ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲା ନିଖିଳ ଓଡିଶା ଗ୍ରାମରକ୍ଷୀ ମହାସଙ୍ଘ

ଭୁବନେଶ୍ୱର: ରାସ୍ତାରେ ଗାଈଗୋରୁ ଶୋଇବା ଯୋଗୁଁ ପ୍ରତିଦିନ ଅନେକ ନିରୀହ ଜୀବନ ସହ ଗାଈଗୋରୁ ସଡ଼କ ଦୁର୍ଘଟଣାରେ ମୃତକ୍ଷହତ ହେଉଛନ୍ତି I ଅନେକ ପରିବାର ଛାରଖାର ହୋଇଯାଉଛି I ସରକାରୀ ଉଦାସୀନତା ଓ଼ ବିଭାଗୀୟ ଦାୟିତ୍ୱହୀନତା ର ଅଭାବ ଏଥିପାଇଁ ସମ୍ପୂର୍ଣ ଦାୟୀ I ଏହି ଗୁରୁତର ସମସ୍ୟା ଉପରେ କାର‌୍ୟ୍ୟାନୁଷ୍ଠାନ ପାଇଁ ଆମ ଜନତା ଅଧିକାରର ସହ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ପ୍ରସନ୍ନ ବିଷୋୟୀ ଓ଼ ଅଶୋକ ପାଇକରାୟ ଅଗଷ୍ଟ ୫ ତାରିଖରେ ଓଡିଶା ମାନବାଧିକାର କମିଶନଙ୍କ ନିକଟରେ ତୁରନ୍ତ ପଦକ୍ଷେପ ସହ କାର‌୍ୟ୍ୟାନୁଷ୍ଠାନ ପାଇଁ ଆବେଦନ କରିଥିଲେ I ମାନ୍ୟବର କମିଶନ ସରକାର, ଗୃହ ଏବଂ ନଗର ଉନ୍ନୟନ ବିଭାଗ ସଚିବ , ପୂର୍ତ୍ତ ବିଭାଗ ସଚିବଙ୍କୁ ସମସ୍ୟା ସମାଧାନ ପାଇଁ ଗତ ୨୨ ତାରିଖରେ ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ପରବର୍ତ୍ତୀ ଶୁଣାଣି ପର‌୍ୟ୍ୟନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ମାନ୍ୟବର ସଦସ୍ୟ ଜଷ୍ଟିସ ସି.ଆର.ମହାପାତ୍ର, ଆ.ଏ.ଦାଶ ଅଧକ୍ଷ ବିଚାରପତି ଏସ୍.ପୂଜାହାରୀଙ୍କ ତିନି ଜଣିଆ ବେଞ୍ଚ ଏହି ନିର୍ଦେଶ ଦେଇଛନ୍ତୁ କ୍ଷ ଓଡ଼ିଶାରେ ରାସ୍ତାରେ ଗାଈ ଗୋରୁ ଶୋଇବା ଏବଂ ଷଣ୍ଢ ଲଢେଇ ଦ୍ୱାରା ହେଉଥିବା ଦୁର୍ଘଟଣାର ସମାଧାନ ପାଇଁ ହସ୍ତକ୍ଷେପ ନିହାତି ଜରୁରୀ କ୍ଷ ସବୁ ରାସ୍ତା ଉପରେ, ବିଶେଷକରି , ପୂର୍ତ୍ତ ଏବଂ ଗ୍ରାମ ନିର୍ମାଣ ବିଭାଗ, ଜାତୀୟ ରାଜପଥ ଏବଂ ସହରାଞ୍ଚଳ ଅଧୀନରେ ଥିବା ମୁଖ୍ୟ ରାସ୍ତାଗୁଡ଼ିକରେ, ଖୋଲାଖୋଲି ଭାବରେ ବୁଲୁଥିବା ଗାଈ ଏବଂ ବଳଦ, ଷଣ୍ଢ ଟ୍ରାଫିକ ଦୁର୍ଘଟଣାର ଏକ ପ୍ରମୁଖ କାରଣ ପାଲଟିଛନ୍ତି। ଏହି ପ୍ରାଣୀମାନେ ପ୍ରାୟତଃ ଦିନ ଏବଂ ରାତିରେ ରାସ୍ତା ମଝିରେ ଶୋଇଥାନ୍ତି, ଯାହା ଡ୍ରାଇଭର ଏବଂ ପଥଚାରୀଙ୍କ ପାଇଁ ଏକ ବଡ଼ ବିପଦ । ଗାଡ଼ି ଚଳାଇବା ବେଳେ ରାସ୍ତାରେ ଏହି ପ୍ରାଣୀଙ୍କ ହଠାତ୍ ଦେଖାଯିବା ଓ଼ ଷଣ୍ଡ ଲଢେଇ ଫଳରେ ଦୁର୍ଘଟଣା ଘଟି ଥାଏ, ଯାହା ଫଳରେ ଧନ ଜୀବନ ଏବଂ ସମ୍ପତ୍ତି କ୍ଷତି ହୋଇଛି। ବୁଲୁଥିବା ପଶୁମାନଙ୍କ ପ୍ରତି କାର‌୍ୟ୍ୟାନୁଷ୍ଠାନର ଅଭାବ ଯୋଗୁଁ ଏହି ସମସ୍ୟା ଆହୁରି ଜଟିଳ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ତୁରନ୍ତ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ରାସ୍ତା ରେ ପେଟ୍ରୋଲିଙ୍ଗ ପୋଲିସ, ଏନ ଏଚ ସୁରକ୍ଷା କର୍ମୀ, ମୁନିସିପାଲିଟି ଓ଼ ଏନଏସି ଅଫିସରେ କାର‌୍ୟ୍ୟରତ କର୍ମଚାରୀ, ପଂଚାୟତ୍ତିରାଜ, ଆର ଡ଼ି କର୍ମଚାରୀ ସମସ୍ତେ ଦାୟିତ୍ୱ ନେବା ଜରୁରୀ I ସେପଟେ ଗୋସୁରକ୍ଷା ପାଇଁ ପ୍ରତିଦିନ ଗାଡ଼ି ଅଟକାଇ ଗୋଚାଲାଣ ବନ୍ଦ କରା ଯାଉଛି କ୍ଷ ଗୋ ସୁରକ୍ଷା ରେ ନିରବଛିନ୍ନ କାର‌୍ୟ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନେ ମଧ୍ୟ ଏ କ୍ଷେତ୍ରରେ ଧ୍ୟାନ ଦେଇ ରାସ୍ତାରେ ବୁଲା ଗୋରୁ ଙ୍କୁ ହଟାଇ ତାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଆମ ଜନତା ଅଧିକାର କହିଛି କ୍ଷ ଏହି ଦୁର୍ଘଟଣା ପାଇଁ କିଛି କା ଂସାରେ ପଶୁମାନଙ୍କର ମାଲିକ ମାନେ ମଧ୍ୟ ଦାୟୀ I ଯେଉଁଠାରେ ସେମାନେ ଉଦ୍ଦେଶ୍ୟମୂଳକ ଭାବରେ ପଶୁମାନଙ୍କୁ ରାସ୍ତାରେ ମୁକ୍ତ ଭାବରେ ଚଳପ୍ରଚଳ କରିବା ପାଇଁ ଛାଡି ଦେଉଛନ୍ତି କ୍ଷସହରାଞ୍ଚଳ ସଂସ୍ଥା ଏବଂ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ଦ୍ୱାରା ଦାୟୀ ବ୍ୟବସ୍ଥା ସହିତ ଆଶ୍ରୟସ୍ଥଳ ଏବଂ ପୁନର୍ବାସ କାର‌୍ୟ୍ୟକ୍ରମ ସମେତ ବୁଲୁଥିବା ପଶୁମାନଙ୍କ ପରିଚାଳନା ପାଇଁ ମଧ୍ୟ ଦୃଢ଼ ପଦକ୍ଷେପ ନେବା ଉଚିତ I ଦୁର୍ଘଟଣା ରୋକିବା ପାଇଁ ରାସ୍ତା ଭିତ୍ତିଭୂମିକୁ ଉନ୍ନତ ଓ଼ ତୁରନ୍ତ ମରାମତି କରିବା, ଭ୍ରମଣକାରୀ ପ୍ରାଣୀମାନଙ୍କ ସହ ମୁହାଁମୁହିଁ ହେଉଥିବା ଅଞ୍ଚଳରେ ଉତ୍ତମ ଆଲୋକୀକରଣ ଏବଂ ସଚେତନ ବୋର୍ଡ ଲଗାଇବା ପ୍ରାଣୀ କଲ୍ୟାଣ ଏବଂ ଦାୟିତ୍ୱପୂର୍ଣ୍ଣ ଗୃହ ପାଳିତ ପଶୁ ମାଲିକାନା ଆଇନ ବିଷୟରେ ଜନସାଧାରଣଙ୍କୁ ସଚେତନତା କରି
ଆମେ ଦୁର୍ଘଟଣାକୁ ରୋକିପାରିବା ସହ ଧନ ଜୀବନକୁ ସୁରକ୍ଷା ଦେବା ଏବଂ ବୁଲା ପଶୁମାନଙ୍କର ଜୀବନ ସୁରକ୍ଷା ଓ଼ କଲ୍ୟାଣ କରିପାରିବକ୍ଷ ବୋଲି ଆମା ଜନତା ଅଧିକକ୍ଷର, ଓଡ଼ିଶାର ସହ ଆବାହକ ବାସୁଦେବ ଭଟ୍ଟ ଓ଼ ସଂଯୋଜକ ପ୍ରସନ୍ନ ବିଷୋୟୀ କହିଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page