ପାଣିକୋଇଲି: ୧୬ନଂ ଜାତୀୟ ରାଜପଥର ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନରୁ ବନ୍ଧୁକ ମୁନରେ ହୋଇଛି ଡକାୟତି। ଶନିବାର ମଧ୍ୟାହ୍ନରେ ଜିଲା ଏସପି ମୁଖ୍ୟାଳୟ ବା ଏସପି ଦପ୍ତରର ଦୁଇଶହ ମିଟର ଦୂର ଅଳଙ୍କାର ଦୋକାନରେ ଦିନରେ ଡ଼କାୟତଙ୍କ ଗୁଳିମାଡ଼ରେ ଜଣେ କର୍ମଚାରୀ ସହ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଫେରାର ହେବାକୁ ବସିଥିବା ରାଜ୍ୟ ବାହାରର ଦୁଇ ଡ଼କାୟତଙ୍କୁ ଲୋକେ କାବୁ କରି ବହେ ଛେଚି ଗୁରୁତର କରି ଦେଇଥିଲେ। ହଜାର ହଜାର ଲୋକଙ୍କ ଗହଣରୁ ଡ଼କାୟତଙ୍କୁ ମୁକୁଳାଇ ନିଜ ହେପାଜତକୁ ନେଇଥିଲେ ହେଁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡ଼ିକାଲରେ ଭର୍ତି କରାଯାଇଛି। ମିଳିଥିବା ଖବର ମତେ ଶନିବାର ଦିନ ପ୍ରାୟ ୧.୩୦ ମିନିଟ ସମୟରେ ୩ ଜଣ ଡକାୟତ ବାଇକରେ ଆସି ପଣ୍ଡା ଅଳଙ୍କାର ଭିତରେ ପସିଥିଲେ। ଅଳଙ୍କାର ଦୋକାନଟି ଦ୍ବିମହଲାର ହୋଇଥିବା ବେଳେ ଦୁଇଜଣ ଉପରତାଲା ଜଣେ ତଳ ମହଲାରେ ରହିଥିଲେ। ଉପରକୁ ଯାଇଥିବା ଡ଼କାୟତ ମାଲିକ ଅଶୋକ ପଣ୍ଡାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ସୋରୁମରେ ଥିବା ସୁନା ଅଳଙ୍କାର ଆଣିଥିବା ଥଳିରେ ଭର୍ତି କରି ତଳକୁ ଆସିଥିଲେ । ତଳେଥିବା ମାଲିକଙ୍କ ପୁଅ ଡ଼କାୟତଙ୍କୁ ପ୍ରତିରୋଧ କରିବା ବେଳେ ଜଣେ ଡ଼କାୟତ ତାଙ୍କୁ ଲକ୍ଷକରି ଗୁଳି ଫୁଟାଇଥିଲା। ହେଲେ ଗୁଳିରୁ ମାଲିକଙ୍କ ପୁଅ ବର୍ତିଯାଇଥିଲେ। କୌଶଳ କ୍ରମେ ଡକାୟତ ମାଲିକଙ୍କ ପୁଅ ପଦାକୁ ଆସି ପାଖରେ ଦୋକାନ କରିଥିବା ତାଙ୍କ ଭାଇ ବାବୁଲା ପଣ୍ଡାଙ୍କ ସହ ଅନ୍ୟମାନଙ୍କୁ ଫୋନ କରି ଜଣାଇଥିଲେ। ଏହି ସମୟ ମଧ୍ୟରେ
ଦୁଇଜଣଙ୍କୁ ଛାର୍ଡ଼ ଅନ୍ୟ ଡ଼କାୟତ ଫେରାର ହୋଇଯାଇଥିଲା। ତେବେ ଫୋନ ପାଇ ବାବୁଲା ଓଡି୦ ୫ ଏଏଲ- ୮୧୮୪ ବାଲେନା କାର ଧରିଦୃତଗତିରେ ଆସି ଓଡି୧୭ ଏକ୍ସ- ୭୯୬୫ ନଂ ଆପାଚି ଗାଡ଼ିରେ ଫେରାର ହେବାକୁ ବସିଥିବା ଡ଼କାୟତଙ୍କୁ ଧକ୍କା ଦେଇଥିଲେ। ତଳେ ପଡ଼ିଯିବା ପରେ ଡ଼କାୟତଙ୍କୁ ଘଟଣା ସ୍ଥଳରେ ପହଁଚିଥିବା ଲୋକ ଏବଂ ଅଳଙ୍କାର ଦୋକାନ କର୍ମଚାରୀ କାବୁ କରିବାକୁ ଚେଷ୍ଟା ବେଳେ ଗୁଳିମାଡ଼ କରି ଫେରାର ହେବାକୁ ଉଦ୍ୟମ କରିଥିଲେ । ଗୁଳିମାଡ଼ରେ କର୍ମଚାରୀ ସୁନିଲ ରାୟ ଓ ଦୀପକ ସାହୁଙ୍କ ଦେହରେ ବାଜିଥିଲା। ଗୁଳି ଫୁଟାଇ ଡକାୟତ ଫେରାର ହେବାକୁ ଦୌଡ଼ୁଥିବା ବେଳେ ରାସ୍ତାରେ ବାଇକ ଧରି ଆସୁଥିବା ଗୋଳଇପୁର ପଂଚାୟତ ସୋତି ଗ୍ରାମର ଗୌରାଙ୍ଗ ପଣ୍ଡାଙ୍କ ପୁଅ ନୀଳମାଧବ (୨୨)ଙ୍କୁ ଅଟକାଇ ମୃତ ସୁନୀଲ ରାୟ ବାଇକଟିକୁ ଛଡାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ବିରୋଧ କରିବାରୁ ତାଙ୍କୁ ଗୁଳିମାଡ଼ କରିଥିଲେ। ଫଳରେ ସେ ସେହିଠାରେ ହିଁ ଟଳିପଡ଼ିଥିଲେ। ପିଛା କରୁଥିବା ଲୋକେ ଜଣକୁ କାବୁ କରିନେଇଥିବା ବେଳେ ଜଣ ଦୌଡ଼ି ନିକଟରେ ଥିବା ଏକ ପୋଖରୀରେ ବୁଡ଼ିଯାଇଥିଲା। ତେବେ ତାକୁ ଲୋକେ ଧରି ଛକକୁ ଆଣି ବହେ ଛେଚିଥିଲେ। ଖବର ପାଇ ପହଁଚିଥିବା ପୁଲିସ ଲୋକଙ୍କ କବଳରୁ ଡ଼କାୟତଙ୍କୁ ଉଦ୍ଧାର କରିବାକୁ ନାକେଦମ ହୋଇଯାଇଥିଲା। ଡ଼କାୟତଙ୍କ ପାଖରୁ
ଗୋଟିଏ ଥଳି ସୁନା ଉଦ୍ଧାର ହୋଇଥିଲା। ଅନ୍ୟପଟେ ଫେରାର ହୋଇଯାଇଥିବା ଡ଼କାୟତ କୁଆଖୁଆ ଥାନା ଅନ୍ତର୍ଗତ ମୃତ ନୀଳମାଧବ ପଣ୍ଡା ଭୋଟକା ଗ୍ରାମର ଜଗବନ୍ଧୁ ସାହୁଙ୍କ ପୁଅ ସଂଜୀବ ସାହୁ ଏକ ଗ୍ଳାମର ବାଇକ (ଓଡି୩୪ ଜେ ୨୧୭୧) କୁ ଫାଙ୍କା ଗୁଳି ଚାଳନା କରି ନେଇ ଫେରାର ହୋଇଯାଇଥିଲା। ଆହତ ସୁନିଲ ଓ ଦୀପକକୁ ପ୍ରଥମେ ପାଣିକୋଇଲିର ଏକ ଘରୋଇ ଚିକତ୍ସାଳୟକୁ ନିଆଯିବା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ସୁନିଲଙ୍କ ମୃତ୍ୟୁ ଘଟିଥିବା ବେଳେ
ଦୀପକଙ୍କୁ ଭୁବନେଶ୍ବର ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରାଯାଇଛି। ମୃତ ନୀଳମାଧବ ବିଦ୍ୟୁତ୍ ବିଭାଗ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ଯାହାକୁ ଯାଜପୁର ମୁଖ୍ୟ ଚିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁନିଲ(୩୫) ଯାଜପୁର ସଦର ଥାନା ଅନ୍ତର୍ଗତ ଭୁବନେଶ୍ଵରପୁର ପଂଚାୟତ କଳସଢିଅ ଗ୍ରାମର ଦେବେନ୍ଦ୍ର ରାମଙ୍କ ପୁଅ ଅଟନ୍ତି। ଗୁରୁତର ଆହତ କୁନିନ୍ଦା ଗ୍ରାମର ମାୟାଧର ସାହୁଙ୍କ ପୁଅ ଦୀପକ (୨୦) ଅଟନ୍ତି । ଗୁରୁତର ଡ଼କାୟତଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଯାଜପୁର ମୁଖ୍ୟ ଚିତ୍ସାଳୟରେ ଭର୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ପାଣିକୋଇଲି ଥାନା ଠାରୁ ମାତ୍ର ୨ ଶହ ମିଟର ଏବଂ ଏସପି ଦପ୍ତର ଠାରୁ ମାତ୍ର ୩ଶହ ମିଟର ଦୂରରେ ଡ଼କାୟତି ଏବଂ ଗୁଳିମାଡ଼ ଭଳି ଘଟଣାକୁ ନେଇ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ ହେବାରୁ ଘଟଣା ସ୍ଥଳରେ ବହୁ ସଂଖ୍ୟାର ପୁଲିସ ମୁତୟନ ହୋଇଥିଲେ। ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲ ଓ ଡିଆଇଜି ଚରଣ ସିଂହ ମୀନା ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଡକାୟତଙ୍କ ପରିଚୟ ପୁଲିସ ପ୍ରଦାନ କରିନଥିବା ବେଳେ କେହି ଝାଡ଼ଖଣ୍ଡ, ତ କେହି ରୋହିଙ୍ଗିଆ ବାଂଲାଦେଶୀ ବୋଲି କୁହାକୁହି ହେଉଛନ୍ତି । ପୁଲିସ ତଦନ୍ତ ପରେ ପ୍ରକୃତରେ ଡ଼କାୟତି କରିବାକୁ କେତେଜଣ ଆସିଥିଲ ଏବଂ ସେମାନଙ୍କ ପରିଚୟ ସ୍ପଷ୍ଟ ହେବ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଧଉଳି ଥାନା ଲିଙ୍ଗିପୁର ସରପଞ୍ଚ ଖିରୋଦ କୁମାର ପ୍ରଧାନଙ୍କୁ ଆକ୍ରମଣ କରିବା ସହ ପିନ୍ଧିଥିବା ସୁନାଚେନ ଲୁଟ
ବାଲିଅନ୍ତା,୧୭|୩:ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଧଉଳି ଥାନା ଲିଙ୍ଗିପୁର ସରପଞ୍ଚ ଖିରୋଦ କୁମାର ପ୍ରଧାନଙ୍କୁ ଆକ୍ରମଣ କରିବା ସହ ପିନ୍ଧିଥିବା ସୁନାଚେନ ଲୁଟ କରିଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ଏହି ଥାନା
ହୋଲି ପରେ ଆରମ୍ଭ ହୋଇଗଲା ମହୁଲଫୁଲ ସଂଗ୍ରହ, ମହୁଲ ବେଟାଳି ବ୍ୟସ୍ତ
କଳାହାଣ୍ଡି,(ଉତ୍କଳ ବୁଲେଟିନ):-ହୋଲି ପରେ ପରେ ଆରମ୍ଭ ହୋଇଗଲା ମହୁଲଫୁଲ ସଂଗ୍ରହ | ମହୁଲ ବେଟିବା ପାଇଁ ବେଟାଳି ମାନେ ବ୍ୟସ୍ତରେ ରହି ମହୁଲ ଫୁଲ ସଂଗ୍ରହ କରୁଛନ୍ତି | ଚାଷକାମ ପରେ ଜୀବନ ଜିବିକାର ଦ୍ୱତୀୟ ପନ୍ଥା ହେଲା ଜଙ୍ଗଲଜାତ ଦ୍ରବ୍ୟ
ଏନ. ଏ. ସି, ଧର୍ମଗଡ଼ ରେ ଜାତୀୟ ଜନଗଣନା ୨୦୨୭ ଅନ୍ତର୍ଗତ ଏନୁମିରେଟର ଓ ସୁପରଭାଇଜର ଙ୍କ ପ୍ରଶିକ୍ଷଣ ଶିବିର
କଳାହାଣ୍ଡି,୧୭|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)ତ୍ରୀଦିବସୀୟ ଏନ. ଏ. ସି, ଧର୍ମଗଡ଼ ସ୍ତରୀୟ ଜାତୀୟ ଜନଗଣନା ୨୦୨୭ ଅନ୍ତର୍ଗତ ଗଣନାକାରି ଓ ସୁପରଭାଇଜର ମାନଙ୍କ ପ୍ରଶିକ୍ଷଣ ଶିବିର ଆଜି ତା ୧୬/୦୩/୨୦୨୪ ଠାରୁ କାଶୀବାହାଲ, ଧର୍ମଗଡ଼ସ୍ଥ ଗୁରୁଜୀ ମଧୂସୂଦନ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ
ଚାବହାର ନିକଟରେ ଆକାଶମାର୍ଗରୁ ବୋମାବର୍ଷଣ କଲା ଆମେରିକା
ନୂଆଦିଲ୍ଲୀ ଇରାନର ଚାବହାର ମୁକ୍ତ ବାଣିଜ୍ୟ ଜୋନ ନିକଟରେ ହମଲା । ଏକାଧିକ ବିସ୍ଫୋରଣରେ ଥରି ଉଠିଛି ଏହି ଅଞ୍ଚଳ । ସୋମବାର ଆମେରିକା ଏଠାରେ ଘନଘନ ଏୟାର ଷ୍ଟ୍ରାଇକ କରିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।
ରାଜ୍ୟସଭା ନିର୍ବାଚନ : ମନମୋହନ,ସୁଜିତ,ସଂତୃପ୍ତ ଓ ଦିଲ୍ଲୀପ ବିଜୟୀ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ । କଂଗ୍ରେସ ଓ ବିଜେଡି ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଦିଲ୍ଲୀପଙ୍କ ଠାରୁ ପରାଜିତ
ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟ
କଟକ(ବୁ୍ୟରୋ) କଟକ ଏସସିବି ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ । ଧୂଆଁରେ ଅଣନିଃଶ୍ୱାସୀ ହୋଇ ୧୦ ନିରୀହ ଜୀବନ ଚାଲିଯାଇଛି । ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରୁ ଉଦ୍ଧାର କରି
ଏନ ଏ ସି ନିର୍ବାଚନରେ ଓବିସି ମାନଙ୍କ ପାଇଁ ସଂରକ୍ଷଣ ଦାଵୀକଲା ମୂଳନୀବାସୀ ବହୁଜନ ମିଳିତ ମହାସଂଘ
କଳାହାଣ୍ଡି,୧୭|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଆଉ କିଛି ଦିନ ପରେ କଳାହାଣ୍ଡିରେ ନୂତନ ଭାବେ ଗଠନ ହୋଇଥିବା ଜୟପାଟଣା ଓ ନର୍ଲା ଏନ ଏ ସି ପାଇଁ ନିର୍ବାଚନ ହେବାକୁ ଵିଜ୍ଞାପନ ପ୍ରକାଶ ପାଇଛି |କାଉନସିଲର ପଦବୀ ପାଇଁ ସ୍ଥାନ ସଂରକ୍ଷଣ ତାଲିକା
ଛତ୍ରପୁରରେ ଗ୍ୟାସ୍ ସଙ୍କଟ
ଗଞ୍ଜାମ ଜିଲା ଛତ୍ରପୁରରେ ଦେଖାଦେଇଛି ଏଲ୍ପିଜି ସଙ୍କଟ ।ସାଧାରଣ ଖାଉଟି ବେହାଲ । ୨୫ ଦିନ ତଳୁ ବୁକିଂ କରିଥିବା ଉପଭୋକ୍ତା ଏ ଯାଏ ସିଲିଣ୍ଡର ପଇପାରିନାହାନ୍ତି। ଯାହା ଫଳରେ ସାଧାରଣ ଲୋକେ ଏଲ୍ପିଜି ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି।
ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ
ବାଲିଅନ୍ତା,୧୬|୩():ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ କୃପାଜଳ ଇଞ୍ଜିନିୟର କଲେଜ(କେଇସି) ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଆହତ ହୋଇଛନ୍ତି
ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ
କଳାହାଣ୍ଡି,୧୬|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିଛି ।'କମ୍ପାନୀ ଦଲାଲ’ ସନ୍ଦେହରେ ଜଣେ ବ୍ୟକ୍ତି ଙ୍କ ଉପରେ ହୋଇଥିବା
ସଶକ୍ତ ଓଡିଶା ପକ୍ଷରୁ ପ୍ରତିବାଦ ସଭା ସହିତ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର ତା 16/03/26 ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା "ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜି ଛକ ଧାରଣା ସ୍ଥଳରେ ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତର ମହାମହିମ ରାଷ୍ଟ୍ରପତି ତଥା ସମସ୍ତ ମହିଳାଙ୍କ ଆଦର୍ଶ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କରିଥିବା ଅସମ୍ମାନ,ସମ୍ଭିଧାନ
ମା’ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲିଲା। ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ
ଚିଲିକା: ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା'ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଚାରିମାସ ପରେ ଖୋଲାଯାଇଅଛି । ସକାଳ ୧୦ ଘଟିକା ସମୟରେ ମା'ଙ୍କ ପାଖରେ ଧୂପଦୀପଜାଳି ସମର୍ପିତ ହେବାପରେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ଟି. ପଦ୍ମନାଭ
ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ତରଫରୁଚାନ୍ଦବାଲି ବ୍ଲକ ଅଧିନରେ ନୟାଧାମରାଗ୍ରାମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ
ଚାନ୍ଦବାଲି ;- ୧୫/୦୩ ମି.ଏଜ୍ (ଡଃ ଦୀପକ ରଂଜନ ବେହେରା ) ଆଜି ସକାଳ ୯ଘଟିକା ସମୟରେ ଚାନ୍ଦବାଲିରେ ଥିବା ନୟାଧାମରା ଗ୍ରାମରେ ଆସନ୍ତୁ ଗଢିବା ସଂସ୍କାରବାନ ପିଢି କାର୍ଯ୍ୟକ୍ରମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଉଛି | ଉକ୍ତ ଗର୍ଭସଂସ୍କାର କାର୍ଯ୍ଯକ୍ରମରେ
ଆଜି ରାଜ୍ୟସଭା ନିର୍ବାଚନ
ଭୁବନେଶ୍ୱର ସୋମବାର ରାଜ୍ୟସଭା ନିର୍ବାଚନ । ବିଧାୟକମାନେ ଭୋଟ ଦେଇ ଓଡ଼ିଶାରୁ ୪ଜଣଙ୍କୁ ସଂସଦର ଉଚ୍ଚସଦନକୁ ପଠାଇବେ । କିନ୍ତୁ ୪ଟି ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ରହିଥିବାରୁ ସବୁ ଦଳର ମୁଖିଆଙ୍କୁ ଘାରିଛି ଭୟ । କ୍ରସ ଭୋଟିଂ,
୨ ମୃତ, ୨୦ରୁ ଅଧିକ ଆହତ ବାରିପଦା
ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ବ୍ଲକର କିଛି ଗ୍ରାମରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ, ଘୁର୍ଣ୍ଣିଝଡ ସହିତ କୁଆପଥର ମାଡ଼ ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ହୋଇଥିବା ର
ବଉଳାବନ୍ଧରେ ଏକାଦଶ ଦୋଳ ମେଳଣ ସମାପନ।
ଚିଲିକା- ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମଠାରେ ଆଜକୁ ୪୬ ବର୍ଷ ଧରି ଏକାଦଶ ଦୋଳ ମେଳଣ ଅନୁଷ୍ଠିତ ହେଉଅଛି । ଏହା କେବଳ ବଉଳାବନ୍ଧ ଗ୍ରାମର ଠାକୁରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ l ଦଶମୀ
ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ -୨୦୨୬ ଅନୁଷ୍ଠିତ
ବାଲିଅନ୍ତା,୧୫|୩):ବାଲିଅନ୍ତା ବ୍ଲକ ହୀରାପୁର ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହରପ୍ରିୟା ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ ଶ୍ରୀସୁଦର୍ଶନ ଦାରୁ ଅରଣ୍ୟରେ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟର ମୁଖ୍ୟ ଦୀନବନ୍ଧୁ ଭୋଇ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
ଡିଭିଜନାଲ୍ କମିଟି ସଦସ୍ୟ ନକୁଳଙ୍କ ସମେତ ୧୧ ଜଣ ମାଓବାଦୀ ଓଡ଼ିଶା ପୋଲିସ ସମ୍ମୁଖରେ କଲେ ଆତ୍ମସମର୍ପଣ
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ରାଜ୍ୟରେ ମାଓ ବିରୋଧୀ ପ୍ରୟାସକୁ ଏକ ବଡ଼ ଉତ୍ସାହ ପ୍ରଦାନ କରି, ୧୧ ଜଣ କଠୋର ମାଓବାଦୀ ଆନୁଷ୍ଠାନିକ ଭାବରେ ଶ୍ରୀ ୱାଇ.ବି. ଖୁରାନିଆ, ଡିଜିପି ଓଡ଼ିଶା, ଶ୍ରୀ ସଞ୍ଜିବ ପଣ୍ଡା, ଆଇପିଏସ୍, ଏଡିଜି (ନକ୍ସଲ ବିରୋଧୀ
ଧୂଆଁଳ ପ୍ରାଥମିକ ବିଦ୍ୟାଳୟ ଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’
ଚିଲିକା : ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧୂଆଁଳ ଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ 'ଉଲ୍ଲାସ' ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ଚିଲିକା ବ୍ଲକ ଗୋଷ୍ଠୀ
ଜିଭ କାଟି ଯୁବକ କୁ ନିର୍ମମ ହତ୍ୟା
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଯୁବକକୁ ଜିଭ କାଟି ହତ୍ୟା ପରେ ଅଭିଯୁକ୍ତ ହତ୍ୟାକାରୀ ଫେରାର |ଏମିତି ଏକ ଅମାନବୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା କଣ୍ଟମାଲ କୁରସୁଡ ମୁଖ୍ୟ ରାସ୍ତାରେ । ମୃତକ ହେଉଛନ୍ତି କଣ୍ଟାମାଲ ଗାଁ ର
Politics
ରାଜ୍ୟସଭା ନିର୍ବାଚନ : ମନମୋହନ,ସୁଜିତ,ସଂତୃପ୍ତ ଓ ଦିଲ୍ଲୀପ ବିଜୟୀ
ସଶକ୍ତ ଓଡିଶା ପକ୍ଷରୁ ପ୍ରତିବାଦ ସଭା ସହିତ ସ୍ମାରକପତ୍ର ପ୍ରଦାନ
Entertainment
ହୋଲି ପରେ ଆରମ୍ଭ ହୋଇଗଲା ମହୁଲଫୁଲ ସଂଗ୍ରହ, ମହୁଲ ବେଟାଳି ବ୍ୟସ୍ତ