ଭୁବନେଶ୍ୱର ତା 06/11/26 ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ବାଚସ୍ପତି, ସମ୍ପାଦକ, ସାହିତ୍ୟିକ ତଥା ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ପଣ୍ଡିତ ନୀଳକଣ୍ଠ ଦାସଙ୍କ 59 ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ସ୍ଥାନୀୟ ମହାଡାକପାଳଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଉତ୍କଳ ସମ୍ମିଳନୀ ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଉପସଭାପତି ପ୍ରଫେସର ସୁରେନ୍ଦ୍ରନାଥ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଡା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l

ଉତ୍କଳ ସମ୍ମିଳନୀ ର ପ୍ରାକ୍ତନ ସଭାପତି,ଓଡିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅନନ୍ୟ ପ୍ରତିଭା,ଅସାଧାରଣ ବାଗ୍ନୀତା,ଓଡ଼ିଆ ସମ୍ବାଦପତ୍ର ସମାଜର ସମ୍ପାଦନା,ସମାଜ ସଂସ୍କାର ମୂଳକ ପ୍ରବନ୍ଧ “ନିଶ “କାବ୍ୟ କୋଣାର୍କେ ଏବଂ ଆତ୍ମଜୀବନି ଇତ୍ୟାଦି ସାରସ୍ୱତ ସୃଷ୍ଟି ତାଙ୍କୁ ଅମର କରି ରଖିଛି ବୋଲି ମତପ୍ରକାଶ ପାଇଥିଲା l ବକ୍ତାମାନେ ସେ ସ୍ନାତକୋତ୍ତର ଓ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ସରକାରୀ ଚାକିରୀ ନ କରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଡାକରାରେ ଉଦବୁଦ୍ଧ ହୋଇ ମାତ୍ର @30 ଟଙ୍କା ଦରମାରେ ସତ୍ୟବାଦୀ ବନବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବରେ ଯୋଗଦେବା,ଭାରତୀୟ ସ୍ୱାଧୀନତା ସଂଗ୍ରାମ ତଥା ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଧିବକ୍ତା ତଥା ବିଜେପି ମହିଳା ମୋର୍ଚ୍ଚାପକ୍ଷରୁ ଆରତୀ ମିଶ୍ର,ଅଧିବକ୍ତା ଲକ୍ଷ୍ମୀଧର ଦାସ,ସମାଜସେବୀକା ରାଜମିତ୍ରା ପ୍ରହରାଜ, ଉପ ସଭାପତି ପ୍ରଫେସର ଡ଼ଃ କାଶୀନାଥ ରଥ, କୋଷାଧ୍ୟକ ତ୍ରିନାଥ ସାମନ୍ତରାୟ, ସ୍ବର୍ଗତ ନୀଳକଣ୍ଠଙ୍କ ପୌତ୍ର ପୁର୍ନେନ୍ଦୁ କୁମାର ଦାସ ଉପସ୍ଥିତ ରହିବା ସ୍ମୃତି ଚାରଣ କରିଥିଲେ l ପଣ୍ଡିତ ନୀଳକଣ୍ଠ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ପଦ୍ମଭୂଷଣ ସମ୍ମାନ ସହିତ ଓଜସ୍ୱିନୀ ଅଭିଭାଷଣ ତାଙ୍କୁ ଚୀର ସ୍ମରଣୀୟ କରିଛି ମତପ୍ରକାଶ ପାଇଥିଲା l
ଆଜିର ପୀଢ଼ି ତାଙ୍କୁ ଅନୁସରଣ କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l