ବିପଦ ସାଜିବାରେ ଲାଗିଛି ବ୍ଲୁ ଟୁଥ: ଯୁବପିଢୀଙ୍କ କ୍ଷେତ୍ରରେ ବଢୁଛି କାନଜନିତ ସମସ୍ୟା

କଳାହାଣ୍ଡି, ୨0|୩ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଧର୍ମଗଡ ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବିଗତ କିଛି ମାସ ହେଲା ଦେଖିବାକୁ ମିଳୁଛି କାନଜନିତ ସମସ୍ୟା । ସହରର କେତେକ ଔଷଧ ଦୋକାନୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କାନଜନିତ ସମସ୍ୟାର ସମ୍ମୁଖୀନ ହୋଇ ବହୁ ଯୁବପିଢୀ ଚିକିତ୍ସା ପାଇଁ ଆସୁଥିବା ଆଲୋଚିତ ହେଉଛି । କାନଜନିତ ସମସ୍ୟାର ପ୍ରତିକାର ପାଇଁ ବହୁ ଯୁବପିଢୀ କର୍ଣ୍ଣ ବିଶେଷଜ୍ଞଙ୍କ ଠାରୁ ଆରମ୍ଭକରି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଉଥିବା ଜଣାପଡିଛି । ଅତ୍ୟାଧୁନିକ ବିଦ୍ୟୁତ ଉପକରଣ ଠାରୁ ଆରମ୍ଭ କରି ବ୍ଲୁଟୁଥ ହିଁ କାନଜନିତ ସମସ୍ୟାର ମୁଖ୍ୟ କାରଣ ପାଲଟିଥିବା ବେଳେ ଏଭଳି ସାମଗ୍ରୀକୁ ଯଥାସମ୍ଭବ କମ ବ୍ୟବ‌ହାର କରିବାକୁ ସର୍ବ ସାଧାରଣ ରେ ଆଲୋଚନା ହେବା ସହ ଆଜିର ଯୁବପିଢୀଙ୍କୁ ପରାମର୍ଶ ଦେଉଛନ୍ତି । ସଂପ୍ରତି ଗ୍ଲୁଟୁଥ, ଇଅର ଫୋନ ଓ ହେଡ ଫୋନ ବ୍ୟବ‌ହାର କରିବା କେତେକ ଯୁବପିଢୀଙ୍କ କ୍ଷେତ୍ରରେ ଏକ ଫ୍ୟାସନ ପାଲଟିଯାଇଛି । ଧର୍ମଗଡ ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବ୍ଲୁ ଟୁଥ ବ୍ୟବହାର ଦିନକୁ ଦିନ ଏଭଳି ମାତ୍ରାରେ ବଢିବାରେ ଲାଗିଛି ଯେ ମୋଟର ସାଇକେଲ କିମ୍ବା ବାଇକ ଚଳାଇବା ବେଳେ ବି ଏହି ଯନ୍ତ୍ରଟି କାନରେ ଲାଗିରହୁଛି। ଗାଡି ଚଳାଇବା ବେଳେ ବହୁ ଯୁବପିଢୀ ଏହି ବ୍ଲୁଟୁଥ ମାଧ୍ଯମରେ କ‌ଥାବାର୍ଭା ହୋଇ ଗାଡିଚାଳନା କରୁଥିବା ବେଳେ ଅନ୍ୟ କେତେକ ଯୁବବର୍ଗ ଗୀତ ଶୁଣିବା ପାଇଁ ବି ଏହାର ବ୍ୟବହାର କରୁଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । ତେବେ କାନରେ ଲାଗୁଥିବା ଏହି ବ୍ଲଟୁଥର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ କିପରି ପଡୁଛି ତାହା ଜାଣିବା ପାଇଁ ପ୍ରାୟତଃ କାହାରି ପାଖରେ ସମୟ ନଥାଏ । ମାତ୍ରାଧିକ ବ୍ଲୁଟୁଥ ବ୍ୟବହାର କରିବା ଫଳରେ ଶ୍ରବଣଜନିତ ସମସ୍ୟା ଦେଖାଦେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଏଥିରୁ ନିବୃତ ନରହିଲେ ଆଗାମୀ ଦିନରେ ବହୁ ଯୁବପିଢୀ ଶ୍ରବଣଜନିତ ସମସ୍ୟାକୁ ନେଇ ଏକ ବଡ ବିପଦର ସମ୍ମୁଖୀନ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି । ହେଡଫୋନ ନିର୍ମାଣକାରୀ କମ୍ପାନୀ ବ୍ଳଟୁଥ, ଇଅର ଫୋନ, ହେଡ ଫୋନ ନିର୍ମାଣ କରିବା ସମୟରେ ଯୁବପିଢୀଙ୍କ ଶ୍ରବଣ ଶକ୍ତି ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ଧର୍ମଗଡ ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ଯୁବପିଢୀ ଏହି ବ୍ଲୁଟୁଥ, ଇଅର ଫୋନ, ହେଡ ଫୋନ ବ୍ୟବହାର କରି ଶ୍ରବଣଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଉଥିବା ମଧ୍ଯ ଚର୍ଚ୍ଚା ହେଉଛି । କାନରେ ଯନ୍ତ୍ରଣା ହେବା,ଶୁଣିବାରେ ଅସୁବିଧା ସୃଷ୍ଟି ହେବା ଆଦି କାନ ଜନିତ ସମସ୍ୟାକୁ ନେଇ ବହୁ ଯୁବପିଢୀ ସୁସ୍ଥ ହେବା ଲାଗି ଡାକ୍ତରଙ୍କ ପରାମର୍ଶ ନେଉଥିବା ଜଣାପଡିଛି । ମୋବାଇଲ ବ୍ଲୁଟୁଥ, ଇଅର ଫୋନ ଓ ହେଡ ଫୋନରୁ ଉଚ୍ଚ ଶବ୍ଦରେ ଶୁଣିବା ଯୋଗୁଁ କାନଜନିତ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଗୁରୁତ୍ୱପୁର୍ଣ କଥା ହେଲା ଏଥିରେ ପ୍ରଭାବିତ ହେଉଥିବା ଲୋକଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ୪୦ ବର୍ଷରୁ କମ ବୟସର ଯୁବପିଢୀ ।ସହର ରେ ଥିବା ଡାକ୍ତର ମାନେ ଯୁବପିଢ଼ି ମାନଂକୁ ପରାମର୍ଶ ଦେଇ କହିଛନ୍ତି ବ୍ଲୁଟୁଥ ଓ ଇଅର ଫୋନ ନିୟମିତ ବ୍ୟବ‌ହାର କରିବା ଦ୍ବାରା ଶ୍ରବଣଜନିତ ସମସ୍ୟା ସହ ମସ୍ତିଷ୍କକୁ ମଧ୍ଯ କ୍ଷତି ପହଞ୍ଚାଇବାର ସମ୍ଭାବନା ଥାଏ ତେଣୁ ଯୁବପିଢୀ ଯଥାସମ୍ଭବ ବ୍ଲୁଟୁଥ, ଇଅର ଫୋନ, ହେଡ ଫୋନ କମ ବ୍ୟବହାର କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଛି ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page