କ୍ରିକେଟ୍ ଖେଳ ପ୍ରତି ରୁଚି ରଖୁଛନ୍ତି ବର୍ତ୍ତମାନର ଯୁବ ପ୍ରତିଭା
ବଲାଙ୍ଗୀର: ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ଏଥେଲେଟିକ ଏସୋସିଏସନ୍ ର ସହଯୋଗ ଫଳରେ ଗତ କିଛି ମାସରୁ ଆରମ୍ଭ ହୋଇଥିବା ଯୁବ କ୍ରିକେଟ୍ ପ୍ରତିଭାଙ୍କୁ କିଛିଟା ପ୍ରଶିକ୍ଷଣ ତାଲିମ ଓ ଯୁବା କ୍ରିକେଟ୍ ଖେଳାଳିଙ୍କ ଇଚ୍ଛା ଶକ୍ତି ଫଳରେ କ୍ରିକେଟ୍ ଖେଳ ଜାରି ରହିଛି। ଡିଷ୍ଟିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ବଲାଙ୍ଗୀର ମାଧ୍ୟମରେ। ଯେଉଁଥିରେ ଧୀରେ ଧୀରେ ଯୁବା ପ୍ରତିଭା ଏବେ ତାଙ୍କ ପ୍ରତିଭା ପ୍ରତିପାଦନ କରୁଛନ୍ତି l କ୍ରିକେଟ୍ ତାଲିମ ସହ ବନ୍ଧୁତାପୂର୍ଣ୍ଣ ଖେଳ ମାଧ୍ୟମରେ ଅଗ୍ରସର ହେଉଛନ୍ତି ଯୁବପ୍ରତିଭା ଯାହା ବଲାଙ୍ଗୀରର ଯୁବ କ୍ରିକେଟ୍ ପ୍ରତି ଏକ ଶୁଭ ସଙ୍କେତ ଦେଖା ଦେଇଛି। ଏହାକୁ ବଜାୟ ରଖି ଆଜି ସୋନପୁର ଜିଲ୍ଲାର ଯୁବ କ୍ରିକେଟ୍ ଖେଳାଳି ସୋନପୁର କ୍ରିକେଟ୍ ଏସୋସିଏସନ୍ ବନାମ ଡିଷ୍ଟ୍ରିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ମ୍ୟାଚ ବଲାଙ୍ଗୀର ଟାଉନ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ୨୦ ଓଭର ବିଶିଷ୍ଟ ଡ୍ୟୁଜ ବଲ ଖେଳରେ ଉଭୟ ଦଳ ଚିତାକର୍ଶକ ଖେଳ ପ୍ରଦର୍ଶନ କରିଥିଲେ। ତେବେ ଏହି ଶୁଭ ଅବସରରେ ଜିଲ୍ଲା ଏଥେଲେଟିକ ଏସୋସିଏସନ ସମ୍ପାଦକ ହରି ନାରାୟଣ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବାର ଏସୋସିଏସନର ସଭାପତି ବାସୁଦେବ ରଥ ଯୋଗ ଦେଇ ଉଭୟେ ଖେଳାଳିକୁ ଉତ୍ସାହିତ କରିଥିଲେ ଏବଂ ଉଭୟ ଦଳର ଯୁବ କ୍ରିକେଟ୍ ଖେଳାଳି ଙ୍କ ବିକଶିତ ପ୍ରତିଭା ପାଇଁ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ସେହିପରି ଉଭୟ ଦଳର ଖେଳାଳି ଖେଳ ପୂର୍ବରୁ ଜାତୀୟ ପତାକା କୁ ସମ୍ମାନ ଜଣାଇ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ରାଷ୍ଟ୍ରୀୟ ଧ୍ୱ୍ଜଜ୍ କୁ ଆନ୍ତରିକ ସହ ସମ୍ମାନ ଜଣାଇ ଖେଳ ଶୁଭାରମ୍ଭ କରିଥିଲେ।ଯାହା ଯୁବ ପୀଢ଼ିଙ୍କ ମଧ୍ୟରେ ଦେଶ ମାଟି ପ୍ରତି ଥିବା ତାଙ୍କ ଆନ୍ତରିକ ଭଲ ପାଇବା ଝଲ୍ ଝଲ୍ ପରୀଲକ୍ଷିତ ହୋଇଥିଲା। ସେପଟେ ଏହି ବନ୍ଧୁତା ପୂର୍ଣ୍ଣ ୨୦ ଓଭର ବିଶିଷ୍ଟ ଡ୍ୟୁଜ ବଲ କ୍ରିକେଟ୍ ମ୍ୟାଚ ଆୟୋଜନ କରିଥିବା ଏକାଡେମୀ ର ଚେୟାର ମେନ୍ ସୁଶାନ୍ତ କୁମାର ଠାକୁର, ରଞ୍ଜନ କୁମାର ଠାକୁର,ବିକାଶ ମିଶ୍ର, ସନ୍ତୋଷ ପାଣିଗ୍ରାହୀ ଆରୟନ ଠାକୁର ପ୍ରମୁଖ ରହିଥିବା ବେଳେ ରଶ୍ମି ରଞ୍ଜନ ପଟ୍ଟନାୟକ, ପୂର୍ବତନ କ୍ରିକେଟ୍ ଖେଳାଳୀ ଆଶିଷ ମିଶ୍ର,ପ୍ରଦୀପ ସତପଥି, ବର୍ତ୍ତମାନର ଉଦୀୟମାନ ଖେଳାଳୀ ଜିତୁ ଏବଂ ସୋନପୁର ଜିଲ୍ଲାରୁ ଆସିଥିବା ଜିଲ୍ଲା କ୍ରିକେଟ୍ ଏସୋସିଏ ସନର କୋଚ ବାବୁଲୁ ମହାନନ୍ଦ, ଖେଳରେ ସାମିଲ ଥିବା ଅବିଭାବକ ଅକ୍ଷୟ କୁମାର ମଲ୍ଲିକଙ୍କ ସହ ବହୁ ସଂଖ୍ୟାରେ ଖେଳାଳୀଙ୍କ ଅଭିଭାବକ ଉପସ୍ଥିତ ଥିଲେ।
ଉଦୀୟମାନ ଯୁବ ପୀଢ଼ି କୁ ନେଇ ଡିଷ୍ଟିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ଚର୍ଚ୍ଚାରେ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଅନ୍ତା,୨0|୬(ଗୋବର୍ଦ୍ଧନ ଦାସ):ଓଡିଶାରେ ଶାସକ ବିଜେପି ସରକାରଙ୍କ ୨ ବର୍ଷ ଫୁର୍ତ୍ତି ଅବସରରେ ବାଲିଅନ୍ତା ବ୍ଲକ ପଞ୍ଚାୟତ ସମିତି ପରିସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଶକ୍ତିକରଣ ଉତ୍ସବ ପାଳନ କରାଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅପରାଜିତା
ଶାନ୍ତିସ୍ତୁପ ଧଉଳି ଓ ବାଲିଅନ୍ତାରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ
ବାଲିଅନ୍ତା,୨୧|୬:ଭୁବନେଶ୍ୱର ବ୍ଲକ ପ୍ରଶାସନ ପକ୍ଷରୁ ଶାନ୍ତିସ୍ତୁପ ଧଉଳି ଏବଂ ବାଲିଅନ୍ତା ବ୍ଲକ ପକ୍ଷରୁ ବ୍ଲକ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଶାନ୍ତିସ୍ତୁପ ଧଉଳିରେ ଭୁବନେଶ୍ୱର ବ୍ଲକ ଉନ୍ନୟନ ଅଧିକାରୀ ଦେବିପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ ଉପରେ ମନୋଜ ଜେନାଙ୍କୁ ଭେଟି ଚାମେଲୀ ଓଝାଙ୍କ ଆଲୋଚନା
ଭୁବନେଶ୍ୱର ତା 20 ରିଖ l ବହୁ ଚର୍ଚିତ କେନ୍ଦ୍ରାପଡ଼ା ଜିଲ୍ଲାର ତିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କୁ କ୍ଷମତାର ଅପବ୍ୟବହାର, ହେପାଜତରେ ଅସଦାଚରଣ ଏବଂ ଆଇନଗତ ସୁରକ୍ଷା ନଦେଇ ଓଲଟା ପୋଲିସ ଦ୍ୱାରା ନିର୍ଯାତନା ମାମଲା କୁ ଜାତୀୟ ମାନବାଧିକାର
ଆୟୁଷ୍ମାନ ଆରୋଗ୍ଯ ମନ୍ଦିରରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଚାନ୍ଦବାଲି :- ପ୍ରତ୍ଯେକ ବର୍ଷପରି ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଖେରଙ୍ଗଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି | ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ର ବିଷୟ ରଖାଯାଇଛି ଯେ Yoga for Healthy Ageing ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ସେହି
ଚିଲିକାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।
ଚିଲିକା,୨୧।୬:ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସକାଳୁ ଉତ୍ସାହର ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ସ୍ଥାନରେ ସୁସ୍ଥ ଓ ନିରୋଗ ରହିବାର ପାଥେୟ ସ୍ଵରୂପ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣରେ ବିଭିନ୍ନ ଯୋଗ ଓ ବ୍ୟାୟାମ ଆଦି କରାଯାଇଥିଲା । ଏଥିରେ ଛାତ୍ର
ମହାନଦୀ ବଞ୍ଚାଓ ଆନ୍ଦୋଳନ
ପ୍ରଧାନମନ୍ତ୍ରୀ ଙ୍କ ଓଡିଶା ଗସ୍ତ ସମୟରେ ଆୟୋଜିତ ହେଲା ମାନବ ଶୃଙ୍ଖଳ lପ୍ରଧାନମନ୍ତ୍ରୀଙ୍କୁ ପାଞ୍ଚଟି ପ୍ରଶ୍ନର ଜବାବ ମାଗିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ lଭୁବନେଶ୍ୱର ତା 20 l 6 l ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ମହାନଦୀ ବଞ୍ଚାଓ ଆନ୍ଦୋଳନ
ସମାଜ ସମ୍ବାଦିକଙ୍କ ପିତୃ ବିୟୋଗ, ବିଭିନ୍ନ ମହଲରେ ଶୋକ
ଚିଲିକା,୧୯। ୬:ଚିଲିକା ବ୍ଲକ ହରିପୁର ଶାସନ ନିବାସୀ ସଫଳ ଚାଷୀ, ସମାଜସେବୀ ତଥା ସ୍ଥାନୀୟ ସମାଜର ପ୍ରତିନିଧି ଅଖିଳ କୁମାର ପଲାଇଙ୍କ ପିତା ରାଜକିଶୋର ପଲାଇ( ୮୦ ବର୍ଷ)ଙ୍କର ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ
କହ୍ନେଇପୁର ଗ୍ରାମରେ ଅଗ୍ନିକାଣ୍ଡ, ଦୋକାନ ଘର ସମେତ ୪ ବଖରା ଭସ୍ମୀଭୂତ
ଚିଲିକା, ୧୯।୬: ବାଣପୁର ବ୍ଳକ ନାଚୁଣୀ ପଞ୍ଚାୟତ ଅଧୀନ ସୁନାଖଳା ନିକଟସ୍ଥ କହ୍ନେଇପୁର ଗ୍ରାମ ରେ ଗତକାଲି ରାତି ପ୍ରାୟ ୨/୩ ଟା ସମୟରେ ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ଗ୍ରାମର ୨ ଟି ପରିବାରର ମୋଟ ଚାରି ବଖରା ଭସ୍ମୀଭୂତ ହୋଇଯାଇଛି।
ନିଆରା ରଜ: କୁଶଭଦ୍ରା ନଦୀ ପାଇଁ କରିଦେଲେ ଉତ୍ସର୍ଗ
ନିମାପଡ଼ା: ନଦୀ ମାଆର ସୁରକ୍ଷା ପାଇଁ ଉତ୍ସର୍ଗ ଥିଲା ରଜ । ଗାଁରେ, ଗାଁ ପରିବେଶରେ, ବରଗଛ ମୂଳେ ଜମିଥିଲା ରଜ । କୁମାରୀ ମାନଙ୍କ ଗହଳୀ ସାଙ୍ଗକୁ ଗାଁ ବୋହୂଙ୍କ ହୁଳହୁଳିରେ କମ୍ପିଥିଲା ମଞ୍ଚ । ମଧ୍ୟାହ୍ନରେ ରାଜ୍ୟର ବରିଷ୍ଠ
ଅକ୍ଷମଣୀୟ ଅପରାଧ -ପ୍ରଦ୍ୟୁମ୍ନ ଶତପଥୀ
ଭୁବନେଶ୍ୱର ତା 17/06/26 ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପୁସ୍ତକରେ ଗୁରୁତର ତ୍ରୁଟି ପରିଲକ୍ଷିତ କରାଯାଇଛି l 1678ପୃଷ୍ଠାରେ ତ୍ରୁଟିନେଇ ଗଭିର କ୍ଷୋଭ, ଦୁଃଖ ପ୍ରକାଶ କରିବା ସହିତ ଘୋର ନିନ୍ଦା କରିଛନ୍ତି ଓଡିଶା ନାଗରିକ
ଖଣ୍ଡିଏ ବି ଭୁଲ ବହି କାହାପାଖରେ ରହିବା ଉଚ୍ଚିତ ନୁହେଁ, ଭବିଷ୍ୟତ ପିଢ଼ି ପାଇଁ ମହାପାପ
ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ରହିଛି ବୋଲି ଏସସିଇଆରଟି କର୍ତ୍ତୁପକ୍ଷ ସ୍ବୀକାର କରି ଥିବାରୁ, ଏହି ତ୍ରୁଟି ରହିଥିବା ସମସ୍ତ ପାଠ୍ୟ ପୁସ୍ତକକୁ ସରକାର ଫେରସ୍ତ କରିନେବା ଆବଶ୍ୟକ | ଖଣ୍ଡିଏ ବି ଭୁଲ
ସୁଦର୍ଶନ ଦାରୁଙ୍କ ରଥଯାତ୍ରା ପାଇଁ ଚଳ ଚଞ୍ଚଳ ରଥଖଳା
ବାଲିଅନ୍ତା, ୧୮/୦୬ (ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ଗଡ଼କ ଗଡ଼କଣ୍ଠୁଣିଆ ସ୍ଥିତ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚକ୍ରରାଜ ସୁଦର୍ଶନ ଦାରୁଙ୍କ ରଥଯାତ୍ରା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋଡ଼ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥ
ଗୋଦାବରୀଶ ସରକାରୀ ହାଇସ୍କୁଲ ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ଵାଗତ ଓ ଶୈକ୍ଷିକ ବିକାଶ ବୈଠକ ।
ଚିଲିକା,୧୮। ୬:ସ୍ଥାନୀୟ ନାଚୁଣୀ ଗୋଦାବରୀଶ ସରକାରୀ ହାଇସ୍କୁଲ ରେ ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ଶବରଙ୍କ ସ°ଯୋଜନାରେ ଆଜି ସ୍କୁଲ ର ପ୍ରଥମ ଦିବସରେ ଛାତ୍ର ଛାତ୍ରୀ ଙ୍କ ପାଠୋନ୍ନତି ପାଇଁ ସମସ୍ତ ଙ୍କ ସହଯୋଗ କାମନା କରି ଶୈକ୍ଷିକ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ଦ୍ଵାରାନାଚୁଣୀ ମହାବିଦ୍ୟାଳୟ ବହୁମୂଖୀ ପ୍ରକୋଷ୍ଠ ଉଦଘାଟନ
ଚିଲିକା,୧୮। ୬: ଆଜି ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ଵାରା ନାଚୁଣୀ ମହାବିଦ୍ୟାଳୟରେ ୬୦ ଲକ୍ଷ ଟଙ୍କାରେ ନବ ନିର୍ମିତ ବହୁମୁଖୀ ପ୍ରକୋଷ୍ଠର ଶୁଭ ଉଦଘାଟନ କରିବା ସହିତ ୭କୋଟୀ ୪୦ଲକ୍ଷ ଓ
ଫ୍ଲାଟ ବିକ୍ରି ଠକକୁ ଗୁଜୁରାଟରୁ ଧରିଲା ଧଉଳି ପୁଲିସ
ବାଲିଅନ୍ତା,୧୭|୬:ଜଣେ ମହିଳାଙ୍କୁ ଫ୍ଲାଟ ବିକ୍ରୀ କରିବାପାଇଁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛ l ଗିରଫ ଅଭିଯୁକ୍ତ ହେଲେ ଗୁଜୁରାଟ ନଖତ୍ରାଣ ଥାନା ଭାଦଳୀ ଗ୍ରାମର ଶ୍ୟାମଜୀ ଭାଇଙ୍କ ପୁଅ
ବହି ବିଭ୍ରାଟର ହାଇକୋର୍ଟ ଜଜଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ହେଉ : ଓଡିଶା ଅଭିଭାବକ ମହାସଂଘ
ପୂର୍ବତନ ସଚିବ ଶାଳିନୀ ପଣ୍ଡିତ ଓ ନିର୍ଦେଶକ ମନୋଜ ପାଢୀତଦନ୍ତ ଅନ୍ତର୍ଭୁକ୍ତ ହୁଅନ୍ତୁଭୁବନେଶ୍ୱର ତା 17 ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଗା ଯାଇଥିବା ପାଠ୍ୟପୁସ୍ତକରେ ୧୭୮୧ ରୁ ଅଧିକ ତ୍ରୁଟି ଦେଖାଯାଇଛି। ଏହି ଅସମ୍ବେଦନଶୀଳ ଓ ଅତ୍ୟନ୍ତ
ଉଦଯାପିତ ହେଲା ଶିଶୁପାଳଗଡ଼ ରଜ ମହୋତ୍ସବ ।(ଘୋଡ଼ା ନାଚ, କମେଡି, କୁଲଦୀପଙ୍କ ସଙ୍ଗୀତରେ ମଞ୍ଚ ଦୁଲିକିଲା)
ବାଲିଅନ୍ତା, ୧୬/୦୬(ଗୋବର୍ଦ୍ଧନ ଦାସ):- ଶିଶୁପାଳଗଡ଼ ଦୁର୍ଗାପୂବଜା ପଡ଼ିଆରେ ଆୟୋଜିତ ତିନିଦିନିଆ ରଜ ମହୋତ୍ସବ-୨୦୨୬ ର ଉଦଯାପନି ସଂନ୍ଧ୍ୟାରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ବାବେ କାର୍ଯ୍ୟକର୍ମକୁ
ଅରୁଣା ଆଲୋକ କ୍ଳବ ପକ୍ଷରୁ ରଜ ମହୋତ୍ସବ
ବାଲିଅନ୍ତା,୧୬|୬(ଗୋବର୍ଦ୍ଧନ ଦାସ):ବାଳକାଟି ରଥିଜେମା କୁଆଖାଇ ନଦୀ ପଠାରେ ଅରୁଣାଆଲୋକ କ୍ଳବ ପକ୍ଷରୁ ୩ ଦିନ ଧରି ଚାଲିଥିବା ରଜ ମହୋତ୍ସବ ଆଜିର ଉଦଯାପିତ ହୋଇଯାଇଛି l କ୍ଳବର ସଭାପତି ବିଜୟ କୁମାର ବେହେରା ଓ ସମ୍ପାଦକ ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ସରପଞ୍ଚ ଚାମେଲି ଓଝା ନିର୍ଯ୍ୟାତନାରେ ସେବା ପ୍ରତିନିଧିର ପ୍ରତିବାଦ
ଜଣେ ଉଚ୍ଚ ସମ୍ପନ୍ନ ନାରୀ ,ସେ ପୁଣି ଜନପ୍ରତିନିଧି ସରପଞ୍ଚ ,ନାମ ଚାମେଲି ଓଝା। ସବୁ ସ୍ତରରେ ସରକାର ସହଯୋଗର ହାତ ବଢ଼ାଇବା କଥା।ତା' ପରିବର୍ତ୍ତେ ଯେଉଁମାନେ ରାଜସ୍ଵ ରୁ ଅର୍ଥ ନେଇ ପ୍ରତିପୋଷଣ ହେଉଛନ୍ତି ସେ ଜନପ୍ରତିନିଧି ବା ସରପଞ୍ଚଙ୍କ
ରଜର ରାଣୀ ହେଲେ ଅର୍ପିତା ନାୟକବିଜେତାଙ୍କୁ ୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ
ବାଲିଅନ୍ତା ୧୬/୦୬:- (ଗୋବର୍ଦ୍ଧନ ଦାସ):- ଓଡ଼ିଶାର ଗଣପର୍ବ ପବିତ୍ର ରଜ ମହୋତ୍ସବ ଅବସରରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗଡ଼କଣ୍ଟୁଣିଆ ସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠ ନିକଟରେ ୫ମ ରଜ ମହୋତ୍ସବ ଆଡ଼ମ୍ବର ସହକାରେ ଉଦଯାପିତ ହୋଇଯାଇଛି। ଓଡ଼ିଆ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ