ସ୍ନିଗ୍ଧା ଏକାଡ଼େମୀର କନ୍ୟାମାନଙ୍କ ଦ୍ୱାରାନବମାତୃକା ପୂଜା

ଭୁବନେଶ୍ୱର, ୧୨.୧୦ : ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ନବମାତୃକା ପୂଜାରେ ଭୁବନେଶ୍ୱର ସ୍ନିଗ୍ଧା ଏକାଡ଼େମୀର ଅଧ୍ୟକ୍ଷା ଶ୍ରୀମତୀ ବିିଚିତ୍ରା ରଥଙ୍କ ନେତୃତ୍ୱରେ ସର୍ବସୁଶ୍ରୀ ରାଜଶ୍ରୀ ରାଜଲକ୍ଷ୍ମୀ, ଶ୍ରଦ୍ଧାଶ୍ରୀ, ଅଭିପ୍ସା ସାହୁ, ବି. ଖୁସି ପାତ୍ର, ଅନୁଷ୍କା ପରିଡ଼ା, ସିଦ୍ଧି ସମୃଦ୍ଧି ଆ•ର୍ଯ୍ୟ, ସୌମ୍ୟାଶ୍ରୀ ଷଡ଼ଙ୍ଗୀ, ଶ୍ରଦ୍ଧାଶ୍ରୀ ଜେନା, ଆଦ୍ୟାଶା ସାହୁ, ସୌଜନ୍ୟା ବେହେରା, ଶାଳିନୀ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ଶ୍ରୀମଦ୍ ବାବା ବଳିଆ, ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଅନ୍ୟ ଅତିଥିମାନେ କୁମାରୀ କନ୍ୟାମାନଙ୍କୁ ଆଶୀର୍ବାଦ କରିବା ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଏକାଡ଼େମୀର ଟ୍ରଷ୍ଟି ଡଃ ଆଲୋକ ରଥ ଓ କନ୍ୟାମାନଙ୍କ ପିତାମାତାମାନେ ସହଯୋଗ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page