ଭୂବନ: ଓଡ଼ିଶ ଗ୍ରାମରେ ଧୂମଧାମରେ ପାଳିତ ହୋଇଯାଇଛି ମାଘମେଳା। ଏହି ଅବସରରେ ଗ୍ରାମର ପ୍ରତିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୂଜାର୍ଚ୍ଚନା ସହ ବାର୍ଷିକ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମରେ ମା’ ତାରିଣୀଙ୍କ ଏହି ମେଳା ଅନୁଷ୍ଠିତ ହୋଇଯାଇଛି। ମାଘ ମାସରେ ମାଘମେଳା ଗ୍ରାମରେ ଖୁବ୍ ଧୂମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ମା’ଙ୍କ ଏହି ମାଘମେଳାରେ ଗ୍ରାମ ତଥା ଗ୍ରାମର ଆଖପାଖ ଅଂଚଳର ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଭକ୍ତମାନେ ମା’ଙ୍କ ଦର୍ଶନ କରି ଆଶିର୍ବାଦ ନେବା ସହ

ବହୁ ସଂଖ୍ୟାରେ ପ୍ରସାଦ ସେବନ ମଧ୍ୟ କରିଥିବା ଦେଖିବାକୁ ମିଳିଛି। ମା’ ତାରିଣୀ ବହୁ ଭକ୍ତଙ୍କ ମନସ୍କାମନା ପୂରଣ କରିଥିବା ମଧ୍ୟ ଭକ୍ତମାନେ କହିଥାନ୍ତି। ଏହି ମେଳା ପାଖାପାଖୀ ୪୫ବର୍ଷ ହେବ ପାଳନ କରାଯାଇଆସୁଥିବାବେଳେ ଏହି ଅବସରରେ ଯାତ୍ରା ଓ ପାଲା ପରିବେଷଣ କରାଯାଇଥାଏ। ମା’ଙ୍କ ମେଳାକୁ ନେଇ ଗ୍ରାମର କର୍ମକର୍ତ୍ତାମାନେ ବହୁତ ଖୁସି ରହିଥିବାବେଳେ ଆଗକୁ ଆହୁରି

ଆଡମ୍ବର ସହକାରେ ମା’ଙ୍କ ଏହି ମାଘମେଳାକୁ ପାଳନ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଗ୍ରାମରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।