ପଲ୍ୟୁସନ ବୋର୍ଡ ସଦସ୍ୟ ସଚିବଙ୍କୁ ଭେଟିଲା ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନ

ପୂଜାରେ ଡମପିଙ୍ଗ ୟାର୍ଡ଼କୁ ଅଳିଆଗାଡ଼ି ବନ୍ଦ ନକଲେ ଅନଶନ ନିଷ୍ପତି

ଭୁବନେଶ୍ୱର ତା 14 ରିଖ l ସୈନିକସ୍କୁଲ ବେଆଇନ ବିଷାକ୍ତ ଅଳିଆ ଗଦା ସ୍ଥାନାନ୍ତର ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଏହି ଗୌରବ ମୟ ଅନୁଷ୍ଠାନ ନିକଟରୁ ତୁରନ୍ତ ଅଳିଆ ଗଦା ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି l ଅଳିଆ ଗଦା ହଟାଅ ଅଭିଯାନ ର ଦୀର୍ଘ ଦିନ ଧରି ଦାବୀ, ଧାରଣା, ଧର୍ମଘଟ, ଅନଶନ କରି ଗlଡ଼କଣ ବେଆଇନ ଅଳିଆ ଗଦା ହଟାଇବା ପାଇଁ ଅହରହ ଉଦ୍ୟମ କରି ଆସୁଛି l ପ୍ରଦୂଷଣ ବୋର୍ଡ ଚୁପ ରହି ବହୁ ବିଳମ୍ବରେ କେବଳ ତାଗିଦ ଭରା ଚିଠି ଲେଖି ବି ଏମ ସି କୁ ସମୟ ଅବଧି ଦେଇ ଆଇନ ଗତ ପଦକ୍ଷେପ ପାଇଁ ତାଗିଦ କରିଛନ୍ତି l ଅଳିଆ ଗଦାର ବିଷାକ୍ତ ଗ୍ୟାସ ଓ ପ୍ରଦୂଷଣ ଯୋଗୁଁ ସେହି ଅଂଚଳର ଅନେକ ଲୋକଙ୍କ ମୃତ୍ୟୁ ସହି ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହୋଇଛନ୍ତି l ll ପ୍ରଦୂଷଣ ବୋର୍ଡ ବି ଏମ ସିକୁ ଓ ଦଣ୍ଡ ଦେବା ପରିବର୍ତ୍ତେ କେବଳ ତାଗିଦ ଯୁକ୍ତ ଚିଠି ଦେଇ ଚୁପ ବସି ପଡିଛି l ଅଜି ପଲ୍ୟୁସନ ବୋର୍ଡ ସଦସ୍ୟ ସଚିବ ଶ୍ରୀ ନାୟରଙ୍କୁ ଭେଟି ତୁରନ୍ତ ସୈନିକ ସ୍କୁଲ ନିକଟରୁ ଅଳିଆ ଗଦା ହଟାଇବା ସହ ଅଭିଯାନ ର ଦାବୀ ଅନୁଯାଇ ଟିଟିଏସ୍ ବା ଡମ୍ପିଂୟାର୍ଡକୁ ସମ୍ପୂର୍ଣ୍ଣ ବନ୍ଦ ବା ସ୍ଥାୟୀ ସ୍ଥାନାନ୍ତର ପର୍ଯ୍ୟନ୍ତ କୌଣସି ଅଳିଆ ଡମ୍ପିଂ ନକରିବା ପାଇଁ ଦାବୀ କରାଯlଇଛି l ଯଦି ଅଳିଆ ଗାଡ଼ି ପ୍ରବେଶ ବନ୍ଦ ନହୁଏ ତେବେ ଦଶହରା ସମୟରେ ବାଧ୍ୟ ହୋଇ ଅଭିଯାନ ପଲ୍ୟୁସନ ବୋର୍ଡ ଆଗରେ ଅନଶନ ରେ ବସିବା ସହ ଅଳିଆ ଗଦା ନିକଟରେ ଆନ୍ଦୋଳନ କରିବ l ଏହି ବ୍ୟତିକ୍ରମ ପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ମଧ୍ୟ ଅଭିଯାନ ଚେତାବନୀ ଦେଇଛି l ଅଜି ,ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ,ପ୍ରସନ୍ନ ବିଷୋୟୀ,ଦିଲ୍ଲୀପ ଦlଶଶର୍ମା, ସନ୍ଦୀପ୍ତ ଦାସ, ଶଙ୍କର୍ଷଣ ବାରିକ ,ସଞ୍ଜୟ ମଲ୍ଲିକ, ଲଲାଟ ଜେନା ଆଦି କାର୍ଯ୍ୟକର୍ତା ଭେଟି ଆଲୋଚନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page