ଯୁବ ସାମ୍ବାଦିକ ତଥା ସମାଜସେବୀ ଅରବିନ୍ଦ ତ୍ରିପାଠୀଙ୍କୁ ସ୍ମୃତି ସମ୍ମାନ
ଭୁବନେଶ୍ୱର,19.2.2026: ଓଡ଼ିଶା ସ୍ୱାଧୀନତା ସଂଗ୍ରାମର ମହାନ ସଂଗ୍ରାମୀ, ଚାଷୀ ମୂଲିଆଙ୍କ ବନ୍ଧୁ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଗୌରଙ୍ଗ ଚରଣ ଦାସଙ୍କ ୫୪ ତମ ଓ ସଂଗ୍ରାମୀ ଗୌରଙ୍ଗ ଚରଣଙ୍କ ସୁପୁତ୍ର ସଂଗ୍ରାମୀ ଶଶୀଭୂଷଣ ଦାସଙ୍କ ୧୫ ତମ ଶ୍ରଦ୍ଧାଞ୍ଜଳି ସଭା ଆଜି ସନ୍ଧ୍ୟାରେ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ନ୍ୟାସ ପକ୍ଷରୁ ସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିବାପରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଏହି ଭଳି ମହାନ ବିପ୍ଳବୀ ପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବବେଳେ ମନ ଭିତରେ ଗର୍ବ ଆସେ, ସେହିମାନଙ୍କ ତ୍ୟାଗ ଓ ବଳିଦାନ ଉପରେ ଆମେମାନେ ଆଜି ସ୍ୱାଧୀନତା ଭୋଗ କରୁଛେ । କିନ୍ତୁ ଜାତିପ୍ରତି ସେହି ମହାନପୁରୁଷ ମାନଙ୍କ ପ୍ରତି ଆମମାନଙ୍କ କର୍ତ୍ତବ୍ୟ ବିଷୟରେ ଆମେ ସଚେତନ ନାହୁଁ । ବିଶେଷ ଭାବରେ ଓଡ଼ିଶାର ଛାତ୍ର ସମାଜକୁ ଏହିଭଳି ମହାନ ସଂଗ୍ରାମୀ ମାନଙ୍କ ଜୀବନୀ ପଢ଼ା ଯିବାର ଆବଶ୍ୟକତା ରହିଛି ବୋଲି ସ୍ୱାମୀଜି କହିଥିଲେ ।
ଏହି ଅବସରରେ ଯୁବ ସାମ୍ବାଦିକ ତଥା ଯୁବ ସମାଜସେବୀ, ଗାନ୍ଧୀ ବାର୍ତ୍ତାର ବାର୍ତ୍ତାବହ ଶ୍ରୀମାନ ଅରବିନ୍ଦ ତ୍ରିପାଠୀଙ୍କୁ ମୁଖ୍ୟଅତିଥି ନିରଞ୍ଜନ ପଟ୍ଟନାୟକ ଅଙ୍ଗ ବସ୍ତ୍ର ଓ ସମ୍ମାନ ଫଳକ ଦେଇ ପ୍ରଥମ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣ ସ୍ମୃତି ସମ୍ମାନ ପ୍ରଦାନ କରିବାପରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଅବିଭକ୍ତ କଟକ ଜିଲ୍ଲାର ଏକମାତ୍ର ଗ୍ରାମ ବାଗଲପୁର ଯେଉଁ ଗ୍ରାମରେ ୧୯ ଜଣ ବ୍ରିଟିସ ସରକାର ବିରୁଦ୍ଧରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ବର୍ଷ ବର୍ଷ ଜେଲରେ କଟାଇଥିଲେ । ଯାହାର ନେତୃତ୍ୱ ନେଇଥିଲେ ଅବିଭକ୍ତ କଟକ ଜିଲ୍ଳାର ପ୍ରଥମ ଜିଲ୍ଲା ବୋର୍ଡ ସଭାପତି ସ୍ୱର୍ଗତ ଗୌରାଙ୍ଗ ଚରଣ ଦାସ, ସ୍ୱର୍ଗତ ଦାସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସୁପୁତ୍ର ଶଶୀଭୂଷଣ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ ଏହା ଓଡ଼ିଶାରେ ଏକ ବିରଳ ଦୃଷ୍ଟାନ୍ତ । ମୁଖ୍ୟବକ୍ତା ପ୍ରଗତିବାଦୀର କାର୍ଯ୍ୟକାରୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ ସଂଗ୍ରାମୀ ଗୌରାଙ୍ଗ ଚରଣଙ୍କ ଅଦମ୍ୟ ସାହସିକତା, ଅନ୍ୟ ସହକର୍ମୀ ମାନଙ୍କୁ ପ୍ରେରଣା ଦେଉଥିଲା । ସେ ନିଜେ ଦିବ୍ୟାଙ୍ଗ ଥିଲେ ତାଙ୍କ ଡାହାଣ ହାତଟି ଜନ୍ମରୁ ଛୋଟ ଥିଲା । କିନ୍ତୁ ସେହି ଗୋଟିଏ ବାମ ହାତରେ ରାତି ଅଧରେ ସେ ଦେବୀ ନଇ ପାର ହୋଇ ଆସିବାର ବିରଳ ଦୃଷ୍ଟାନ୍ତ ରହିଛି । ଛାତ୍ର ଜୀବନରୁ ସେ ସାହାସୀ ଥିଲେ ଓ ଅନ୍ୟମାନଙ୍କୁ ଏକାଠି କରିବାର କଳା ତାଙ୍କୁ ଜଣାଥିଲା । ସଂଗ୍ରାମୀ ତୀର୍ଥ ବାଗଲପୁରକୁ ରାଜ୍ୟ ସରକାର ଐତିହ୍ୟଗ୍ରାମ ତାଲିକାରେ ରଖିବାକୁ ସେ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ପ୍ରଶାସକ ଭାରତ ଭୂଷଣ ଜଗଦେବ, ପୂର୍ବ ପ୍ରଶାସକ ସହଦେବ ଜୟସିଂହ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ସମ୍ମାନୀତ ଅତିଥି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଆଜକୁ ୧୫୦ ବର୍ଷ ପୂର୍ବେ ଅଭିଭକ୍ତ କଟକ ଜିଲ୍ଲାର ବାଗଲପୁରକୁ ଯିବାପାଇଁ ନଈ ବନ୍ଧର ଚଲାରାସ୍ତା ଥିଲା ତାକୁ ସେ ଅତିକ୍ରମ କରି ଆସି ପଣ୍ଡିତ ଗୋପବନ୍ଧୁଙ୍କ ଡାକରାରେ ମହାତ୍ମା ଗାନ୍ଧୀଙ୍କ ପ୍ରଥମ କାଠଯୋଡ଼ି ବାଲିର ଐତିହାସିକ ସଭାରେ ସେ ଯୋଗଦେଇ ସେହିଦିନ ଠାରୁ ସ୍ୱାଧୀନତା ସଂଗ୍ରାମରେ ମାତିଯାଇଥିଲେ । ସେ ଲଢ଼ୁଆ ମନୋବୃତିରେ ମଣିଷ ଥିଲେ । ଆଜିର ଯୁବକ ଓ ଛାତ୍ରମାନେ ତାଙ୍କ ଜୀବନୀ ପଢ଼ିଲେ ବହୁତ କଥା ଜୀବନରେ ଶିକ୍ଷା କରିପାରିବେ । ଶେଷରେ ଟ୍ରଷ୍ଟି ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ସଂଗ୍ରାମୀ ଶଶୀଭୂଷଣ ଦାସ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ – ନିରଞ୍ଜନ ପଟ୍ଟନାୟକ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତରଫରୁ ଗ୍ରୀଷ୍ମକାଳୀନ କର୍ମଶାଳାର ଉଦଯାପନୀ ସଂନ୍ଧ୍ୟା
ପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗତ ମେ ମାସ ୧୫ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ (୧୧ଦିନ ଧରି) ଗ୍ରୀଷ୍ମକାଳୀନ କର୍ମଶାଳା ଆୟୋଜିତ ହୋଇଥିଲା। ଏହାର ଉଦଯାପନୀ ନ୍ଧ୍ୟା ବ୍ ସୁନ୍ଦର ଭାବରେ ଅନୁଷ୍ଠାନ ତରଫରୁ ପାଳନ କରାଯାଇଥିଲା ଏବଂ ସନ୍ଧ୍ୟାରେ
ପଦ୍ମଶ୍ରୀ ବିନୋଦ କାନୁନଗୋ ଥିଲେ ଓଡ଼ିଆ ଭାଷାପ୍ରାଣ
୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତଭୁବନେଶ୍ୱର, ୨୨.୬ : ଓଡ଼ିଆ ଭାଷା, ସାହିତ୍ୟର ସଂରକ୍ଷକ, ବିଶିଷ୍ଟ ଗାନ୍ଧିବାଦୀ, ସ୍ୱାଧୀନତା ସଂଗ୍ରାମୀ, ଜ୍ଞାନ ମଣ୍ଡଳର ପ୍ରତିଷ୍ଠାତା ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ସୋମବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ଯୁବ ସମାବେଶ
ବାଲିଅନ୍ତା ୨୨/୦୬ (ଗୋବର୍ଦ୍ଧନ ଦାସ)ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ପରିସରରେ ଏକ ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ଯୁବ ସମାବେଶ ଆଜି ତା -୨୨.୦୬.୨୦୨୬ ରିଖରେ ଆୟୋଜିତ ହୋଇଅଛି |
ମହାନଦୀ ବଞ୍ଚାଓ ଆନ୍ଦୋଳନର ସାମ୍ବାଦିକ ସମ୍ମିଳନୀ
ଟ୍ରିବୁନାଲଙ୍କ ଗସ୍ତ ପାଇଁ ଅଢେଇ କୋଟି ସ୍ୱାହା, ଜବାବ ରଖନ୍ତୁ ମୁଖ୍ୟମନ୍ତ୍ରୀ : ମହାନଦୀ ବଞ୍ଚାଅ ଆନ୍ଦୋଳନ ଭୁବନେଶ୍ୱର ତା 22ରିଖ l ଗତ ଫେବୃଆରୀ - ମାର୍ଚ୍ଚ ମାସରେ ମହାନଦୀ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ଗସ୍ତରେ ଓଡିଶା ସରକାରଙ୍କ ତହବିଲରୁ
ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଅନ୍ତା,୨0|୬(ଗୋବର୍ଦ୍ଧନ ଦାସ):ଓଡିଶାରେ ଶାସକ ବିଜେପି ସରକାରଙ୍କ ୨ ବର୍ଷ ଫୁର୍ତ୍ତି ଅବସରରେ ବାଲିଅନ୍ତା ବ୍ଲକ ପଞ୍ଚାୟତ ସମିତି ପରିସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଶକ୍ତିକରଣ ଉତ୍ସବ ପାଳନ କରାଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅପରାଜିତା
ଶାନ୍ତିସ୍ତୁପ ଧଉଳି ଓ ବାଲିଅନ୍ତାରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ
ବାଲିଅନ୍ତା,୨୧|୬:ଭୁବନେଶ୍ୱର ବ୍ଲକ ପ୍ରଶାସନ ପକ୍ଷରୁ ଶାନ୍ତିସ୍ତୁପ ଧଉଳି ଏବଂ ବାଲିଅନ୍ତା ବ୍ଲକ ପକ୍ଷରୁ ବ୍ଲକ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଶାନ୍ତିସ୍ତୁପ ଧଉଳିରେ ଭୁବନେଶ୍ୱର ବ୍ଲକ ଉନ୍ନୟନ ଅଧିକାରୀ ଦେବିପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ ଉପରେ ମନୋଜ ଜେନାଙ୍କୁ ଭେଟି ଚାମେଲୀ ଓଝାଙ୍କ ଆଲୋଚନା
ଭୁବନେଶ୍ୱର ତା 20 ରିଖ l ବହୁ ଚର୍ଚିତ କେନ୍ଦ୍ରାପଡ଼ା ଜିଲ୍ଲାର ତିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କୁ କ୍ଷମତାର ଅପବ୍ୟବହାର, ହେପାଜତରେ ଅସଦାଚରଣ ଏବଂ ଆଇନଗତ ସୁରକ୍ଷା ନଦେଇ ଓଲଟା ପୋଲିସ ଦ୍ୱାରା ନିର୍ଯାତନା ମାମଲା କୁ ଜାତୀୟ ମାନବାଧିକାର
ଆୟୁଷ୍ମାନ ଆରୋଗ୍ଯ ମନ୍ଦିରରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଚାନ୍ଦବାଲି :- ପ୍ରତ୍ଯେକ ବର୍ଷପରି ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଖେରଙ୍ଗଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି | ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ର ବିଷୟ ରଖାଯାଇଛି ଯେ Yoga for Healthy Ageing ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ସେହି
ଚିଲିକାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।
ଚିଲିକା,୨୧।୬:ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସକାଳୁ ଉତ୍ସାହର ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ସ୍ଥାନରେ ସୁସ୍ଥ ଓ ନିରୋଗ ରହିବାର ପାଥେୟ ସ୍ଵରୂପ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣରେ ବିଭିନ୍ନ ଯୋଗ ଓ ବ୍ୟାୟାମ ଆଦି କରାଯାଇଥିଲା । ଏଥିରେ ଛାତ୍ର
ମହାନଦୀ ବଞ୍ଚାଓ ଆନ୍ଦୋଳନ
ପ୍ରଧାନମନ୍ତ୍ରୀ ଙ୍କ ଓଡିଶା ଗସ୍ତ ସମୟରେ ଆୟୋଜିତ ହେଲା ମାନବ ଶୃଙ୍ଖଳ lପ୍ରଧାନମନ୍ତ୍ରୀଙ୍କୁ ପାଞ୍ଚଟି ପ୍ରଶ୍ନର ଜବାବ ମାଗିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ lଭୁବନେଶ୍ୱର ତା 20 l 6 l ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ମହାନଦୀ ବଞ୍ଚାଓ ଆନ୍ଦୋଳନ
ସମାଜ ସମ୍ବାଦିକଙ୍କ ପିତୃ ବିୟୋଗ, ବିଭିନ୍ନ ମହଲରେ ଶୋକ
ଚିଲିକା,୧୯। ୬:ଚିଲିକା ବ୍ଲକ ହରିପୁର ଶାସନ ନିବାସୀ ସଫଳ ଚାଷୀ, ସମାଜସେବୀ ତଥା ସ୍ଥାନୀୟ ସମାଜର ପ୍ରତିନିଧି ଅଖିଳ କୁମାର ପଲାଇଙ୍କ ପିତା ରାଜକିଶୋର ପଲାଇ( ୮୦ ବର୍ଷ)ଙ୍କର ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ
କହ୍ନେଇପୁର ଗ୍ରାମରେ ଅଗ୍ନିକାଣ୍ଡ, ଦୋକାନ ଘର ସମେତ ୪ ବଖରା ଭସ୍ମୀଭୂତ
ଚିଲିକା, ୧୯।୬: ବାଣପୁର ବ୍ଳକ ନାଚୁଣୀ ପଞ୍ଚାୟତ ଅଧୀନ ସୁନାଖଳା ନିକଟସ୍ଥ କହ୍ନେଇପୁର ଗ୍ରାମ ରେ ଗତକାଲି ରାତି ପ୍ରାୟ ୨/୩ ଟା ସମୟରେ ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ଗ୍ରାମର ୨ ଟି ପରିବାରର ମୋଟ ଚାରି ବଖରା ଭସ୍ମୀଭୂତ ହୋଇଯାଇଛି।
ନିଆରା ରଜ: କୁଶଭଦ୍ରା ନଦୀ ପାଇଁ କରିଦେଲେ ଉତ୍ସର୍ଗ
ନିମାପଡ଼ା: ନଦୀ ମାଆର ସୁରକ୍ଷା ପାଇଁ ଉତ୍ସର୍ଗ ଥିଲା ରଜ । ଗାଁରେ, ଗାଁ ପରିବେଶରେ, ବରଗଛ ମୂଳେ ଜମିଥିଲା ରଜ । କୁମାରୀ ମାନଙ୍କ ଗହଳୀ ସାଙ୍ଗକୁ ଗାଁ ବୋହୂଙ୍କ ହୁଳହୁଳିରେ କମ୍ପିଥିଲା ମଞ୍ଚ । ମଧ୍ୟାହ୍ନରେ ରାଜ୍ୟର ବରିଷ୍ଠ
ଅକ୍ଷମଣୀୟ ଅପରାଧ -ପ୍ରଦ୍ୟୁମ୍ନ ଶତପଥୀ
ଭୁବନେଶ୍ୱର ତା 17/06/26 ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପୁସ୍ତକରେ ଗୁରୁତର ତ୍ରୁଟି ପରିଲକ୍ଷିତ କରାଯାଇଛି l 1678ପୃଷ୍ଠାରେ ତ୍ରୁଟିନେଇ ଗଭିର କ୍ଷୋଭ, ଦୁଃଖ ପ୍ରକାଶ କରିବା ସହିତ ଘୋର ନିନ୍ଦା କରିଛନ୍ତି ଓଡିଶା ନାଗରିକ
ଖଣ୍ଡିଏ ବି ଭୁଲ ବହି କାହାପାଖରେ ରହିବା ଉଚ୍ଚିତ ନୁହେଁ, ଭବିଷ୍ୟତ ପିଢ଼ି ପାଇଁ ମହାପାପ
ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ରହିଛି ବୋଲି ଏସସିଇଆରଟି କର୍ତ୍ତୁପକ୍ଷ ସ୍ବୀକାର କରି ଥିବାରୁ, ଏହି ତ୍ରୁଟି ରହିଥିବା ସମସ୍ତ ପାଠ୍ୟ ପୁସ୍ତକକୁ ସରକାର ଫେରସ୍ତ କରିନେବା ଆବଶ୍ୟକ | ଖଣ୍ଡିଏ ବି ଭୁଲ
ସୁଦର୍ଶନ ଦାରୁଙ୍କ ରଥଯାତ୍ରା ପାଇଁ ଚଳ ଚଞ୍ଚଳ ରଥଖଳା
ବାଲିଅନ୍ତା, ୧୮/୦୬ (ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ଗଡ଼କ ଗଡ଼କଣ୍ଠୁଣିଆ ସ୍ଥିତ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚକ୍ରରାଜ ସୁଦର୍ଶନ ଦାରୁଙ୍କ ରଥଯାତ୍ରା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋଡ଼ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥ
ଗୋଦାବରୀଶ ସରକାରୀ ହାଇସ୍କୁଲ ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ଵାଗତ ଓ ଶୈକ୍ଷିକ ବିକାଶ ବୈଠକ ।
ଚିଲିକା,୧୮। ୬:ସ୍ଥାନୀୟ ନାଚୁଣୀ ଗୋଦାବରୀଶ ସରକାରୀ ହାଇସ୍କୁଲ ରେ ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ଶବରଙ୍କ ସ°ଯୋଜନାରେ ଆଜି ସ୍କୁଲ ର ପ୍ରଥମ ଦିବସରେ ଛାତ୍ର ଛାତ୍ରୀ ଙ୍କ ପାଠୋନ୍ନତି ପାଇଁ ସମସ୍ତ ଙ୍କ ସହଯୋଗ କାମନା କରି ଶୈକ୍ଷିକ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ଦ୍ଵାରାନାଚୁଣୀ ମହାବିଦ୍ୟାଳୟ ବହୁମୂଖୀ ପ୍ରକୋଷ୍ଠ ଉଦଘାଟନ
ଚିଲିକା,୧୮। ୬: ଆଜି ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ଵାରା ନାଚୁଣୀ ମହାବିଦ୍ୟାଳୟରେ ୬୦ ଲକ୍ଷ ଟଙ୍କାରେ ନବ ନିର୍ମିତ ବହୁମୁଖୀ ପ୍ରକୋଷ୍ଠର ଶୁଭ ଉଦଘାଟନ କରିବା ସହିତ ୭କୋଟୀ ୪୦ଲକ୍ଷ ଓ
ଫ୍ଲାଟ ବିକ୍ରି ଠକକୁ ଗୁଜୁରାଟରୁ ଧରିଲା ଧଉଳି ପୁଲିସ
ବାଲିଅନ୍ତା,୧୭|୬:ଜଣେ ମହିଳାଙ୍କୁ ଫ୍ଲାଟ ବିକ୍ରୀ କରିବାପାଇଁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛ l ଗିରଫ ଅଭିଯୁକ୍ତ ହେଲେ ଗୁଜୁରାଟ ନଖତ୍ରାଣ ଥାନା ଭାଦଳୀ ଗ୍ରାମର ଶ୍ୟାମଜୀ ଭାଇଙ୍କ ପୁଅ
ବହି ବିଭ୍ରାଟର ହାଇକୋର୍ଟ ଜଜଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ହେଉ : ଓଡିଶା ଅଭିଭାବକ ମହାସଂଘ
ପୂର୍ବତନ ସଚିବ ଶାଳିନୀ ପଣ୍ଡିତ ଓ ନିର୍ଦେଶକ ମନୋଜ ପାଢୀତଦନ୍ତ ଅନ୍ତର୍ଭୁକ୍ତ ହୁଅନ୍ତୁଭୁବନେଶ୍ୱର ତା 17 ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଗା ଯାଇଥିବା ପାଠ୍ୟପୁସ୍ତକରେ ୧୭୮୧ ରୁ ଅଧିକ ତ୍ରୁଟି ଦେଖାଯାଇଛି। ଏହି ଅସମ୍ବେଦନଶୀଳ ଓ ଅତ୍ୟନ୍ତ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ପଦ୍ମଶ୍ରୀ ବିନୋଦ କାନୁନଗୋ ଥିଲେ ଓଡ଼ିଆ ଭାଷାପ୍ରାଣ
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ଯୁବ ସମାବେଶ