ନୂଆ ମ୍ୟୁଜିକ୍ ଭିଡିଓରେ ଶିବରାମ ଓ ଦୀପ୍ତି

ଶିବରାମ ଅଫିସିଆଲ୍ ନିବେଦିତ ନୂଆ ଓଡ଼ିଆ ରୋମାଣ୍ଟିକ୍ ମ୍ୟୁସିକ୍ ଭିଡିଓ “ପ୍ରିୟସି’ ବହୁତ୍ ଜଲଦି ଆପଣଙ୍କ ନିକଟକୁ ଆସିବାକୁ ଯାଉଛି ଓ ରିଲିଜ୍ ହେବାକୁ ଯାଉଛି। ଏହି ମ୍ୟୁସିକ୍ ଭିଡିଓରେ ନିର୍ଦ୍ଦେଶକ ଆନନ୍ଦ କୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱ ରେ ଅଛନ୍ତି ସସ୍ମିତା ଗୌଡ଼। ଓଡ଼ିଆ ମ୍ୟୁସିକ୍ ଭିଡିଓ ଇଣ୍ଡଷ୍ଟ୍ରିରେ ଶିବରାମ ଓ ଦୀପ୍ତି ଆଗରୁ ବହୁ ଆଲବମ୍ ଓ ମ୍ୟୁସିକ୍ ଭିଡିଓ ରେ ଅଭିନୟ କରିସାରିଛନ୍ତି ଓ ଏକ ନୂତନ ଧରଣର ମ୍ୟୁସିକ୍ ଭିଡିଓ ପ୍ରୟାସ କରିଛନ୍ତି ଦର୍ଶକଙ୍କୁ ଭେଟିଦବା ପାଇଁ ନିର୍ଦ୍ଦେଶକ ଆନନ୍ଦ ଏବଂ ଏହି ମ୍ୟୁଜିକ୍ ଭିଡିଓରେ ନାୟକ ଭୂମିକାରେ ନଜର ଆସିବେ ଗଞ୍ଜାମ ପୋଲୋସରା ଅଞ୍ଚଳର (ଶିବରାମ) ଓ ନାୟିକା ଭୂମିକାରେ ନଜର ଆସିବେ ରାୟଗଡ଼ା ଅଞ୍ଚଳର (ଦିପ୍ତି) । ଏହି ମ୍ୟୁଜିକ୍ ଭିଡିଓ ଗଞ୍ଜାମ ଓ ଗୋପାଳପୁର କିଛି ସ୍ଥାନରେ ସୁଟିଂ କରାଯାଇଛି । ଏହି ରୋମାଣ୍ଟିକ୍ ସଙ୍ଗୀତରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଚରଣଦୀପ ଖୋସଲା ଓ ଲିପ୍ସା ମହାପାତ୍ର କ୍ୟାମେରା ଦାୟିତ୍ୱରେ ଅଛନ୍ତି ଦିପକ୍ ସେଠି ଓ ନୃତ୍ୟ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ଆନନ୍ଦ କୁମାର ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଚରଣଦୀପ ଖୋସଲା ଓ ଗୀତିକାର ଅଛନ୍ତି ସୁପ୍ରଜିତ୍ ଏହି ରୋମାଣ୍ଟିକ୍ ମ୍ୟୁଜିକ୍ ଭିଡିଓ ସବୁ ବର୍ଗର ଦର୍ଶକ ଓ ୟଙ୍ଗ୍ ଜେନେରେସନ୍‌ଙ୍କୁ ଆଦୃତ କରିବ ବୋଲି ନିର୍ଦ୍ଦେଶକ ଆନନ୍ଦଙ୍କ ଆଶା ଅଛି ଓ ଏହି ସଙ୍ଗୀତ ଶିବରାମ ଅଫିସିଆଲ୍ ଚ୍ୟାନେଲ ରେ ବହୁତ୍ ଜଲ୍‌ଦୀ ରିଲିଜ୍ ହବ ବୋଲି କହିଛନ୍ତି ନିର୍ଦ୍ଦେଶକ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page