ସମକାଳୀନ ଚିତ୍ର ପ୍ରଦର୍ଶନ

ବାଲିଅନ୍ତା: ଶକୁନ୍ତଳା ଆର୍ଟ ଗ୍ୟାଲେରୀ ପକ୍ଷରୁ “ଇନର ଥଟ” ଶିର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଆଜି ପୂର୍ବାହ୍ନ ରେ ଉଦଘାଟିତ ହୋଇଯାଇଛି। ଗ୍ୟାଲେରୀ ନିର୍ଦେଶକ ଜନାର୍ଦ୍ଦନ ପରମଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର, ସମ୍ମାନୀତ ଅତିଥି ଭାବରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପ୍ରଖ୍ୟାତ ଚିତ୍ରଶିଳ୍ପୀ ପଦ୍ମଶ୍ରୀ ବିନୋଦ ମହାରଣା ପ୍ରମୁଖ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଉଦବୋଧନ ଦେଇଥିଲେ। ଏଥିରେ ସମକାଳୀନ ଚିତ୍ର ଶିଳ୍ପୀମାନଙ୍କ ଦ୍ଵାରା ଉତ୍କୃଷ୍ଟ ଚିତ୍ରକଳା ପ୍ରସ୍ତୁତ କରାଯାଇଥିଲା। ଚିତ୍ରଶିଳ୍ପୀ ପ୍ରିୟଦର୍ଶିନୀ ମହାନ୍ତି,ମମତା ସାମନ୍ତରାୟ, ପ୍ରଦୀପ ପାଣ୍ଡେ, ସନ୍ତୋଷ ମହାରଣା, ଲିପିଶ୍ରୀ ନାୟକ, ନମିତା ସାହୁ, ବନ୍ଦନା ପଣ୍ଡା, ସାଇସ୍ତା ନାଜ, ରାଜେଶ କୁମାର ନାୟକ, ରାଜକିଶୋର ମହାରଣା, ସୋନାଲି ଶ୍ୱେତପଦ୍ମା ଲେଙ୍କା, ଅଙ୍କିତା ଜାଲ, ଅନିତା ସାମଲ, ବିଜୟ କୂମାର ମଲ୍ଲିକ, ଜ୍ୟୋସ୍ନାରାଣି ନନ୍ଦ, ତେଜସ୍ଵିନୀ ସାମନ୍ତସିଂହାର, ପାର୍ଥ ସାରଥୀ ଜେନା, ସମବେଦନା ଦାସ ମହାପାତ୍ର, ସସ୍ମିତା ପଟ୍ଟନାୟକ, ଅନୁରେଖା ଜେନା, ରାହୁଲ ମଥାନ, ମଧୁ ପଣ୍ଡିତ, ରଞ୍ଜିତା ମିଶ୍ର, ପ୍ରତିମା ମିଶ୍ର, ରଶ୍ମିତା ବେହେରା, ଦୀପ୍ତିମୟୀ ପାଢ଼ୀ, ନମିତା ସାହୁ, ମନୀଶା କର, ରୋଜି ପାଣ୍ଡେ, ସତ୍ୟ ଓଝା, ଦୀପକ ବିଶ୍ଵାଳ, ସମୀର ମହାରଣା, ସାଂସ୍କୃତିକା ପୁରୋହିତ, ଶୁଭ୍ରା ରାୟ, କୁଶ ଭୂୟାଁ, ବନଜା ଗିରି, ପ୍ରମୁଖ ଏହି ପ୍ରଦର୍ଶନୀ ରେ ଅଂଶ ଗ୍ରହଣ କରିଥିଲେ । ଚିତ୍ରଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଅତିଥିମାନଙ୍କ ଦ୍ବାରା ପ୍ରଦର୍ଶନୀ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ପ୍ରଦର୍ଶନୀ ଟି ୭ ଦିନ ଯାଏ ସର୍ବସାଧାରଣଙ୍କ ପାଇଁ ସକାଳ ୧୦ ଟା ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page