ବାଲିଅନ୍ତା,୧୪|୭(ଗୋବର୍ଦ୍ଧନ ଦାସ): ବାଲିଅନ୍ତା ସ୍ଥିତ ହୀରାପୁର ଗଡ଼କଣ୍ଟୁଣିଆରେ ସୁଦର୍ଶନ ଦାରୁସ୍ଥଳୀରେ ଦୀର୍ଘ ୧୫ ଦିନ ଅଣସରରେ ରହିବାପରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ଭକ୍ତ l ଆଜି ନବଯୌବନ ଦର୍ଶନ ନିମନ୍ତେ ମନ୍ଦିରରେ ସ୍ୱତନ୍ତ୍ର ନୀତିକ୍ରାନ୍ତି କରାଯାଇଥିଲା l ସକାଳ ୮ ଟାରେ ଅଣସର ସମୟରେ ପୂଜା ପାଉଥିବା ପଟିଦିଅଁଙ୍କ ନିକଟରେ ମଙ୍ଗଳଆଳତୀ ହୋଇଥିଲା l ଆଳତୀ ପରେ ଅପସାରଣ କରାଯାଇଥିଲା l ପରେ ଅଣସରରେ ଥିବା ଚତୁର୍ଦ୍ଧା ବିଗ୍ରହଙ୍କ ପ୍ରାୟ ସାଢେ ୯ ଟାରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା l ପରେ ଗୋପାଳବଲ୍ଳଭ ନୀତି କରାଯାଇ ଠାକୁରଙ୍କ ବେଶ କାର୍ଯ୍ୟ କରାଯାଇଥିଲା l ଅପରାହ୍ନ ପ୍ରାୟ ୨ ଟାରେ ମହାପ୍ରଭୁଙ୍କ ପାଖରେ ଦଇତାବନ୍ଦାପନା ଏବଂ ଦତ୍ତମହାପାତ୍ର ବନ୍ଦାପନା କରାଯାଇଥିଲା l ପରେ ମଧ୍ୟାହ୍ନ ଧୂପ ହେବାପରେ ପ୍ରାୟ ସାଢେ ୩ ଟା ୪୫ରେ ମନ୍ଦିର ଚତୁର୍ଦ୍ଧାବିଗ୍ରହଙ୍କ ନବଯୌବନ ଦର୍ଶନ କାର୍ଯ୍ୟ ସର୍ବସାଧାରଣ ହୋଇଥିଲା l ଏହି ସମୟରେ ଦୀର୍ଘସମୟ ଧରି ମନ୍ଦିରର ମୁଖ୍ୟଦ୍ୱାରରେ ଅପେକ୍ଷା କରି ରହିଥିବା ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି ଭାବବିହ୍ୱଳ ହୋଇଥିଲେ l ଦୀର୍ଘ ୧୫ ଦିନ ପରେ ମହାପ୍ରଭୁଙ୍କୁ ଦେଖିବା ପରେ ଆଖିରେ ଭକ୍ତିର ଅଶ୍ରୁ ବହିଯାଇଥିଲା l ମହାପ୍ରଭୁଙ୍କ ଏହି ଦର୍ଶନ ନିମନ୍ତେ ଶ୍ରୀ ଶ୍ରୀ ପରଂବ୍ରହ୍ମ ଶ୍ରୀ ଜଗନ୍ନାଥ ଟ୍ରଷ୍ଟର କର୍ମକର୍ତା ମାନେ ସୁ ବେବସ୍ତା କରିଥିଲେ l ସେହିପରି ଭକ୍ତମାନେ ପତିତପାବନ, ବାବା ବିଶ୍ୱନାଥ, ମା’ ବିମଳା, ମା’ ଲକ୍ଷ୍ମୀ, ଶ୍ରୀ ଗଣେଶ ଆଦି ପାର୍ଶ୍ୱ ଦେବାଦେବୀ ଦର୍ଶନ କରିବା ସହ ବିଭିନ୍ନ ନୈବେଦ୍ୟ ସମର୍ପଣ କରିଥିଲେ l ପ୍ରବଳ ବର୍ଷା ସତ୍ତ୍ୱେ ସନ୍ଧ୍ୟାରେ ସଂଧ୍ୟାଆଳତୀ ପରେ ମହାପ୍ରଭୁଙ୍କ ସାହଣମେଲା ଦର୍ଶନକରିବାର ସୁଯୋଗ ପାଇଥେଲେ ବହୁ ଶ୍ରଦ୍ଧାଳୁ l ଶେଷରେ ରାତିରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ଛେନା, କଦଳୀ, ନଡ଼ିଆ, କ୍ଷୀରରେ ପ୍ରସ୍ତୁତ ଚକଟା ଭୋଗ କରାଯିବା ପରେ ବଡସିଂହାର ବେଶ କରାଯାଇ ପହଡ଼ ପଡିଥିଲା l
ସୁଦର୍ଶନ ଦାରୁସ୍ଥଳୀରେ ନବଯୌବନ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ।
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଦ୍ଵିତୀୟ ଦିନରେ ଚାମେଲି ଓଝାଙ୍କ ଆମରଣ ଅନଶନ
ସମର୍ଥନ ଜଣାଇ ଯୋଗଦେଲେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଭୁବନେଶ୍ୱର ତା 14 ରିଖ l ନ୍ୟାୟ ପ୍ରଦାନ ଦାବୀରେ ଚlମେଲୀ ଓଝା ଙ୍କ ଆମରଣ ଅନଶନ ଆଜି ୨ୟ ଦିନରେ ପହଂଚି ଛି l ଆଜି ସକାଳୁ କ୍ୟାପିଟାଲ ହସ୍ପିଟାଲ୍ ରୁ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ଗୋପବନ୍ଧୁ ଛାତ୍ରାବାସ ରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ
ଭୁବନେଶ୍ୱର ତା ୧୪।୭.:ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ଗୋପବନ୍ଧୁ ଛାତ୍ରାବାସ ପରିସର ରେ ଅନୁଷ୍ଠାନ ର ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟେ ରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ,ନିର୍ଭୀକ ସାମ୍ବାଦିକତାର ଉତୁଙ୍ଗ ପୁରୁଷ, ନିଷ୍କାମ ଜନସେବା ର ଅମଳିନ ପ୍ରତିଭୁ ,ଉତ୍କଳୀୟ ବାଣୀ
ମନ୍ତ୍ରୀ ଓ ସଚିବଙ୍କୁ ସାମିଲ ସହ ସମୟଅବଧି ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବୀ କଲା ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 14 ରିଖ l ପାଠ୍ୟପୁସ୍ତକ ତ୍ରୁଟି ତଦନ୍ତକୁ ବ୍ୟାପକ କରି ମନ୍ତ୍ରୀ,ସଚିବ,ପାଠ୍ୟପୁସ୍ତକ ବ୍ୟୁରୋ, ପ୍ରିଣ୍ଟିଂ ପ୍ରେସ ଟେଣ୍ଡର ଅନିୟମିତତା, ଷଡ଼ଯନ୍ତ୍ର ଓ ଅପରାଧିକ ସମ୍ପର୍କର ସମ୍ପୂର୍ଣ୍ଣ ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା ସମୟସୀମା ମଧ୍ୟରେ କରି ଦଣ୍ଡ ବିଧାନ ପାଇଁ
ଶୃଙ୍ଖଳିତ ରଥଯାତ୍ରା ଲକ୍ଷ୍ୟରେ ଯୁବ ଶକ୍ତି ଟ୍ରଷ୍ଟର ସଚେତନତା ଶିବିର
ବାଲିଅନ୍ତା,୧୪|୭(ଗୋବର୍ଦ୍ଧନ ଦାସ):ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁସଂଗଠିତ ଭାବେ ପାଳନ କରିବା ଲକ୍ଷ୍ୟରେ "ଯୁବଶକ୍ତି ଟ୍ରଷ୍ଟ" ପକ୍ଷରୁ ଆଜି ପୂର୍ବାହ୍ନ ୯ ଟାରେ ଉତ୍ତରା ଛକ ସ୍ଥିତ ସିଫା ନିକଟରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି
ସୁଦର୍ଶନ ଦାରୁସ୍ଥଳୀରେ ନବଯୌବନ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ।
ବାଲିଅନ୍ତା,୧୪|୭(ଗୋବର୍ଦ୍ଧନ ଦାସ): ବାଲିଅନ୍ତା ସ୍ଥିତ ହୀରାପୁର ଗଡ଼କଣ୍ଟୁଣିଆରେ ସୁଦର୍ଶନ ଦାରୁସ୍ଥଳୀରେ ଦୀର୍ଘ ୧୫ ଦିନ ଅଣସରରେ ରହିବାପରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ଭକ୍ତ l ଆଜି ନବଯୌବନ ଦର୍ଶନ ନିମନ୍ତେ ମନ୍ଦିରରେ ସ୍ୱତନ୍ତ୍ର ନୀତିକ୍ରାନ୍ତି କରାଯାଇଥିଲା l
ରଥଯାତ୍ରାରେ ସେବାକାର୍ଯ୍ୟ କରିବେ ୩୦୦ରୁ ଅଧିକ ସ୍ବେଚ୍ଛାସେବୀ
ବାଲିଅନ୍ତା ୧୪-୦୭-୨୦୨୬: ବିଗତ ବର୍ଷମାନଙ୍କରେ ବିଶ୍ବପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ କିମ୍ବା ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରିରେ ତଥା ତାରାତାରିଣୀଙ୍କର ଚଇତି ଯାତ୍ରା ସମୟରେ ଉଲ୍ଲେଖନୀୟ ସେବା କାର୍ଯ୍ୟକରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ
ଗୋପବନ୍ଧୁ ଥିଲେ ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ/ ଶ୍ରାଦ୍ଧଦିବସରେ ବୃକ୍ଷରୋପଣ ଅନୁଷ୍ଠିତ
ଭୁବନେଶ୍ୱର ତା 14/07/26 ଉତ୍କଳମଣି ତଥା ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ, ମହାନ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ଶିକ୍ଷାବିତ, ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଗୋପବନ୍ଧୁ ଦାସଙ୍କ 98 ତମ ଶ୍ରାଦ୍ଧଦିବସ ଓ ବିଶିଷ୍ଟ ସମାଜସେବୀକା, ଲୋକକଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଜଗନ୍ନାଥ
ହୋଟେଲରୁ ଚୋରି ଅଭିଯୋଗରେ କର୍ମଚାରୀ ଗିରଫ:
ବାଲିଅନ୍ତା ୧୩/୦୭:- ଅଭିଯୋଗକାରିଣୀ ଶ୍ରମତି ଅନ୍ନପୂର୍ଣ୍ଣା ପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ଧଉଳି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲ୍ଲା ପଟକୁରା ଥାନା ବିଛଣା, ନୂଆପଡ଼ା ଗ୍ରାମ ର ପ୍ରଣୟ କୁମାର
ଇସ୍କନ କୁ ଲିଙ୍ଗରାଜ ମନ୍ଦିର ଭିତରେ ପୁରେଇ ଦିଆଗଲା ନାହିଁ
ବାଲିଅନ୍ତା:-ସେବା ପ୍ରତିନିଧି ତରଫରୁ ଇସ୍କନର ଅଦିନିଆ ସ୍ନାନ ଯାତ୍ରା, ରଥଯାତ୍ରା ଇତ୍ୟାଦିକୁ ପ୍ରତିବାଦ କରି ତା ୨୨.୦୬.୨୦୨୬ ରିଖ ଭୀମ ଟାଙ୍ଗୀ ଭୀମ କୁଣ୍ଡ ମନ୍ଦିର ନିକଟରେ ଓ ତା ୦୫.୦୭.୨୦୨୬ ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଇସ୍କନ!
ଆଇ ଆଇ ସି ଓ ବିଡିଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦାବୀରେ ଚlମେଲୀ ଓଝାଙ୍କ ଲୋୟର ପିଏମଜିରେ ଆମରଣ ଅନଶନ
ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଚିକିତ୍ସା ଭୁବନେଶ୍ୱର ତା 13 ରିଖ l ଆଜି, ମହାକାଳପଡ଼ା IIC ମାନସ ମଲ୍ଲିକ ଏବଂ BDO ରବିନାରାୟଣ ଆଚାର୍ଯ୍ୟଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦାବିରେ ଲୋୟର PMGରେ ଆମରଣ ଅନଶନରେ
ପୂର୍ବତନ ବିଧାୟକ ଗଙ୍ଗାଧର ପାଇକରାୟଙ୍କ ଜୟନ୍ତୀ ପାଳିତ।
ଚିଲିକା, ୧୨। ୭: ବୋଲଗଡ଼ ବ୍ଲକର କବିତୀର୍ଥ ସାନପଦର ଗ୍ରାମର ସୁଯୋଗ୍ୟ ସନ୍ତାନ ,ବିଶିଷ୍ଟ କୃଷକନେତା ,ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀର ୪ ଥର ବିଧାୟକ ତଥା ମହାନ୍ ସ୍ଵାଧିନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ପାଇକରାୟଙ୍କ ୧୧୧ ତମ ଜନ୍ମଜୟନ୍ତୀ ସମାରୋହ
ଡମଶାଳ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଗଠିତ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମ ପଂଚାୟତ ଡମଶାଳ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠନ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟର ପ୍ରଧାନ
ସୁଦର୍ଶନ ଦାରୁପୀଠରେ ପ୍ରଥମ ଦିବା-ରାତ୍ରୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସୁଦର୍ଶନ ଦାରୁପୀଠ ନିକଟସ୍ଥ ପଡିଆରେ ପ୍ରଥମ ଥର ପାଇଁ ଏକ ଦିବସୀୟ 6 ଓଭର ବିଶିଷ୍ଟ ଦିବା-ରାତ୍ରୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
ସୁଦର୍ଶନ ଦାରୁପୀଠରେ ରଥାଯାତ୍ରା ଓ ମନ୍ଦିରର ବିକାଶ ପାଇଁ ସାମ୍ବାଦିକ ସମ୍ମିଳନୀ ।
ବାଲିଅନ୍ତା ୧୧/୦୭ :- ବାଲିଅନ୍ତା ବ୍ଲକ ଗଡ କଣ୍ଟୁଣିଆ ସ୍ଥିତ ସୁଦର୍ଶନ ଦାରୁ ପୀଠରେ ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସଫଳତାର ସହ ପାଳନ ଏବଂ ସୁଦର୍ଶନ ଦାରୁପୀଠର ବିକାଶ ନେଇ ଆଲୋଚନା କରିବା ପାଇଁ ଶ୍ରୀ ଶ୍ରୀ
ବିଶିଷ୍ଟ ଶିକ୍ଷାବିତ ତଥା କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା
ଚିଲିକା, eel ୭: କବି କେବେ ମରେ ନାହିଁ, ଚିରକାଳ ଜିଇଁ ରହିଥାଏ ।ତାର ସାହିତ୍ୟରେ , ତାର ସୃଷ୍ଟି କାବ୍ୟ କବିତାରେ ।ଓଡ଼ିଆ ଭାଷାସାହିତ୍ୟରେ ନିଜର ପ୍ରଚ଼ଣ୍ଡ ବାଗ୍ମିତା, ପ୍ରଗଳ୍ଭ… ବକ୍ତୃତା , ବାଣପୁରଐତିହ୍ୟର ବିଚକ୍ଷଣ ଗବେଷଣା ପାଇଁ ସେ
କୁନି କୁନି ଶିଶୁ ଗହଣରେ ବୃକ୍ଷ ରୋପଣ କରିଲେ ସେବା ପ୍ରତିନିଧି
ବାଲିଅନ୍ତା:-"ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ" । ଏହାକୁ ଆଖି ଆଗରେ ରଖି ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୟୁରୋ ସ୍ମାର୍ଟ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ସବୁବେଳେ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରି ରଖିଥିବା ବ୍ୟକ୍ତି,
କେଜି ରୁ ପିଜି ମାଗଣା ଶିକ୍ଷା ଯୋଜନାରେ ସ୍ପଷ୍ଟ ନିର୍ଦେଶନାମା ପାଇଁ ଦାବୀ ଜଣାଇଲା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 9 ରିଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା "ଜ୍ଞାନୋଦୟ ଶିକ୍ଷା ରୁ ସମୃଦ୍ଧି ଯୋଜନା" ବା କେଜି ରୁ ପିଜି ମାଗଣା ଶିକ୍ଷା ବର୍ତମାନ ଏକ ଦ୍ୱନ୍ଦ୍ୱlତ୍ମକ ଓ ହାସ୍ୟାସ୍ପଦ ଯୋଜନାରେ ପରିଣତ ହୋଇଛି l କାରଣ ଉଚ
ଇସ୍କନ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ଭୁବନେଶ୍ୱର ତା 09/07/26 ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ l ମାତ୍ର ଇସ୍କନ ଅଧ୍ୟକ୍ଷ ମଧୁସେବିତ ଦାସ ଗଜପତିଙ୍କ ଚିଠି ଓ ଅନୁରୋଧକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି
ଶ୍ରୀ ଲିଙ୍ଗରାଜଙ୍କ ସମସ୍ୟା ବିଭାଗୀୟ ଅଧିକାରୀଙ୍କ ସମାଧାନ ନିମନ୍ତେ ଦିଆଗଲା
ବାଲିଅନ୍ତା:୦୮/୦୭-ମହାପ୍ରଭୁ ଲିଙ୍ଗରାଜଙ୍କ ଅସୁବିଧାର ସୁଧାର ନିମନ୍ତେ ମହାପ୍ରଭୁ ଲିଙ୍ଗରାଜଙ୍କ କାର୍ଯ୍ୟାଳୟ, ହିନ୍ଦୁ ଦେବୋତ୍ତର କମିଶନର, ଡଃ ନନ୍ଦକିଶୋର ସ୍ଵାଇଁ ଅଧ୍ୟକ୍ଷ, ଭାରତୀୟ ପ୍ରଶ୍ନ ତତ୍ତ୍ଵ ସର୍ବେକ୍ଷଣ, ଭୁବନେଶ୍ଵର। ମହାପ୍ରଭୁ ଲିଙ୍ଗରାଜଙ୍କ ଯେଉଁ କାର୍ଯ୍ୟାଳୟ ଅଛି, ସେଥିରେ ଦୀର୍ଘ ବର୍ଷ ଧରି କାର୍ଯ୍ୟାଧିକାରୀ
୧୨୩ ବର୍ଷର ପୁରାତନ ବିଗ୍ରହ ଓ ନୂତନ ବିଗ୍ରହ ସ୍ଥାପନ ସହିତ ଶ୍ରୀ ରାଧାକୃଷ୍ଣଙ୍କ ପ୍ରାଣ ପ୍ରତିଷ୍ଠା
ବାଲିଅନ୍ତା ୦୮/୦୭:-ଭୁବନେଶ୍ୱର ଓ୍ଵାର୍ଡ ନମ୍ବର ୬୭, ସୁନ୍ଦରପଦା ଓ କପିଳପ୍ରସାଦ ଅବସ୍ଥିତ।କପିଳପ୍ରସାଦ ଉପର ସାହିର ପୁରାତନ ଭଗବତ ମନ୍ଦିର ଗୃହ ଅଗ୍ନିକାଣ୍ଡ ଯୋଗୁଁ ପୋଡ଼ି ଛାରଖାର ହୋଇଯାଇଥିଲା। ସେଠାରେ ଥିବା ଭଗବତ ପୋଥିକୁ ସୁନ୍ଦରପଦା ତଳ ସାହିର ଭଗବତ ଗୃହକୁ ଦିଆଯାଇଥିଲା।
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ସୁଦର୍ଶନ ଦାରୁସ୍ଥଳୀରେ ନବଯୌବନ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ।