୍ଵର, କଟକ, କୋଲକାତା, ଖୋର୍ଦ୍ଧା, ଜଟଣୀ ଏବଂ ନିକଟବର୍ତ୍ତୀ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟରେ ନିଯୋଜିତ ମହିଳାମାନେ ମାରୱାଡି ମହିଳା ସମିତ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ଷ୍ଟଲ ସ୍ଥାପନ କରି ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତି। ଏହି ପ୍ରଦର୍ଶନୀରେ ରାକ୍ଷୀ, କୁମ୍ଭୀ, ଶାଢୀ, ପାଶ୍ଚାତ୍ୟ ପୋଷାକ, ଗୋପାଳ ଜୀଙ୍କ ପୋଷାକ, ଇମିଟେସନ ଢେଲାରୀ, ବ୍ୟାଗ୍, ପର୍ସ, ଚପଲ, ଖେଳନା, ଉପହାର ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ସମେତ ବିଭିନ୍ନ ପ୍ରକାରର ଷ୍ଟଲ୍ ପ୍ରଦର୍ଶିତ ହେବ । ଏଥିରେ ଉଦ୍ୟୋଗୀମାନଙ୍କୁ ନିଜ ନିଜ ଘରେ ତିଆରି ସୁସ୍ୱାଦୁ ଖାଦ୍ୟ ଷ୍ଟଲ୍ ମାଧ୍ୟମରେ ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ । ଏଥୁ ସହିତ ପାରମ୍ପାରିକ ହସ୍ତଶିଳ୍ପର ସୁନ୍ଦର ପ୍ରଦର୍ଶନ ମାଧ୍ୟମରେ ଓଡିଶାର ସଂସ୍କୃତିର ସମୃଦ୍ଧ ଐତିହ୍ୟକୁ ପାଳନ କରାଯାଇଥାଏ। ଏହି ପଦକ୍ଷେପ ମାଧ୍ୟମରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା, ସେମାନଙ୍କ ଆତ୍ମ ବିଶ୍ଵାସକୁ ପ୍ରେରଣା ଯୋଗାଇବା ଏବଂ ଏକ ଦୃଢ ନେଟ୍‌ୱର୍କ ନିର୍ମାଣ କରିବାର ଲକ୍ଷ୍ୟ ରହିଛି। ଏହି ପ୍ରତିଭାବାନ ମହିଳାମାନଙ୍କ ସମର୍ଥନ ଏବଂ ଉନ୍ନତି ପାଇଁ ସମସ୍ତେ ଏକାଠି ହେବାପାଇଁ ମହିଳା ସମିତି ପକ୍ଷରୁ ସଭାପତି ଜୁହି ଅଗ୍ରୱାଲ ଆହ୍ବାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସିଓ୍ବାଙ୍ଗି ଗୋଏନକା, ଉପଦେଷ୍ଟା ପ୍ରବୀଣା ଭଣ୍ଡାରୀ ଏବଂ ସୁଧା ଖଣ୍ଡେଲୱାଲ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page