ଜଗଦୀଶ ପାଣିଗ୍ରାହୀଙ୍କୁ “ଶାନ୍ତିପଥ ଶିକ୍ଷାଜ୍ୟୋତି ସମ୍ମାନ -2026

ଭୁବନେଶ୍ୱର 24/05/26 ଶାନ୍ତିପଥର ଅଷ୍ଟମ ସ୍ୱନକ୍ଷତ୍ର ଅବସରରେ ଖୋର୍ଦ୍ଧାଜିଲ୍ଲାର ମେଧାବୀ ଛାତ୍ର ତଥା ଯୁବ ସମାଜସେବୀ ପ୍ରକାଶ ପାଣିଗ୍ରାହୀଙ୍କ ସୁପୁତ୍ର ଜଗଦୀଶ ପାଣିଗ୍ରାହୀଙ୍କୁ ରାଜଧାନୀରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ “ଶାନ୍ତିପଥ ଶିକ୍ଷାଜ୍ୟୋତି ସମ୍ମାନ -2026″ପ୍ରଦାନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାନ୍ଧୀ ଚିନ୍ତକ, ସ୍ତମ୍ଭକାର ପ୍ରହଲ୍ଲାଦ ସିଂ, ଅଧ୍ୟକ୍ଷ ତଥା ସଂଗଠନର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଭାବେ ଡାକ୍ତର ବିଶ୍ୱନାଥ ପଟନାୟକ, ମୁଖ୍ୟ ସଂଯୋଜକ ଅରବିନ୍ଦ ତ୍ରିପାଠୀ, ବିଶିଷ୍ଟ ପୁଜ୍ୟପୂଜା ପ୍ରାଣ ବିଜୟ କୁମାର ତ୍ରିପାଠୀ ଉପସ୍ଥିତ ରହିବା ସହ ମାନପତ୍ର, ଟ୍ରଫି ପ୍ରଦାନ କରିଥିଲେ l ନାରାୟଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା, ସମାଜସେବୀ ସୀତାଂଶୁ ଶେଖର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page