ରାଷ୍ଟ୍ରୀୟ ଏକତା ଦିବସରେ ବାଲୁଗାଁ ପୋଲିସର ଆମ ପୋଲିସ କାର୍ଯ୍ୟକ୍ରମ

ବାଲୁଗାଁ, ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବାଲୁଗାଁ ଥାନା ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଥାନା ଆଇଆଇସି ଯୋଗ ଦେଇଥିବା ବେଳେ ନାଭାଲ ଫାଣ୍ଡିର ଏଏସଆଇ ସାନ୍ତନୁ କୁମାର ବେହେରା, ବାଲୁଗାଁ ଥାନା ଏଏସଆଇ ସୁକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଯୁବକ ଓ ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଏହି ଅବସରରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସର ମହତ୍ତ୍ୱ ବିଷୟରେ ଆଲୋଚନା କରାଯାଇଥିଲା। ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ସମସ୍ତେ ଶପଥ ନେଇଥିଲେ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଲେ ଅପରାଧ ନିୟନ୍ତ୍ରଣ ସହଜ ହେବ ବୋଲି ଆଇଆଇସି କହିଥିଲେ। ଏହା ସହ ସାଇବର ଠକେଇ, ନିଶା କାରବାର, ସଡ଼କ ସୁରକ୍ଷା ଏବଂ ମହିଳା ଓ ଶିଶୁ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା।

ବାଲୁଗାଁ ପ୍ରତିନିଧି
ଆଦିତ୍ୟ ନାରାୟଣ ବେହେରା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page