ପାଣିକୋଇଲି: ୧୬ନଂ ଜାତୀୟ ରାଜପଥର ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନରୁ ବନ୍ଧୁକ ମୁନରେ ହୋଇଛି ଡକାୟତି। ଶନିବାର ମଧ୍ୟାହ୍ନରେ ଜିଲା ଏସପି ମୁଖ୍ୟାଳୟ ବା ଏସପି ଦପ୍ତରର ଦୁଇଶହ ମିଟର ଦୂର ଅଳଙ୍କାର ଦୋକାନରେ ଦିନରେ ଡ଼କାୟତଙ୍କ ଗୁଳିମାଡ଼ରେ ଜଣେ କର୍ମଚାରୀ ସହ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଫେରାର ହେବାକୁ ବସିଥିବା ରାଜ୍ୟ ବାହାରର ଦୁଇ ଡ଼କାୟତଙ୍କୁ ଲୋକେ କାବୁ କରି ବହେ ଛେଚି ଗୁରୁତର କରି ଦେଇଥିଲେ। ହଜାର ହଜାର ଲୋକଙ୍କ ଗହଣରୁ ଡ଼କାୟତଙ୍କୁ ମୁକୁଳାଇ ନିଜ ହେପାଜତକୁ ନେଇଥିଲେ ହେଁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡ଼ିକାଲରେ ଭର୍ତି କରାଯାଇଛି। ମିଳିଥିବା ଖବର ମତେ ଶନିବାର ଦିନ ପ୍ରାୟ ୧.୩୦ ମିନିଟ ସମୟରେ ୩ ଜଣ ଡକାୟତ ବାଇକରେ ଆସି ପଣ୍ଡା ଅଳଙ୍କାର ଭିତରେ ପସିଥିଲେ। ଅଳଙ୍କାର ଦୋକାନଟି ଦ୍ବିମହଲାର ହୋଇଥିବା ବେଳେ ଦୁଇଜଣ ଉପରତାଲା ଜଣେ ତଳ ମହଲାରେ ରହିଥିଲେ। ଉପରକୁ ଯାଇଥିବା ଡ଼କାୟତ ମାଲିକ ଅଶୋକ ପଣ୍ଡାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ସୋରୁମରେ ଥିବା ସୁନା ଅଳଙ୍କାର ଆଣିଥିବା ଥଳିରେ ଭର୍ତି କରି ତଳକୁ ଆସିଥିଲେ । ତଳେଥିବା ମାଲିକଙ୍କ ପୁଅ ଡ଼କାୟତଙ୍କୁ ପ୍ରତିରୋଧ କରିବା ବେଳେ ଜଣେ ଡ଼କାୟତ ତାଙ୍କୁ ଲକ୍ଷକରି ଗୁଳି ଫୁଟାଇଥିଲା। ହେଲେ ଗୁଳିରୁ ମାଲିକଙ୍କ ପୁଅ ବର୍ତିଯାଇଥିଲେ। କୌଶଳ କ୍ରମେ ଡକାୟତ ମାଲିକଙ୍କ ପୁଅ ପଦାକୁ ଆସି ପାଖରେ ଦୋକାନ କରିଥିବା ତାଙ୍କ ଭାଇ ବାବୁଲା ପଣ୍ଡାଙ୍କ ସହ ଅନ୍ୟମାନଙ୍କୁ ଫୋନ କରି ଜଣାଇଥିଲେ। ଏହି ସମୟ ମଧ୍ୟରେ
ଦୁଇଜଣଙ୍କୁ ଛାର୍ଡ଼ ଅନ୍ୟ ଡ଼କାୟତ ଫେରାର ହୋଇଯାଇଥିଲା। ତେବେ ଫୋନ ପାଇ ବାବୁଲା ଓଡି୦ ୫ ଏଏଲ- ୮୧୮୪ ବାଲେନା କାର ଧରିଦୃତଗତିରେ ଆସି ଓଡି୧୭ ଏକ୍ସ- ୭୯୬୫ ନଂ ଆପାଚି ଗାଡ଼ିରେ ଫେରାର ହେବାକୁ ବସିଥିବା ଡ଼କାୟତଙ୍କୁ ଧକ୍କା ଦେଇଥିଲେ। ତଳେ ପଡ଼ିଯିବା ପରେ ଡ଼କାୟତଙ୍କୁ ଘଟଣା ସ୍ଥଳରେ ପହଁଚିଥିବା ଲୋକ ଏବଂ ଅଳଙ୍କାର ଦୋକାନ କର୍ମଚାରୀ କାବୁ କରିବାକୁ ଚେଷ୍ଟା ବେଳେ ଗୁଳିମାଡ଼ କରି ଫେରାର ହେବାକୁ ଉଦ୍ୟମ କରିଥିଲେ । ଗୁଳିମାଡ଼ରେ କର୍ମଚାରୀ ସୁନିଲ ରାୟ ଓ ଦୀପକ ସାହୁଙ୍କ ଦେହରେ ବାଜିଥିଲା। ଗୁଳି ଫୁଟାଇ ଡକାୟତ ଫେରାର ହେବାକୁ ଦୌଡ଼ୁଥିବା ବେଳେ ରାସ୍ତାରେ ବାଇକ ଧରି ଆସୁଥିବା ଗୋଳଇପୁର ପଂଚାୟତ ସୋତି ଗ୍ରାମର ଗୌରାଙ୍ଗ ପଣ୍ଡାଙ୍କ ପୁଅ ନୀଳମାଧବ (୨୨)ଙ୍କୁ ଅଟକାଇ ମୃତ ସୁନୀଲ ରାୟ ବାଇକଟିକୁ ଛଡାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ବିରୋଧ କରିବାରୁ ତାଙ୍କୁ ଗୁଳିମାଡ଼ କରିଥିଲେ। ଫଳରେ ସେ ସେହିଠାରେ ହିଁ ଟଳିପଡ଼ିଥିଲେ। ପିଛା କରୁଥିବା ଲୋକେ ଜଣକୁ କାବୁ କରିନେଇଥିବା ବେଳେ ଜଣ ଦୌଡ଼ି ନିକଟରେ ଥିବା ଏକ ପୋଖରୀରେ ବୁଡ଼ିଯାଇଥିଲା। ତେବେ ତାକୁ ଲୋକେ ଧରି ଛକକୁ ଆଣି ବହେ ଛେଚିଥିଲେ। ଖବର ପାଇ ପହଁଚିଥିବା ପୁଲିସ ଲୋକଙ୍କ କବଳରୁ ଡ଼କାୟତଙ୍କୁ ଉଦ୍ଧାର କରିବାକୁ ନାକେଦମ ହୋଇଯାଇଥିଲା। ଡ଼କାୟତଙ୍କ ପାଖରୁ
ଗୋଟିଏ ଥଳି ସୁନା ଉଦ୍ଧାର ହୋଇଥିଲା। ଅନ୍ୟପଟେ ଫେରାର ହୋଇଯାଇଥିବା ଡ଼କାୟତ କୁଆଖୁଆ ଥାନା ଅନ୍ତର୍ଗତ ମୃତ ନୀଳମାଧବ ପଣ୍ଡା ଭୋଟକା ଗ୍ରାମର ଜଗବନ୍ଧୁ ସାହୁଙ୍କ ପୁଅ ସଂଜୀବ ସାହୁ ଏକ ଗ୍ଳାମର ବାଇକ (ଓଡି୩୪ ଜେ ୨୧୭୧) କୁ ଫାଙ୍କା ଗୁଳି ଚାଳନା କରି ନେଇ ଫେରାର ହୋଇଯାଇଥିଲା। ଆହତ ସୁନିଲ ଓ ଦୀପକକୁ ପ୍ରଥମେ ପାଣିକୋଇଲିର ଏକ ଘରୋଇ ଚିକତ୍ସାଳୟକୁ ନିଆଯିବା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ସୁନିଲଙ୍କ ମୃତ୍ୟୁ ଘଟିଥିବା ବେଳେ
ଦୀପକଙ୍କୁ ଭୁବନେଶ୍ବର ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରାଯାଇଛି। ମୃତ ନୀଳମାଧବ ବିଦ୍ୟୁତ୍ ବିଭାଗ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ଯାହାକୁ ଯାଜପୁର ମୁଖ୍ୟ ଚିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁନିଲ(୩୫) ଯାଜପୁର ସଦର ଥାନା ଅନ୍ତର୍ଗତ ଭୁବନେଶ୍ଵରପୁର ପଂଚାୟତ କଳସଢିଅ ଗ୍ରାମର ଦେବେନ୍ଦ୍ର ରାମଙ୍କ ପୁଅ ଅଟନ୍ତି। ଗୁରୁତର ଆହତ କୁନିନ୍ଦା ଗ୍ରାମର ମାୟାଧର ସାହୁଙ୍କ ପୁଅ ଦୀପକ (୨୦) ଅଟନ୍ତି । ଗୁରୁତର ଡ଼କାୟତଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଯାଜପୁର ମୁଖ୍ୟ ଚିତ୍ସାଳୟରେ ଭର୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ପାଣିକୋଇଲି ଥାନା ଠାରୁ ମାତ୍ର ୨ ଶହ ମିଟର ଏବଂ ଏସପି ଦପ୍ତର ଠାରୁ ମାତ୍ର ୩ଶହ ମିଟର ଦୂରରେ ଡ଼କାୟତି ଏବଂ ଗୁଳିମାଡ଼ ଭଳି ଘଟଣାକୁ ନେଇ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ ହେବାରୁ ଘଟଣା ସ୍ଥଳରେ ବହୁ ସଂଖ୍ୟାର ପୁଲିସ ମୁତୟନ ହୋଇଥିଲେ। ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲ ଓ ଡିଆଇଜି ଚରଣ ସିଂହ ମୀନା ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଡକାୟତଙ୍କ ପରିଚୟ ପୁଲିସ ପ୍ରଦାନ କରିନଥିବା ବେଳେ କେହି ଝାଡ଼ଖଣ୍ଡ, ତ କେହି ରୋହିଙ୍ଗିଆ ବାଂଲାଦେଶୀ ବୋଲି କୁହାକୁହି ହେଉଛନ୍ତି । ପୁଲିସ ତଦନ୍ତ ପରେ ପ୍ରକୃତରେ ଡ଼କାୟତି କରିବାକୁ କେତେଜଣ ଆସିଥିଲ ଏବଂ ସେମାନଙ୍କ ପରିଚୟ ସ୍ପଷ୍ଟ ହେବ।

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଦର
ଭୁବନେଶ୍ୱର: ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଦିନରୁ ହିଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ
ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜୁନ୍ ୨୧ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି। ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ
ରଜ ଅବସରରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଶିକ୍ଷା ଓ ସାମାଜିକ ଅନୁଷ୍ଠାନ ଶୀଭମ ପକ୍ଷରୁ ରାଜଧାନୀ ରେ ଥିବା ଅସହାୟ, ବୃଦ୍ଧ ତଥା ଅଭାବୀ ବ୍ୟକ୍ତି ମାନଙ୍କୁ ରଜ ଅବସରରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା l ଅନୁଷ୍ଠାନର ନିର୍ଦେଶକ ମଦନ ମୋହନ ପାଢ଼ୀ ଙ୍କ
ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ
ବଲାଙ୍ଗୀର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗୀର ପଥରଚେପା ଠାରେ ମଙ୍ଗଳବାର ରାଜ୍ୟ ସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ କୃଷକ ମାନଙ୍କ ଯୋଗଦାନ ଓ
ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ
ବଲାଙ୍ଗିର : ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଆଜି ଅପରାହ୍ନ ରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପେକ୍ଷାଳୟରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ ହୋଇଛି
ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ସ୍ମୃତିସଭା
ଭୁବନେଶ୍ବର: ଭାରତ ବଳକା ଖାଦ୍ୟଶସ୍ୟ ଦେଶ ଭାବେ ରପ୍ତାନି କରି ବୈଦେଶିକ ମୁଦ୍ରା ଅର୍ଜନ କରୁଛି। ଏହା ସତ୍ତ୍ବେ ଭାରତ ଦୁର୍ଭାଗ୍ୟର ଦେଶ ବୋଲି କୁହାଯାଉଛି। ଦେଶରେ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ବଣ୍ଟାଯାଉଛି। ତଥାପି ପୁଷ୍ଟିହୀନତାରେ ଶ୍ରୀଲଙ୍କାଠାରୁ ଖରାପ
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ
ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ, ସମ୍ପାଦକ,ସୁ ସାହିତ୍ୟିକ, ବିଶିଷ୍ଟ ସମାଜସେବୀ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ସ୍ଥାନୀୟ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ
ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ
ବାଲିଅନ୍ତା: ଓଡ଼ିଶାର ଗଣ ପର୍ବ ପହିଲି ରଜରେ ଏକାମ୍ର ଶାନ୍ତି ସ୍ତୂପ ଧଉଳି ଗିରିରେ ପର୍ଯ୍ୟଟକମାନଙ୍କ ବାହୁ ସଂଖ୍ୟାରେ ଭିଡ ପରିଲକ୍ଷିତ ହେଉଥିଲା । ସେହିପରି ଧଉଳି ଗୋପୀନାଥ ପୁର ସ୍ଥିତ ମା’ ଦକ୍ଷିଣ ଚଣ୍ଡୀ ମହାସଂଘ ଓ କଳିଙ୍ଗ ସଂସ୍କୃତି
ଧଉଳି ବିକାଶ ମଞ୍ଚପକ୍ଷରୁ ପ୍ରଥମ ରଜ ମହୋତ୍ସବ ପାଳିତ
ବାଲିଅନ୍ତା: ଧଉଳି ବିକାଶ ମଞ୍ଚ ପକ୍ଷରୁ ମଧ୍ୟ ଶାନ୍ତିସ୍ତୁପ ଧଉଳି ପାଦଦେଶ ଦୟାନଦୀ ପଠାରେ ପ୍ରଥମ ରଜ ମହୋତ୍ସବ ପାଳିତ ହୋଇଯାଇଛି l ମଞ୍ଚର ଉପଦେଷ୍ଟା ରବିନ୍ଦ୍ର ପାତ୍ର ଏବଂ ଆବାହକ ଚିନ୍ମୟ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ମହୋତ୍ସବରେ
ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ମିଶ୍ର ୨୦ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍-୯ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ନୀଳକଣ୍ଠ ମିଶ୍ର ସେବା ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ୍ ଶିକ୍ଷାବିତ୍, ସମାଜସେବୀ ତଥା ବେଗୁନିଆ ଗାନ୍ଧୀ ଭାବେ ସୁପରିଚିତ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ସହ ସ୍ମୃତିଚାରଣ
ରଜ ଅବସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ
ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ରେ ଏକ
ଭୁବନ ବ୍ଲକ୍ ରେ ବ୍ୟାପୁଛି ଡାଇରିଆ
ଭୁବନ: ସାରା ରାଜ୍ୟରେ ଡାଇରିଆ ବ୍ୟାପୁଥିବାବେଳେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ରେ ମଧ୍ୟ ଦେଖିବାକୁ ମିଳିଛି ଡାଇରିଆର ପ୍ରକୋପ। ଭୁବନ ଡାକ୍ତରଖାନାରେ ପ୍ରତିଦିନ ଡାଇରିଆ ରୋଗୀ ଆକ୍ରାନ୍ତ ହୋଇ ଆସି ଚିକିସିôତ ହେଉଥିବା ଦେଖିବାକୁ ମିଳୁଛି। ଡାଇରିଆ ଆକ୍ରନ୍ତଙ୍କ କିପରି
ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧା ପ୍ରକଳ୍ପ କୁ ସ୍ଥାନିୟ ଅଞ୍ଚଳରେ ବିରୋଧ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ଅନ୍ତର୍ଗତ ଦସମାଣ ପାଟଣା ଗ୍ରାମ ପଞ୍ଚାୟତ ରେ ୧.୮ କୋଟି ବ୍ୟୟରେ ଗକଊ ଇକୋ କ୍ଲିନ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ନିର୍ମାଣ ହେବାକୁ ଥିବା ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କୁ ଆଜି ସ୍ଥାନୀୟ
ବିଭିନ୍ନ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ଓ ହାତୀ ବେଶ ସମ୍ପର୍ଣ୍ଣ
ବାଲିଅନ୍ତା: ବାଲିଅନ୍ତା ବ୍ଳକ୍ ଚକ୍ରରାଜ ସୁଦର୍ଶନ ଦାରୁ ପିଠରେ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମାର ପୂର୍ବ ପ୍ରସ୍ତୁତି ଅନୁଯାୟୀ ହୋଇଥିବା ନୀତି ନିର୍ଘଣ୍ଟ ପ୍ରାତଃରେ ମଙ୍ଗଳାର୍ପଣ ଡୋରଲାଗି ଓ ପୃଷ୍ପାଞ୍ଜଳି ହୋଇ ପହଣ୍ଡିଆରମ୍ଭ ମଙ୍ଗଳ
ପ୍ରଥମ “ରଜ ସମାରୋହ” ନିମନ୍ତେ ପ୍ରସ୍ତୁତି ବୈଠକ
ଧଉଳି: ଭୁବନେଶ୍ଵର ଅନ୍ତର୍ଗତ ଧଉଳି ବୈରଙ୍ଗେଶ୍ଵର ମନ୍ଦିର ଓ ଦୟା ସେତୁ ନିକଟ ରେ ଧଉଳି ବିକାଶ ମଞ୍ଚ ତରଫରୁ ସଭାପତି ରବିନ୍ଦ୍ର କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଥମ ‘ରଜ ସମାରୋହ-୨୦୨୫' ର ଆୟୋଜନ ନିମନ୍ତେ ପ୍ରସ୍ତୁତି
ଓଡିଶ ଗ୍ରାମରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା, କାଳିଆ ପ୍ରେମରେ ବିଭୋର ଭକ୍ତ
ଢେଙ୍କାନାଳ: ପବିତ୍ର ସ୍ନାନପୂର୍ଣ୍ଣିମାରେ ଜଗନ୍ନାଥଙ୍କ ଗାଧୁଆ ଦେଖେ ସାରା ଦୁନିଆ । ଭାବବିନୋଦିଆଙ୍କ ଗାଧୁଆ ପର୍ବ ବା ସ୍ନାନ ଯାତ୍ରାକୁ ନେଇ ସବୁଠି ଭକ୍ତିର ପରିବେଶ । ଶ୍ରୀକ୍ଷେତ୍ରରୁ ଏକାମ୍ର କ୍ଷେତ୍ର ସବୁଠି ଲୀଳାମୟ ଠାକୁରଙ୍କ ହୋଇଯାଇଛି ସ୍ନାନ ଯାତ୍ରା ।
ବିଶିଷ୍ଟ ଭେଷଜ ବିଶାରଦ ଡାକ୍ତର ସୁରେଶ ଚନ୍ଦ୍ର ଦାଶ ଙ୍କ ବିୟୋଗ
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଶ୍ରଦ୍ଧାଞ୍ଜଳିଭୁବନେଶ୍ୱର: ବିଶ୍ୱ ବିଖ୍ୟାତ ଭେଷଜ ବିଶାରଦ, ଅଖିଳ ଭାରତ ଆୟୁର୍ବେଦବିଜ୍ଞାନ ପ୍ରତିଷ୍ଠାତା,ନେଫରୋଲୋଜି ବିଭାଗ ର ମୁଖ୍ୟ,ତଥା କିମ୍ସ ହସ୍ପିଟାଲର ବରିଷ୍ଠ ପ୍ରଫେସର, ଡାକ୍ତର ସୁରେଶ ଚନ୍ଦ୍ର ଦାଶଙ୍କ 85 ବର୍ଷ ବୟସରେ ପରଲୋକ ଘଟିଛି
ଲୋକ କଳା ସଂସ୍କୃତି ଗବେଷକ ମାନଙ୍କ ସମାବେଶ
ବଲାଙ୍ଗିର: ବଲାଙ୍ଗିର ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ସ୍ବୀକୃତି ପାଇଥିବା ପଶ୍ଚିମ ଓଡିଶାର ସମସ୍ତ କନିଷ୍ଠ ଏବଂ ବରିଷ୍ଠ ଲୋକ ସଂସ୍କୃତି ଗବେଷକ, ଯୁବ କଳାକାର ମେଧାବୃତ୍ତି ଏବଂ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ମେଧାବୃତ୍ତି ମାନଙ୍କ ଏକ ସମାବେଶ ପଶ୍ଚିମ ଓଡିଶା
ସ୍ୱାସ୍ଥ୍ୟ ବିଭାଗର ଅବ୍ୟବସ୍ଥା କୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ
ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଅନେକ ଲଢେଇ ପରେ ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ ହୋଇଥିଲା । ତତ୍କାଳିନ ସରକାର ପ୍ରତିଶୃତି ଦେଇଥିଲେ ୨୦୨୩ ଡିସେମ୍ବର ସୁଦ୍ଧା ଏହା ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ କିନ୍ତୁ ନିର୍ବାଚନକୁ ଆଖି ଆଗରେ
ଗୀତାଞ୍ଜଳି ପକ୍ଷରୁ ରବୀନ୍ଦ୍ର, ନଜରୁଲ ଜୟନ୍ତୀ
ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ମହାନ କବି, ସାହିତ୍ୟିକ, ଲେଖକ ରବୀନ୍ଦ୍ର ନାଥ ଠାକୁର ଓ ସୁନାମଧନ୍ୟ ସଂଗୀତଙ୍ଗ, କବି ନଜରୁଲଙ୍କ ଜୟନ୍ତୀ ଅନୁଷ୍ଠାନର ସଭାପତି ଡ଼ଃ ସୁଭାଷ ଚନ୍ଦ୍ର ମୁଖାର୍ଜୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି

Politics

ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment

ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଦର

ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ
