ଗୋଲାମୁଣ୍ଡା ଥାନା ଅଧିକାରିଣୀ ଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

ଧର୍ମଗଡ ୨୦/୦୩/ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୂର୍ବତନ ଥାନା ଅଧିକାରିଣୀ ଶ୍ଵେତାପଦ୍ମା ସେଠ ଙ୍କୁ ଧର୍ମଗଡ ଥାନା କୁ ବଦଳି ହୋଇଥିବା ବେଳେ ପୂର୍ବତନ ଥାନା ଅଧିକାରିଣୀ ଶ୍ରୀମତୀ ସେଠ ଙ୍କ ଉଦ୍ଦେଶ୍ୟ ରେ ଗୋଲାମୁଣ୍ଡା ଥାନା ପରିସରରେ ନିରାଡ଼ମ୍ବରପୂର୍ଣ୍ଣ ଓ ଦୁଃଖଦପୂର୍ଣ୍ଣ ପରିବେଶ ମଧ୍ୟ ରେ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା ।। ଏହି ଅବସରରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା, ଗୋଲାମୁଣ୍ଡା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି, ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା, ଗୋଲାମୁଣ୍ଡା ଏସ,ଆଇ ରାଜେଶ ପରିଡା, ଏଏସ,ଆଇ ହେମନ୍ତ ହରିଜନ, ରଞ୍ଜନ ରାଉତ,ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ସମସ୍ତ ଥାନା କର୍ମଚାରୀ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଥାନା ଅଧିକାରିଣୀ ଶ୍ରୀମତୀ ସେଠ ଜଣେ କର୍ତ୍ତବ୍ୟନିଷ୍ଠ, ପରୋପକାରୀ ଓ ମେଳାପୀ ଥିଲେ। ତେଣୁ ତାଙ୍କର ବଦଳି ପରେ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page