ଇସ୍କନ କୁ ଲିଙ୍ଗରାଜ ମନ୍ଦିର ଭିତରେ ପୁରେଇ ଦିଆଗଲା ନାହିଁ

ବାଲିଅନ୍ତା:-ସେବା ପ୍ରତିନିଧି ତରଫରୁ ଇସ୍କନର ଅଦିନିଆ ସ୍ନାନ ଯାତ୍ରା, ରଥଯାତ୍ରା ଇତ୍ୟାଦିକୁ ପ୍ରତିବାଦ କରି ତା ୨୨.୦୬.୨୦୨୬ ରିଖ ଭୀମ ଟାଙ୍ଗୀ ଭୀମ କୁଣ୍ଡ ମନ୍ଦିର ନିକଟରେ ଓ ତା ୦୫.୦୭.୨୦୨୬ ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଇସ୍କନ! ତୁମେ ନୀତି ନିୟମରେ ଗତି କର। ସନାତନ ଧର୍ମକୁ ସମ୍ମାନ ପ୍ରଦର୍ଶନ କର। ଓଡ଼ିଶାର ପୁରପଲ୍ଲୀରେ ଇସ୍କନ ଏହିଭଳି କାର୍ଯ୍ୟକୁ ନିନ୍ଦା କରୁଥିଲେ ମଧ୍ୟ ଇସ୍କନ ତା ବିଧିରେ ଅଚଳ ଓ ଅଟଳ। ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଥରକୁ ଥର ଚିଠି ମାଧ୍ୟମରେ ଇସ୍କନକୁ ଅବଗତ କରାଇଥିଲେ।ତତ୍ ସହିତ ପୁରୀର ଠାକୁର ରାଜା ଗଜପତି ମହାରାଜା ଦିବ୍ୟସିଂହ ଦେବ ଥରକୁ ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ ଇସ୍କନ୍। ଏହି କଥା ପ୍ରଚାର ଓ ପ୍ରସାର ହେବା ଦ୍ଵାରା ସନାତନ ଧର୍ମୀମାନଙ୍କ ମଧ୍ୟରେ କୁଠାରାଘାତ ସୃଷ୍ଟି ହୋଇଛି। ଆଜି ସକାଳ ୦୬ ଘଟିକା ସମୟରେ ଇସ୍କନର ୫ ଜଣ ମାଇକ୍, ବାଜା ଓ ଗିନି ବଜାଇ ଅନନ୍ତ ବାସୁଦେବ ମନ୍ଦିରକୁ ପ୍ରବେଶ କରିଥିଲେ। ମନ୍ଦିରକୁ ପ୍ରତ୍ୟେକ ଦିନ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ସେଠାରେ ଇସ୍କନକୁ ବାରଣ କରିଥିଲେ। ଇସ୍କନ ଭକ୍ତମାନେ ସେଠାରୁ ଦର୍ଶନ ସାରି ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ବେଳେ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ଲିଇଙ୍ଗରାଜ ମନ୍ଦିରର ସେବାୟତଗଣ ଇସ୍କନ ମନ୍ଦିରକୁ ପ୍ରବେଶ କରିବା ପାଇଁ ବାରଣ କରିଥିଲେ। ପୁରୀ ଗଜପତି ମହାରାଜାଙ୍କୁ ଅବମାନନା କରିବା, ଅଦିନରେ ଜଗନ୍ନାଥଙ୍କ ରଥଯାତ୍ରା , ସ୍ନାନ କରିବା ଓ ସନାତନ ଧର୍ମକୁ ଅବମାନନା କରିବା, ନୀତି ନିୟମକୁ ନମାନିବା… ପ୍ରତିବାଦରେ ଲିଙ୍ଗରାଜ ମନ୍ଦିର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଯାହା ଫଳରେ ଇସ୍କନ ଭକ୍ତମାନେ ସେହିଠାରୁ ଫେରି ଯାଇଥିଲେ। ଆଗାମୀ ଦିନରେ ଓଡ଼ିଶାରେ ଏଭଳି ମନମୁତାବକ କାର୍ଯ୍ୟ କରାଇ ଦିଆଯିବ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page