ଭୁବନେଶ୍ୱର ତା 27/08/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଶ୍ରୀକାନ୍ତ ଶେଖର ସାହୁ ଙ୍କ ସଂଯୋଜନାରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ବିଶ୍ୱ ଓଡ଼ିଆ ପରିବାରର ପ୍ରତିଷ୍ଠାତା ତଥା ବରିଷ୍ଠ ଭାଜପା ନେତା ସଜ୍ଜନ ଶର୍ମା,ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟ ଯୁବ ଉଦ୍ୟୋଗୀ ଅମିତାଭ ସ୍ୱାଇଁ ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା, ସମାଧାନ ସହ ଓଡିଶା ଅନନ୍ତ ପ୍ରତିଭାର ଅଧିକାରୀ ବୋଲି ମତବ୍ୟକ୍ତ କରିବା ସହିତ ଓଡିଶା ଉଦ୍ୟୋଗୀ ପରିବାରର ଉଦ୍ୟମ କୁ ବେଶ ପ୍ରଂଶସା କରିଥିଲେ l ସମସ୍ତ ଓଡ଼ିଆଙ୍କୁ ଏକତ୍ରିତ କରି ନିଷ୍ଠା, ପରିଶ୍ରମ ଓ ଉଦ୍ୟମ ଅବ୍ୟାହତ ରଖିଲେ ଉଦ୍ୟୋଗ ଶିଳ୍ପ ଆହୁରି ସମୃଦ୍ଧ ହୋଇ ପାରିବ ବୋଲି ମତ ରଖିଥିଲେ l

ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା ସମୃଦ୍ଧି ଉପରେ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମିଶ୍ର ଗୁରୁତ୍ୱାରୋପ ସହ ପ୍ରତି ଉଦ୍ୟୋଗୀ ଜଣେ ଜଣେ ରାଷ୍ଟ୍ର ନିର୍ମାତା ବୋଲି ମତବ୍ୟକ୍ତ କରିଥିଲେ l ନିଜ ଉତ୍ପାଦ ସାମଗ୍ରୀକୁ ଅନ୍ତର୍ଜାତୀୟ ବଜାର ରେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବାକୁ ଆହ୍ୱାନ ଦେଇ ଥିଲେ l ବିଭିନ୍ନ ସ୍ଥାନରୁ ଆସିଥିବା ଉଦ୍ୟୋଗୀ ସମୂହ ନିଜ ନିଜ ବକ୍ତବ୍ୟ ରଖିଥିଲେ lକାର୍ଯ୍ୟକ୍ରମକୁ ଉଦ୍ୟୋଗୀ ପରିବାର ସଦସ୍ୟ ଙ୍କ ସହିତ ଉଦ୍ୟୋଗୀ ସୀତାଂଶୁ ଶେଖର ମହାରଣା,ନୀଳୟକାନ୍ତ ନାୟକ, ବିପି ସିଂ ମନୋରଞ୍ଜନ ବାରିକ,ସତ୍ୟଜିତ ପରିଜା ପ୍ରମୁଖ ପରିଚାଳନା କରିଥିଲେ