ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ପରଲୋକ ।

ଖୋର୍ଦ୍ଧା,୧୬ I୧୦:ଓଡ଼ିଶା ବିଭିନ୍ନ ପାଲା ମଞ୍ଚରେ ଗାୟକ ମାନଙ୍କ ଦ୍ୱାରା ବୋଲା ଯାଉଥିବା ବିଦଗ୍ଧ କବିତା “ଅପରେସନ କୋଇଲି”ର ରଚ଼ୟତା ସ୍ବର୍ଗତ ଗାୟକ ରତ୍ନ ଲୋକନାଥ କରଙ୍କ ଶେଷ ତମ ପାଳିଆ ଚକ୍ରଧର ମୁଦୁଲିଙ୍କର ୧୦୭ ବର୍ଷ ବୟସରେ ତାଙ୍କ ଜନ୍ମସ୍ଥାନ ବାଣପୁର ବ୍ଲକ ନାଚୁଣୀ ପଂଚାୟତ ଅନ୍ତର୍ଗତ କହ୍ନେଇପୁର ଠାରେ ପରଲୋକ ହୋଇ ଯାଇଅଛି। ସେ ଜଣେ ବିଶିଷ୍ଟ ଧର୍ମ ପରାୟଣ, ସାହିତ୍ୟ ଓ କଳା ଅନୁରାଗୀ, ଅମାୟିକ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ପରିଚିତ ଥିଲେ। ଗାୟକ ରତ୍ନ ସ୍ବର୍ଗତ ଲୋକନାଥ କରଙ୍କ ପାଲା ଦଳ ସହ ସେ ଓଡିଶାର ତତ୍କାଳୀନ ବହୁ ଗଡଜାତ ରାଜ ଦରବାର ଏବଂ ସ୍ୱାଧୀନତ୍ତ୍ଵର କାଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଲାର ପ୍ରଚାର ଓ ପ୍ରସାର କରି ବୟସର ସାୟାହ୍ନରେ ସେ ନିଜ ଗ୍ରାମରେ ଆଧ୍ୟାତ୍ମିକ କାର୍ଯ୍ୟରେ ଲିପ୍ତ ରହିଥିଲେ। କିଛିଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ବଶତଃ ଶଯ୍ୟାଶାୟୀ ଥିଲେ। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ କଳାକାର ପେନସନ ପାଇ ଚଳୁଥିଲେ। ତାଙ୍କ ବିୟୋଗରେ ଚିଲିକାର ପୂର୍ବତନ ବିଧାୟକ ଡାକ୍ତର ବିଭୁତି ଭୂଷଣ ହରିଚନ୍ଦନ, ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ରାଜ୍ୟ ଉପଦେଷ୍ଠା ଲଳିତ ମୋହନ ପଟ୍ଟନାୟକ, ଅବିଭକ୍ତ ପୁରୀ ଜିଲ୍ଲା ଗାୟକ ପରିଷଦର ସ୍ଥାୟୀ ସଭାପତି ଗାୟକ ଦକ୍ଷୀଣ କେଶରୀ ରାମଚ଼ନ୍ଦ୍ର କର,ନାଚୁଣୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରାଜକିଶୋର ସାହୁ,ନାଚୁଣୀ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଲେଇ, ଭଗବତୀ ମଣ୍ଡଳ ପାଲାଗାୟକ ପରିଷଦର ସଭାପତି ରମେଶ ଚନ୍ଦ୍ର ପାତ୍ର ଓ ସଂପାଦକ ବିଭୁତି ଭୂଷଣ ଦାଶ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି, ଖୋର୍ଦ୍ଧା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page