ବୋରଭଟା ଗ୍ରାମଠାରେ ଅଷ୍ଟ ପ୍ରହର ନାମ ସଂକୀର୍ତ୍ତନ ପାଇଁ କଳସ ଯାତ୍ରା

ଭବାନୀପାଟଣା, ୧୩/୦୪, ଉତ୍କଳ ବୁଲେଟିନ,(ଜଗନ୍ନାଥ ନାଏକ) : ଆଧ୍ୟାତ୍ମିକ ଭକ୍ତି ଭାବନାରେ ଧୀରେ ଧୀରେ ଲୋକେ ନିଜକୁ ସମର୍ପିତ କରୁଥିବା ବିଶେଷ ଭାବରେ ଏବେ ଦେଖୁବାକୁ ମିଳୁଛି । କେଉଁଠି ଗାୟତ୍ରୀ ମହାଯଜ୍ଞ ତ ଆଉ କେଉଁଠି କାଳୀ, ଭାଗବତ ପାରାୟଣ, ରାମାୟଣ ପାରାୟଣ,କୃଷ୍ଣ ମହାଯଜ୍ଞ ବାଲ୍ୟ ଲୀଳା ହେଉଥିବା ବେଳେ ଗାଁ ମାନଙ୍କରେ ବହୁ ମାତ୍ରାରେ ହରି ନାମ ସଂକିର୍ତନ ଅଖଣ୍ଡ ନାମଯଜ୍ଞ ଦେଖୁବାକୁ ମିଳୁଛି । ଠିକ ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ କାମଥନା ଗ୍ରାମ ପଞ୍ଚାୟତ ଅଧୀନ ବୋରଭଟା ଠାରେ ବୋରଭଟା ଯାଦବ ପଡ଼ାଙ୍କ ତରଫରୁ ଅଷ୍ଟ ପ୍ରହର ନାମ ସଂକୀର୍ତ୍ତନ ଅଖଣ୍ଡ ନାମଯଜ୍ଞ ପାଇଁ ୧୩.୦୪.୨୦୨୫ ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପିପଲ ନାଲାକୁ ଯାଇ ରୀତି ନୀତି ଅନୁସାରେ ପୂଜା ସାରି ପୂର୍ଣ୍ଣ କଳସ ଧରି ଯଜ୍ଞ ମଣ୍ଡପ ଠାରେ ନାମଯଜ୍ଞ ପାଇଁ ଶୁଭ କଳସ ସ୍ଥାପନ କରାଯାଇଛି । ବୋରଭଟା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଙ୍କ ସହିତ ଯାଦବ ପଡ଼ାର ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ।ଏହି ନାମ ଯଜ୍ଞରେ ଛଅ ଗୋଟି ସଙ୍କୀର୍ତ୍ତନ ଦଳ ଅଂଶ ଗ୍ରହଣ କରି ନାମ ସଙ୍କୀର୍ତ୍ତନ ପରିବେଷଣ କରିବେ। ଯଜ୍ଞ କର୍ତ୍ତା କର୍ତ୍ତି ଭାବେ ରଥୁରାମ ବାଗ ଓ କୁମୁଦିନୀ ବାଗ କାର୍ଯ୍ୟ ନିର୍ବାହ କରିବେ।

ଭବାନୀପାଟଣାରୁ ଜଗନ୍ନାଥ ନାଏକ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page