ପୁଣି ଅଳିଆଗାଡ଼ି ବନ୍ଦ କରିବାପାଇଁ ନିଷ୍ପତି
ଭୁବନେଶ୍ୱର ତା 11 ରିଖ l ସୈନିକସ୍କୁଲ ବେଆଇନ ବିଷାକ୍ତ ଅଳିଆ ଗଦା ପାଇଁ ଅଜି ସାରା ଦେଶରେ ଆମକୁ ନିନ୍ଦିତ ହେବାକୁ ପଡିଛି l କେନ୍ଦ୍ର ପ୍ରତିରକ୍ଷା ବିଭାଗ ଏହି ଗୌରବ ମୟ ଅନୁଷ୍ଠାନ ନିକଟରୁ ତୁରନ୍ତ ଅଳିଆ ଗଦା ହଟାଇବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି l ଅଳିଆ ଗଦା ହଟାଅ ଅଭିଯାନ ର ଦୀର୍ଘ ଦିନ ଧରି ଦାବୀ, ଧାରଣା, ଧର୍ମଘଟ, ଅନଶନ ପରେ ଗlଡ଼କଣ ବେଆଇନ ଅଳିଆ ଗଦା ପାଇଁ ପ୍ରଦୂଷଣ ବୋର୍ଡ ବିଳମ୍ବରେ କେବଳ ତାଗିଦ ଭରା ଚିଠି ଲେଖି ବି ଏମ ସି କୁ ସମୟ ଅବଧି ଦେଇ ଆଇନ ଗତ ପଦକ୍ଷେପ ପାଇଁ ତାଗିଦ କରିଛନ୍ତି l ଅଳିଆ ଗଦାର ବିଷାକ୍ତ ଗ୍ୟାସ ଓ ପ୍ରଦୂଷଣ ଯୋଗୁଁ ସେହି ଅଂଚଳର ଅନେକ ଲୋକଙ୍କ ମୃତ୍ୟୁ ସହି ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହୋଇଛନ୍ତି l ସ ll ପ୍ରଦୂଷଣ ବୋର୍ଡ ବି ଏମ ସିକୁ ଓ ଦଣ୍ଡ ଦେବା ପରିବର୍ତ୍ତେ କେବଳ ତାଗିଦ ଯୁକ୍ତ ଚିଠି ଦେଇ ଚୁପ ବସି ପଡିଛି l ଆସନ୍ତା ଦୁଇ ଦିନ ଭିତରେ ରେ ମୁଖ୍ୟ ସଚିବ ଙ୍କୁ ଭେଟି ତୁରନ୍ତ ସୈନିକ ସ୍କୁଲ ନିକଟରୁ ଅଳିଆ ଗଦା ହଟାଇବା ସହ ଅଭିଯାନ ର ଦାବୀ ଅନୁଯାଇ ଟିଟିଏସ୍ ବା ଡମ୍ପିଂୟାର୍ଡକୁ ସମ୍ପୂର୍ଣ୍ଣ ବନ୍ଦ ବା ସ୍ଥାୟୀ ସ୍ଥାନାନ୍ତର ପର୍ଯ୍ୟନ୍ତ କୌଣସି ଅଳିଆ ଡମ୍ପିଂ ନକରିବା ପାଇଁ ଦାବୀ କରାଯିବ ବୋଲି ଅଜି ଏକ ଗୁରୁତ୍ୱ ପୁର୍ଣ ବୈଠକ ରେ ନିଷ୍ପତି ହୋଇଛି l ଯଦି କାର୍ଯ୍ୟକାରୀ ନହୁଏ ତେବେ ଦଶହରା ସମୟରେ ବ୍ୟତିକ୍ରମ ପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ମଧ୍ୟ ଅଭିଯାନ ଚେତାବନୀ ଦେଇଛି l ଚିନ୍ତାମଣି ବାରିକ,ବାସୁଦେବ ଭଟ୍ଟ,ପ୍ରସନ୍ନ ବିଷୋୟୀ,ଦିଲ୍ଲୀପ ଦlଶଶର୍ମା, ସନ୍ଦୀପ୍ତ ଦାସ,ଶୁଭେନ୍ଦୁ ପଟନାୟକ, ,ଜୟସୂର୍ଯ୍ୟ କାନୁନଗୋ, ସଞ୍ଜୟ ମଲ୍ଲିକଙ୍କ ସମେତ ଅନେକ କାର୍ଯ୍ୟକର୍ତା ଆଦି ଉପସ୍ଥିତ ଥିଲେ l