କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭୀ” କାର୍ଯ୍ୟକ୍ରମ ଅନୁଷ୍ଠିତପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା

ବାଲିଅନ୍ତା,୧୩|୧୦( ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଶିକ୍ଷାଧିକାରୀ ଅଧିନ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରତାପଶାସନ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ୫ ମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ୧୩ ଗୋଟି ବିଭାଗରେ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଏଥିରେ ପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସର୍ବୋତମ ୯ ଟି ବିଭାଗରେ ସଫଳତାର ସହ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଉତ୍ତୀର୍ଣ୍ଣ ହୋଇଛନ୍ତି l ପ୍ରବନ୍ଧ ଲିଖନରେ ଇଶା ବେହେରା, ସଙ୍ଗୀତରେ ଆରାଧ୍ୟା ଦାସ, କୁଇଜରେ ଶୁଭଲକ୍ଷ୍ମୀ ସ୍ୱାଇଁ, ସୃଜନଶୀଳ ଲିଖନରେ ଶୁଭଲକ୍ଷ୍ମୀ ସାହୁ(ଏ), ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନରେ ଶୁଭଲକ୍ଷ୍ମୀ ବାରିକ, ପିଏମ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଚିତ୍ରକଳାରେ ଶୁଭଲକ୍ଷ୍ମୀ ସାହୁ(ଵି) ଓ ପ୍ରିୟାଂଶୀ ପ୍ରିୟଦର୍ଶିନୀ ଏବଂ ଶିଳ୍ପକଳାରେ ପ୍ରିୟଙ୍କା ମୁଦୁଲୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଏଥିସହ ଏହି ବିଦ୍ୟାଳୟର ଛାତ୍ରୀମାନେ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି l ଆସନ୍ତା ୧୬ ରେ ହେବାକୁ ଥିବା ବ୍ଲକସ୍ତରୀୟ ସୁରଭୀ କାର୍ଯ୍ୟକ୍ରମରେ ଏହି ଛାତ୍ରୀ ମାନେ ଅଂଶଗ୍ରହଣ କରିବେ l ଛାତ୍ରୀ ମାନଙ୍କ ଏହି ସଫଳତା ନିମନ୍ତେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବ ନାରାୟଣ ମହାନ୍ତି ଏବଂ ସହକାରୀ ଶିକ୍ଷକ/ଶିକ୍ଷୟତ୍ରୀ କୃତଜ୍ଞତା ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page