ଚିଲିକା,୫।୫:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନାର ଆଇ.ଆଇ.ସି ଜୟ ପ୍ରକାଶ ପରିଡାଙ୍କ ବାଣପୁର ଥାନାକୁ ବଦଳି ହେବ ପରେ ସୋମବାର ଦିନ ନୂତନ ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଶ୍ରଦ୍ଧା ନାୟକ ।. ଶ୍ରଦ୍ଧା ନାୟକ ଏହା ପୁର୍ବରୁ ଟାଙ୍ଗୀ ଥାନାରେ ଅତିରିକ୍ତ ଆଇ.ଆଇ.ସି ଭାବେ କାର୍ଯ୍ୟରତ ଥିଲେ।ଆଜି ବାଲୁଗାଁ ଥାନାରେ ନୂତନ ଆଇ.ଆଇ.ସି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଅଞ୍ଚଳକୁ ଅପରାଧ ମୁକ୍ତ ରଖିବା ତାଙ୍କର ପ୍ରାଥମିକତା ରହିବ ବୋଲି ନୂତନ ଆଇଆଇସି ଶ୍ରଦ୍ଧା ନାୟକ କହିଛନ୍ତି।ଏହି ଅବସରରେ ଥାନା କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗର ଜନସାଧାରଣ ତାଙ୍କୁ ସ୍ବାଗତ ଜଣାଇଛନ୍ତି।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି