ହୋଟେଲ ଧଉଳି-ଇନ୍ ଉଦଘାଟନ

ଭୁବନେଶ୍ୱର: ଧଉଳି ଗୋପୀନାଥପୂର୍ ତଥା ଶାନ୍ତିସ୍ତୁପ ଧଉଳି ପାଦଦେଶରେ ବୁଧବାର ସନ୍ଧ୍ୟାରେ ଉଦଘାଟନ ହୋଇଯାଇଛି ଧଉଳି-ଇନ୍ ନାମକ ହୋଟେଲ। ଏହି ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚନ୍ଦନ ମଲ୍ଲିକ, ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ଯୁବନେତା ଭଗବାନ ସାହୁ, ସହ-ପ୍ରତିଷ୍ଠାତା

ଲିଙ୍ଗରାଜ କଟା, ସ୍ମୃତିରଞ୍ଜନ ନାୟକ, ଅମୀୟ ସାହୁ ଓ ରାହୁଲ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ l ଏହି ହୋଟେଲଟି ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହୋଇଥିବା ବେଳେ ୩ ମହଲା ବିଶିଷ୍ଟ ଏହି ହୋଟେଲରେ ୧୫ ରୁ ଅଧିକ କୋଠରୀ ରହିଛି l ସ୍ୱଳ୍ପ ମୂଲ୍ୟ ସାଙ୍ଗକୁ ସବୁ ପ୍ରକାର ବ୍ୟବସ୍ଥା ଏହି ହୋଟେଲରେ ରହିଛି l ଶାନ୍ତିସ୍ତୁପ ଧଉଳିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ହୋଟେଲ ବେଶ ସହାୟକ ହେବ ବୋଲି ଏହାର ମାଲିକ କହିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page