ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଷୋଡଶ ଦିନାତ୍ମକ ପୂଜା 14 ଦିନରେ

ଭୁବନେଶ୍ୱର ତା 16 ରିଖ l ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଅଧିଷ୍ଠାତ୍ରୀ ଦେବୀ ମା’ ହରଚଣ୍ଡୀଙ୍କର ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଆଜି 14 ଦିନରେ ପହଂଚିଛି l ଗତ ୦୩ ତାରିଖ ମହାଳୟା ଅମାବାସ୍ୟା ଶନିବାର ଠାରୁ ପୂଜା ଆରମ୍ଭ ହୋଇଥିଲା l ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜନ, ମା’ଙ୍କର ଷୋଡ଼ଶ ଉପଚାର ପୂଜା, ଚଣ୍ଡିପାଠ, ହବନ(ହୋମ)ପୀଠରେ ଚାଲିଅଛି । ପ୍ରତ୍ୟେକ ଦିନ ଶହ ଶହ ଭକ୍ତ ପୂଜାରେ ଯୋଗଦାନ ଦେଇ ମାତୃକୃପା ଲାଭ କରୁଛନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ଭକ୍ତ ମାନଙ୍କ ପାଇଁ ପଣା ବ୍ୟବସ୍ଥା ସହ ରାତିରେ ପ୍ରସାଦ ବ୍ୟବସ୍ଥା ମନ୍ଦିର କମିଟି ତରଫରୁ ବ୍ୟବସ୍ଥା କରାଯାଉଛି ବୋଲି
ବିଜୟ କେତନ ନନ୍ଦ ଓ ପ୍ରସନ୍ନ ବିଷୋୟୀ, ଜୟ ପ୍ରକାଶ ମିଶ୍ର କହିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page