ବଲାଙ୍ଗିର,୨୬/୦୪ : ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜୟନ୍ତୀ ସମାରୋହ ଉତ୍ସବ ସ୍ଥାନୀୟ ଗାନ୍ଧୀ ଭବନରେ ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଛି | ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର ଦେବସ୍ମିତ ମଲ୍ଲିକ, ମୁଖ୍ୟ ବକ୍ତା ଆଧ୍ୟାପକ ଶ୍ରୀ ସନ୍ଦୀପ କୁମାର କୁଅଁର, ଆସିଷ୍ଟାଣ୍ଟ ଡ଼ାଇରେକ୍ଟର (ଯୋଜନା) ଶ୍ରୀ ସଞ୍ଜୟ କୁମାର ଦୀପ , ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର , ବୁଦ୍ଧିଜୀବି ନୀଳମଣି ମିଶ୍ର , ଜୟରାମ ମିଶ୍ର ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସମନ୍ଵୟ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟବକ୍ତା ଶ୍ରୀ କୁଅଁର ନିଜ ବକ୍ତବ୍ୟରେ ଅତୀତକୁ ଜାଣିବା ଏବଂ ଅତୀତକୁ ମନେ ପକେଇ ଆଗକୁ ବଢିବାକୁ କହିଥିଲେ । ଅତୀତରେ ଆମ ପୂର୍ବ ପୁରୁଷଙ୍କ ବଳିଦାନ ଯୋଗୁଁ ଆମ ଭବିଷ୍ୟତ ଖୁବ ସୁମଧୁର ହେଇଥିବାରୁ ସେମାନଙ୍କ ସ୍ମୃତିଚାରଣ ହେଲେ ତାଙ୍କ ତ୍ୟାଗକୁ ଆମେ ଯଥେଷ୍ଟ ସମ୍ମାନ ଦେଇପାରିବା । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଅନେକ ଜୀବନକୁ ସୃଜନଶୀଳ କରିବାକୁ ପ୍ରୋତ୍ସାହିତ କରି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି କୁ ଆଗକୁ ବଢେଇବାରେ କର୍ଣ୍ଣଧାର ସାଜିଥିଲା । ବରପୁତ୍ରଙ୍କ ଜୀବନୀ ଜାଣିବା ରେ କୁଣ୍ଠା ବୋଧ ନ କରିବାକୁ ବର୍ତ୍ତମାନ ର ଯୁବପିଢୀ କୁ ଉପଦେଶ ଦେଇଥିଲେ । କୃଷ୍ଣଚନ୍ଦ୍ର ଗଜପତି ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକତ୍ରିକରଣ ର ବୀଜ ବୁଣିଥିଲେ ବୋଲି କହିଥିଲେ । କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ଭାଷା ବଞ୍ଚେଇବା ପାଇଁ ଲଢେଇ କରିଥିଲେ । କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନରୁ ସାଲିଶ ବିହୀନ ମାନସିକତା କୁ ହଟେଇ ଅନ୍ୟାୟ ବିରୁଦ୍ଧରେ ମୂହଁ ଖୋଲି ଆଗକୁ ବଢିବାକୁ ଶିଖିବା ଦରକାର ବୋଲି ସେ କହିଥିଲେ । ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ସ୍ଵାଗଟ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରଶ୍ମୀ ରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ ।
ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l