ବରମୁଣ୍ଡା ଅଲେଖ ଆଶ୍ରମର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ମାସ ଶୁକ୍ଳ ପକ୍ଷ ଅକ୍ଷୟ ତୃତୀୟା ଇଂରାଜୀ ତା.20/4/2026 ସୋମବାର ଦିନ ବରମୁଣ୍ଡା ଗ୍ରାମ ସ୍ଥିତ ଅଲେଖ ଟୁଙ୍ଗି ର ବାର୍ଷିକ ମହୋତ୍ସବ ପାଳିତ ହୋଇ ଯାଇଅଛିI ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ପୂର୍ବ ଆଦେଶ ଅନୁଯାଇ ସାଧୁ ବାବାଜୀ ଚରଣ ଦାସଙ୍କ ଅଧକ୍ଷତାରେ ପ୍ରାତଃ ବ୍ରହ୍ମ ମୁହୂର୍ତ ରେ ଅଖଣ୍ଡ ଘୃତ ବତୀ ପ୍ରଜ୍ବଳନ ଓ ବ୍ରହ୍ମ ଧ୍ଵନି ସ୍ଥାପନ କରାଯାଇ ଥିଲା ବିଶ୍ୱ ବାସି ଙ୍କ ମଙ୍ଗଳ କାମନା ନିମନ୍ତେ ପ୍ରଭୁଙ୍କୁ ସମବେଦ ପାର୍ଥନା କରାଯିବା ସହିତ ସନ୍ଧ୍ୟା ସମୟରେ ଭଜନ କୀର୍ତନ କରାଯାଇଥିଲା ଉକ୍ତ ସ୍ଥାନଟି ଅଲେଖ ମହିମା ଡାକରେ ପ୍ରକମ୍ପିତ ହୋଇଥିଲା ଉକ୍ତ ମହତ କାର୍ଯ୍ୟକ୍ରମରେ ମହିମା ଧର୍ମ ସମାଜର ପର ସନ୍ୟାସୀ ଅପର ସନ୍ୟାସୀ ସାଧୁ ବୃନ୍ଦ ଓ ମହିମା ଧର୍ମବାଲମ୍ବୀ ଭକ୍ତ ମାନେ ଯୋଗ ଦେଇଥିଲେ କାର୍ଯ୍ୟକ୍ରମକୁ ବରମୁଣ୍ଡା ଗ୍ରାମବାସୀ ଓ ମହିମା ପ୍ରେମୀ ଭକ୍ତ ମାନେ ସାହାର୍ଯ୍ୟ ସହଯୋଗ କରିଥିଲେ ବୋଲି ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ ପ୍ରେସ ବିଜ୍ଞପ୍ତିରେ ଜଣାଇଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page