ଦୈନିକ ଖବରକାଗଜ “ସଶକ୍ତ ବାର୍ତ୍ତା “ଶୁଭ ଲୋକାର୍ପିତ

ଭୁବନେଶ୍ୱର ତା 29/08/26 ଏକ ଗରିମାମୟ କାର୍ଯ୍ୟକ୍ରମରେ ‘ସଶକ୍ତ ବାର୍ତ୍ତା’ ଦୈନିକ ଓଡ଼ିଆ ଖବରକାଗଜ ସ୍ଥାନୀୟ ନୟା ପଲ୍ଲୀ ସଶକ୍ତ ଓଡିଶା କାର୍ଯ୍ୟାଳୟ ଠାରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଲୋଚନା ଓ ବଡ଼ ଖବର ସମ୍ପାଦକ ଅର୍ଧେନ୍ଦୁ ଦାସ, ମୁଖ୍ୟବକ୍ତା ଭାବେ ବିଶ୍ୱବାଣୀ ସମ୍ପାଦକ ଅର୍ଜୁନ ମୁଦୁଲି, ସମ୍ମାନିତ ଅତିଥି ଭାବେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଉତ୍କଳ ବୁଲେଟିନ ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ସଂଗଠନ ଉପଦେଷ୍ଠା, ଅଧିବକ୍ତା କଲ୍ୟାଣ କୁମାର ଚାଟାର୍ଜୀ, ଭାଷାପ୍ରାଣ ନବ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ପାତାଳ ସିଂ, ପ୍ରଫେସର କିଶୋର ପ୍ରତାପ ସିଂ,ମୁଗୁପୁର ସମାଚାର ସମ୍ପାଦକ ମଦନ ମୋହନ ପାଢ଼ୀ,ଅଧିବକ୍ତା ଆରତୀ ମିଶ୍ର, ରୀନା ମହାନ୍ତି, କୁଳମଣି ରାଉତ ଉପସ୍ଥିତ ରହିବା “ସଶକ୍ତ ବାର୍ତ୍ତା”ର ସଫଳତା କାମନା କରିବା ମତ ବ୍ୟକ୍ତ କରିଥିଲେ ଯେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସତ୍ୟ, ନିରପେକ୍ଷତା ଓ ଜନସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ସମ୍ବାଦ ପରିବେଷଣ କରିବା ହିଁ ଏକ ସଫଳ ଗଣମାଧ୍ୟମର ପରିଚୟ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ସାମ୍ପ୍ରତିକ ସମୟରେ ଗଣମାଧ୍ୟମ ବହୁ କଣ୍ଟକିତ ପଥ ଦେଇ ଗତି କରିବା ସହିତ ସମସ୍ତ ଙ୍କୁ ନେଇ ଆଗକୁ ଯିବା ବହୁ କଷ୍ଟକର ବ୍ୟାପାର ହେଲେ ବି ଦୃଢ ନିଷ୍ଠା, ସତ୍ୟ, ନ୍ୟାୟ କୁ ପାଥେୟ କରି ଆଗକୁ ଯିବାକୁ ହେବ l

ମୁଖ୍ୟବକ୍ତା ଶ୍ରୀଯୁକ୍ତ ମୁଦୁଲି ଗଣମାଧ୍ୟମ ସରକାର ଓ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ସେତୁ ଭାବେ କାର୍ଯ୍ୟକରିବା ସହିତ ଅବହେଳିତଙ୍କ ସ୍ୱର ହେଉ ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ‘ସଶକ୍ତ ବାର୍ତ୍ତା’ ସମ୍ପାଦକ ବିଜୟ କୁମାର ପ୍ରଧାନ କହିଥିଲେ ଯେ , ‘ସଶକ୍ତ ବାର୍ତ୍ତା’ ଦୈନିକ ଓଡ଼ିଆ ଖବରକାଗଜର ନିର୍ଭୀକ, ନିରପେକ୍ଷ ଓ ତଥ୍ୟଭିତ୍ତିକ ସାମ୍ବାଦିକତାକୁ ଗୁରୁତ୍ୱ ଦେବ। ରାଜ୍ୟର ବିକାଶ, ଗ୍ରାମାଞ୍ଚଳର ସମସ୍ୟା, ଜନସ୍ୱାର୍ଥ ଓ ସରକାରୀ ଯୋଜନାର ସଠିକ୍ ସୂଚନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହା ସର୍ବଦା ପ୍ରୟାସ କରିବ। ଏହି ଅବସରରେ ଉଦ୍ୟୋଗୀ ବାଉରୀ ବନ୍ଧୁ ଘୋଷଙ୍କୁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ହରିଓମ ବାବା, ଅଇଁଠୁ ସାହୁ, ବିବର୍ଛ ମିର୍ଧା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅନିତା ମଞ୍ଜରୀ ସ୍ୱାଇଁ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page