ବାଲିଅନ୍ତା: ଭିଙ୍ଗାରପୁର ଠାରେ ଥିବା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ବୁଧବାର କୃଷି ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି | ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ବାଲିଅନ୍ତା ବ୍ଲକ ଆତ୍ମ ଅଧ୍ୟକ୍ଷ ଚୈତନ୍ୟ ପାତ୍ର, ବ୍ଲକ କୃଷି ଅଧିକାରୀ ସ୍ତିଥପ୍ରଜ୍ଞ ଖମାରୀ ନଡିଆ ବାଡେଇ ସବୁଜ ପତାକା ଦେଖାଇ କୃଷି ରଥ ପରିଭ୍ରମଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାର କୃଷକ ମାନଙ୍କ ହିତ ନିମନ୍ତେ ରାଜ୍ୟ କୃଷି ବିଭାଗ ବହୁ

କାର୍ଯ୍ୟକ୍ରମ ଚାଲୁ କରିଛନ୍ତି । ରଥ ଓ ଲୋକନୃତ୍ୟ ମାଧ୍ୟମରେ ଚାଷୀଙ୍କୁ ସଚ଼େତନ କରାଯିବ ବୋଲି ଅଧିକାରୀ ଶ୍ରୀ ଖମାରୀ କହିଛନ୍ତି|ଲୋକ ମାନେ ବଞ୍ଚିତ ଥିବା ବିଭିନ୍ନ ଯୋଜନା କାଳିଆ, ବଳିଆ, ବଳରାମ, ସଫଳ, ମୋ ସୁଗମ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାନ ଯୋଜନାରୁ ବଞ୍ଚିତ ହୋଇଥିବା ଚାଷୀ କିପରି ଉପକୃତ ହେବା ସହ ପଞ୍ଜୀକୃତ କରିବେ ଓ ଚାଷ ସମ୍ବନ୍ଧୀୟ ସାର ବିଭିନ୍ନ କିସମର ବାବଦରେ ରଥ ସଚେତନ କରାଇବା | ରଥ ଟି ୭ଦିନ ଧରି ବ୍ଲକ ପରିଭ୍ରମଣ କରିବ | ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସଭାପତି ପ୍ରଦୀପ୍ତ ଜେନାମଣି , ଭିଙ୍ଗାରପୁର ପଞ୍ଚାୟତ ସରପଞ୍ଚ ହୃଷୀକେଶ ବେହେରା, ଜିଲ୍ଲାପରିଷଦ କୁନମୁନ ଲେଙ୍କା, ମହେଶ୍ୱର ଦାସ, ସମିତିସଭ୍ୟା ଗଗନ ସାହୁ, ନାମିତ ପରିଡ଼ା, ତପନ ପରିଡ଼ା, ଅରୁଣ ଜେନା ପ୍ରମୁଖ କୃଷି ରଥ ସହ ବୁଲିଥିଲେ I