ସହଯୋଗ ଫାଉଣ୍ଡେସନଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳା ପୁନଃ ସ୍ଥାପନ ପାଇଁ SP ଅଭିଳାଷଙ୍କୁ ଅନୁରୋଧ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଗତ କିଛି ଦିନ ଧରି ଅପରାଧିକ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବା ପ୍ରସଙ୍ଗରେ, ସହଯୋଗ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପୋଲିସ ସୁପାରିଣ୍ଟେଣ୍ଡେଣ୍ଟ (SP) ଅଭିଳାଷ ଜି, IPS ଙ୍କୁ ଏକ ଲିଖିତ ଅନୁରୋଧପତ୍ର ଦାଖଲ କରାଯାଇଛି। ସେଥିରେ ଜିଲ୍ଲାରେ ଶାନ୍ତି ଓ ନିରାପତ୍ତା ପୁନଃସ୍ଥାପନ ପାଇଁ ତୁରନ୍ତ ଓ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଅନୁରୋଧପତ୍ରରେ ଉଲ୍ଲେଖ ରହିଛି ଯେ, ଚୋରି, ହିଂସା ଓ ମାଦକଦ୍ରବ୍ୟ ବ୍ୟବହାର ଘଟଣା ଦିନକୁ ଦିନ ବଢ଼ିବା ସାଙ୍ଗରେ, ଖୋଲାଖୋଲି ଭାବରେ ଦେଶୀ ମଦ ଓ ନାର୍କୋଟିକ୍ସ ବିକ୍ରି ହେଉଛି, ଯାହା ଅବୈଧ ଓ ଅପରାଧିକ ଥିବା ସହ ବଲାଙ୍ଗିର ଯୁବପିଢି ପାଇଁ ଏକ ଭୟଙ୍କର ସମସ୍ୟା ହୋଇପଡ଼ିଛି। “ବଲାଙ୍ଗିର ଏକ ସଂସ୍କୃତିକ ଐତିହ୍ୟ ଓ ଶାନ୍ତିପ୍ରିୟ ଲୋକମାନଙ୍କ ଶହର। ଏଠାରେ ଘଟୁଥିବା ଅପରାଧିକ କାର୍ଯ୍ୟକଳାପ ଏହି ଶହରର ଛବିକୁ ଦୁଷିତ କରୁଛି ଓ ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି,” ବିବୃତିରେ ଲେଖାଯାଇଛି। ସେମାନେ ଏହି ଯୋଜନାରେ ପୋଲିସ ଓ ପ୍ରଶାସନ ସହ ମିଶି କାମ କରିବା ପାଇଁ 24×7 ସମୟ ଉପଲବ୍ଧ ରହିବା ଓ ସମସ୍ତ ପ୍ରକାର ସହଯୋଗ ଦେବା ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏହି ଅନୁରୋଧ ସମାଜର ବିଭିନ୍ନ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି ଓ ସମସ୍ତେ ଆଶା କରୁଛନ୍ତି ଯେ ବଲାଙ୍ଗିରରେ ଶୀଘ୍ର ଏବଂ କଠୋର ପଦକ୍ଷେପ ଗ୍ରହଣ କରାଯିବ।

ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page