ସରକାର ସମ୍ବେଦନଶୀଳ ହୁଅନ୍ତୁ: ଘରୋଇ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଙ୍ଘ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଘରୋଇ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଥିଲା l ସଙ୍ଘର ସଭାପତି ଅଜିତ ଦାସ ଓ ସମ୍ପାଦକ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, କାର୍ଯ୍ୟକାରୀ ସଭ୍ୟା ହିରନମୟ ଦାସଙ୍କ ସହିତ ବହୁ ସଦସ୍ୟ ଉପସ୍ଥିତ ରହିବା ସହ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠ୍ୟକ୍ରମ, ସୁରକ୍ଷା, ବିଦ୍ୟାର୍ଥୀଙ୍କୁ କିପରି ଉତ୍ତମମାନ ର ଶିକ୍ଷା ସହିତ ନିରାପତ୍ତା, ସଙ୍ଘ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସରକାର ସଙ୍ଘର ଦାବି, ସମସ୍ୟାକୁ ସମ୍ବେଦନଶୀଳ ଭାବେ ନେବାକୁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ମାନ୍ୟବର ମନମୋହନ ସାମଲଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ l ମିଳିତ ସଙ୍ଘ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା ଯେ ଯଥାଶୀଘ୍ର ବିଭିନ୍ନ ସମସ୍ୟାର ଆସୁ ସମାଧାନ କରିବା ସହିତ ଭିତ୍ତିଭୁମିକୁ ସୁଦୃଢ କରିବାକୁ ନିର୍ଦ୍ଧେଶ ଦିଅନ୍ତୁ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page