@ ବରିଷ୍ଠ ମୂର୍ତି କାରିଗର ଶ୍ରୀଯୁକ୍ତ ବିଦ୍ୟୁତ ପ୍ରଧାନ ଓ ବରିଷ୍ଠ ମେଢ କାରିଗର ଶ୍ରୀଯୁକ୍ତ ନବ କିଶୋର ବଟୁଙ୍କୁ “ମହାଦେବୀ ସମ୍ମାନ-୨୦୨୬”
@ ଏକାମ୍ର ଭୁବନେଶ୍ଵର ର୍ନିବାଚନ ମଣ୍ଡଳୀର ୪୮ଟି ଦୁର୍ଗା ପୂଜା ଓ ହରପାର୍ବତୀ କମିଟିର ମୂରବୀ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ମାନିତ କରାଗଲା ।
ବାଲିଅନ୍ତା ୧୨/୧୦ (ଗୋବର୍ଦ୍ଧନ ଦାସ):- ଭୁବନେଶ୍ଵର ସାମନ୍ତରାପୁରସ୍ଥିତ ରୟାଲ ରିସୋର୍ଟରେ ମା ଦୁର୍ଗା ମହୋତ୍ସବ କମିଟି ତରଫରୁ ‘ଏକାମ୍ର ଦୁର୍ଗା ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ସମର୍ଥାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟର ଶୁଭାରମ୍ଭ ହୋଇଥିବା ବେଳେ, ଶ୍ରୀ ସାମର୍ଥା ଦୁର୍ଗାପୂଜା ଭଷାଣିକୁ ସରକାରୀ ସ୍ତରରେ ଛୁଟି ପାଇଁ ଓ ଦୁର୍ଗାପୂଜାରେ ବ୍ୟବହୃତ ହେଉଥିବା ବିଦ୍ୟୁତ ବିଲ କୁ ଦେୟ ମୁକ୍ତ କରିବାକୁ ଦାବି ରଖରଥିଲେ । ଅନୁଷ୍ଠାନର ସଂପାଦକ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ ସ୍ଵାଗତ ଭାଷଣ ରଖିଥିବାବେଳେ ଉପସଭାପତି ତଥା କର୍ପୋରେଟର ଶ୍ରୀ ବିରଞ୍ଚି ନାରାୟଣ ମହାସୁପକର ଅତିଥି ମାନଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନର ବକ୍ତବ୍ୟ ରଖୁଥିଲେ ।

ଉକ୍ତ ଉତ୍ସବରେ ଅତିଥ୍ ଭାବରେ ଭୁବନେଶ୍ଵର ମହାନଗର ନିଗମର ମେୟର ସୁଲୋଚନା ଦାସ ଯୋଗ ଦେଇ ବି ଏମ୍ ସି ଅଧୀନରେ ଥିବା ପୂଜା ମଣ୍ଡପରୁ ମାଙ୍କ ପୂଜା ଠାରୁ ଭସାଣି ପର୍ଯ୍ୟନ୍ତ ଯେତେ ବର୍ଜ୍ୟ ବସ୍ତୁ ବାହାରିବ ବିଏମ୍ ସି ର ଅଳିଆ ଗାଡ଼ି ତାକୁ ସଂଗ୍ରହ କରିବ ଏବଂ ସବୁ ପୂଜା କମିଟି ମାନେ ମଣ୍ଡପର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ସୂଚନା ଦେଇଥିଲେ। ପରେ ପରେ ଏକାମ୍ର ଭୁବନେଶ୍ଵରର ବିଧାୟକ ଶ୍ରୀ ବାବୁ ସିଂ, ମଧ୍ୟମ ଭୁବନେଶ୍ଵରର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଉତ୍ତର ଭୁବନେଶ୍ଵରର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଯୁବ ନେତା ଶ୍ରୀ ମନ୍ମଥ ରାଉତରାୟ, ଭୁବନେଶ୍ଵର ବାର ସଭାପତି ଶ୍ରୀ ଅଶୋକ ଛୋଟରାୟ, ସଂପାଦକ ଶ୍ରୀ ସୁମନ ରାଉତରାୟ, ପୁର୍ବତନ ସଭାପତି ଶ୍ରୀ ଅଶୋକ ପାତ୍ର, ବରିଷ୍ଠ ଆଇନଜିବୀ ଶିବାନନ୍ଦ ରାଉତରାୟ, ଭୁବନେଶ୍ଵର ପଞ୍ଚାୟତ ସମିତି ଅଧ୍ଯକ୍ଷା ଶ୍ରୀମତୀ ନିରୂପମା ସାହୁ, ପୂର୍ବତନ ମୁଖ୍ୟ ଶାସନ ସଚୀବ ଶ୍ରୀ ବିଜୟ ପଟ୍ଟନାୟକ, ପୂର୍ବତନ ପ୍ରଶାସକ ଶ୍ରୀ ହୃଷିକେଶ ତ୍ରିପାଠୀ, ବକ୍ସି ଜଗବନ୍ଧୁ ବିଦ୍ୟାଳୟର ସଂପାଦକ ଶ୍ରୀ ପ୍ରତାପ ଜେନା, ଦେବଯୁଗ ପରିବାର ଅଧ୍ଯକ୍ଷ ଶ୍ରୀ ଦେବବ୍ରତ ନାୟକ, କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ଉପସଭାପତି ଶ୍ରୀ ମଳୟ ମହାପାତ୍ର ଧନ୍ୟବାଦ ଦେଇଥିବାବେଳେ, ଶ୍ରୀ ଦେବୀ ପ୍ରସାଦ ନନ୍ଦ, ଶ୍ରୀ ଦିଲ୍ଲିପ ମାଝି, ଅନୁଷ୍ଠାନର ଯୁଗ୍ମ ସଂପାଦକ ତଥା କର୍ପୋରେଟର ଶ୍ରୀ ଅଜିତ ବେହେରା, ଶ୍ରୀ ପ୍ରତାପ ସାହୁ, ଅନୁଷ୍ଠାନର ଯୁଗ୍ମ ସଂପାଦକ ଶ୍ରୀ ଅପର୍ଷି ସୁନ୍ଦରାୟ, ଶ୍ରୀ ରବିନ୍ଦ୍ର କୁମାର ପାତ୍ର, ଶ୍ରୀ ବାମଦେବ ଗଜେନ୍ଦ୍ର, ଶ୍ରୀ ନିହାର ରଂଜନ ସେଠୀ, ଶ୍ରୀ ଦାଶରଥ ଗରାବଡୁ,

ଶ୍ରୀ ଦୁର୍ଗା ପ୍ରସାଦ ଖୁଣ୍ଟିଆ, ଶ୍ରୀ ଅକ୍ଷୟ ସାହୁ ପ୍ରମୁଖ ସଂପୁର୍ଣ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । କର୍ପୋରେଟର ଶ୍ରୀ ସନ୍ତୋଷ ସିଂ, ଶ୍ରୀ ରାମ ଚନ୍ଦ୍ର ରଣସିଂ, ଶ୍ରୀ ରୂପେଶ ନାୟକ,ଶ୍ରୀ ଶିବନାରାୟଣ ରାୟ, ପୂର୍ବତନ କର୍ପୋରେଟର ଶ୍ରୀ ପ୍ରସନ୍ନ ଦଳେଇ, ଶ୍ରୀ କୃଷ୍ଣ ଚନ୍ଦ୍ର ସେଠି, ଶ୍ରୀ ରଘୁନାଥ ମହାନ୍ତି, ସଂଯୁକ୍ତା ମହାନ୍ତି, ସୁଦୀପ୍ତ ବଡଜେନା, ପ୍ରତାପ ରାଉତରାୟ, ରାଜେନ୍ଦ୍ର ଆଚାର୍ଯ୍ୟ, ରମାନାଥ ସାମନ୍ତରାୟ, ଶିଶୁପାଳଗଡ ସରପଞ୍ଚ ଶ୍ରୀ ରଶ୍ମି ରଂଜନ ଶ୍ରୀଚନ୍ଦନ, ଯୁବ ନେତା ଶ୍ରୀ ସୂର୍ଯ୍ୟକାନ୍ତ ସାହୁ, ଏକାମ୍ର ସଂସ୍କୃତିକ ପ୍ରକାଶନି ସଂପାଦକ ଶ୍ରୀ ସନତ ମିଶ୍ର, ବିରଞ୍ଚି ନାରାୟଣ ପତି, ସ୍ଵାଗତ ମାହାପାତ୍ର, ରାଜା ମହାପାତ୍ର, ତପନ ସାମନ୍ତରାୟ, ପ୍ରସନ୍ନ ମହାସୁଆର, ହେମନ୍ତ ପଣ୍ଡା, ସନ୍ତୋଷ ସାମନ୍ତରାୟ, ଭୁବନେଶ୍ଵର ବାର ଆସୋସିଏସନର ପୂର୍ବତନ ସଂପାଦକ ସତ୍ୟ ରଞ୍ଜନ ସେନାପତି, ପ୍ରମୁଖ ଯୋଗଦେଇ ଆବାହନ କାଳରୁ ଦେବୀପୂଜାର ପରମ୍ପରା, ମହାତ୍ମ୍ୟ, ମହତ୍ତ୍ବ ସଂପର୍କରେ ଆଲୋକପାତ କରିଥିଲେ । ଏହି ମହୋତ୍ସବରେ ଏକାମ୍ର ଭୁବନେଶ୍ଵରର ସମସ୍ତ ପୂଜା କମିଟି ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବ ଏବଂ ଏହାଦ୍ଵାରା ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ ରଖିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ଧୀରେନ ପଟ୍ଟନାୟକଙ୍କ ସଂପାଦନାରେ ପ୍ରକାଶିତ ସ୍ମରଣିକା “ମହାଦେବୀ” ଅତିଥ୍ ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ଏହି ସ୍ମରଣିକାରେ ପ୍ରତ୍ୟେକ ପୂଜା ମଣ୍ଡପର ସମ୍ୟକ୍ ଇତିହାସ ଓ ଫଟୋଚିତ୍ର ପର୍ଦଶନ କରାଯିବା ସହିତ ବିଶିଷ୍ଟ ଲେଖକ ମାନଙ୍କର ପ୍ରବନ୍ଧ ପ୍ରକାଶ ପାଇଅଛି ।

ଏହି ଅବସରରେ ନିଷ୍ଠାପର ଭାବରେ ନିଖୁଣ ଭାବରେ ବିଭିନ୍ନ ମଣ୍ଡପରେ ମୂର୍ତ୍ତୀ ନିର୍ମାଣ କରିଥିବା ବରିଷ୍ଠ ମୂର୍ତ୍ତୀ କାରିଗର ତଥା ଲିଙ୍ଗରାଜଙ୍କର ସେବାୟତ ଶ୍ରୀଯୁକ୍ତ ବିଦ୍ୟୁତ ପ୍ରଧାନ ଓ ବରିଷ୍ଠ ମେଢ କାରିଗର ଶ୍ରୀଯୁକ୍ତ ନବ କିଶୋର ବଟୁଙ୍କ ‘ମହାଦେବୀ ସମ୍ମାନ-୨୦୨୬ ରେ ସମ୍ମାନିତ କରାଯାଇଥିଲା । ଏକାମ୍ର-ଭୁବନେଶ୍ଵରର ୪୮ଗୋଟି ଦୁର୍ଗା ପୂଜା/ ହରପାର୍ବତୀ କମିଟିର କାର୍ଯ୍ୟକର୍ତ୍ତା ଓ ସାହି ମୁରବୀ ମାନଙ୍କୁ ଫଳକ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବନ୍ଧିତ କରାଯାଇଥିଲା । ମୟୁରୀ ଆର୍ଟ ସେଣ୍ଟର ର କଳାମାନଙ୍କ ଦ୍ଵାରା ଛଉ ନୃତ୍ୟ, ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଓଡିଶୀ ନୃତ୍ୟ ଓ ଶିଳ୍ପୀକା ନୃତ୍ୟାନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ମା’ ଦୁର୍ଗାଙ୍କ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ପରିବେଷଣ ଉପସ୍ଥିତ ଅତିଥ୍ ଓ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା ।ଏଥିସହିତ ଶ୍ରୀ ବାସୁଦେବ ନାଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳ ଅନୁଷ୍ଠାନର ସଭ୍ୟ ଶ୍ରୀ ଲଲାଟ ସାହୁ, ଶ୍ରୀ ମିଥୁନ ନାୟକ, ଶ୍ରୀ ସାର୍ଥକ ପରିଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସର୍ବଶେଷରେ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତ ଅତିଥୁ, ଦର୍ଶକ ମାନଙ୍କୁ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ବଳରାମ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।