ଇଚ୍ଛାପୁରରେ ଶାରଦୀୟ ଉତ୍ସବ ପାଳିତ

ଚିଲିକା,୨୫।୧୦:ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ବୁଧବାର ଦିନ ଗ୍ରାମବାସୀଙ୍କ ସହଯୋଗରେ ଶାରଦୀୟ ଉତ୍ସବ ପାଳିତ ହୋଇଯାଇଛି l ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ବାଙ୍କନିଧି ଦେବଙ୍କୁ ଘଣ୍ଟ, କାହାଳୀ , ମୃଦଙ୍ଗ ଓ ଶଙ୍ଖ ଇତ୍ୟାଦି ବାଦନ କରାଇ ଭକ୍ତମାନେ ଗ୍ରାମର ସମସ୍ତ ସାହି ପରିକ୍ରମା କରି ଦଶହରା ବେଦିକୁ ନେଇଥିଲେ l ସେଠାରେ ସଂକୀର୍ତ୍ତନ ଗାୟକ ଗୌରାଙ୍ଗ ସ୍ୱାଇଁଙ୍କ ସମେତ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ l ପୂଜାର୍ଚ୍ଚନା କାର୍ଯ୍ୟ ସମାପ୍ତି ପରେ… Continue reading ଇଚ୍ଛାପୁରରେ ଶାରଦୀୟ ଉତ୍ସବ ପାଳିତ

ସମ୍ଭାବ୍ୟ ବାତ୍ୟା ପାଇଁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଭାସୀ ବୈଠକ ଅନୁଷ୍ଠିତ

ବୋଲଗଡ଼, ତା 25/10:ଖୋର୍ଦ୍ଧାଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ନିର୍ଦ୍ଦେଶ ମୁତାବକ ବୋଲଗଡ଼ ମଣ୍ଡଳ ସହ କ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସନାଥ ସ୍ୱାଇଁଙ୍କ ଆବାହକତ୍ୱ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ରୋହିତ୍ୟରେ ଶନିବାର ଦିନ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସରକାରୀ ଓ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସାଧନ କେନ୍ଦ୍ର ସଂଯୋଜକ, ଏମଆଇଏସ… Continue reading ସମ୍ଭାବ୍ୟ ବାତ୍ୟା ପାଇଁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଭାସୀ ବୈଠକ ଅନୁଷ୍ଠିତ

ଖଣ୍ଡଗିରି ଶ୍ରୀମଦ୍ ବାବା ବଳିଆଙ୍କ ଆଶ୍ରମରେ ତୁଳସୀ ଉପବନ ଉଦ୍ଘାଟିତ

ଭୁବନେଶ୍ୱର, ୨୫.୧୦ : ଖଣ୍ଡଗିରିର ପାଦଦେଶରେ ଶ୍ରୀମଦ୍ ବାବା ବଳିଆଙ୍କ ପ୍ରତିଷ୍ଠିତ ଶିଶୁ ଅନନ୍ତ ଆଶ୍ରମ ପରିସରରେ ପ୍ରଭୁ ଶ୍ରୀଜଗନ୍ନାଥ ଓ କେନ୍ଦ୍ରାପଡ଼ାର ପ୍ରଭୁ ବଳଭଦ୍ରଙ୍କ ଉଦେ୍ଦଶ୍ୟରେ ଶ୍ରୀଅଙ୍ଗ ତୁଳସୀ ସେବା ପାଇଁ ଏକ ତୁଳସୀ ଉପବନକୁ ପ୍ରଭୁଙ୍କ ପ୍ରତି ସମର୍ପିତ ତୁଳସୀ ବାବା ଭାବେ ପରିଚିତ ବାବା ଶ୍ରୀ ରାମଚରଣ ଦାସ, ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ରବିବାର ପ୍ରଭୁ ଶିଶୁ ଅନନ୍ତଙ୍କ ଗାଦୀ ପ୍ରତିଷ୍ଠା ଦିବସ ଅବସରରେ, ଆଶ୍ରମ ପରିସରରେ ବିଶିଷ୍ଟ ବ୍ୟକ୍ତିମାନେ… Continue reading ଖଣ୍ଡଗିରି ଶ୍ରୀମଦ୍ ବାବା ବଳିଆଙ୍କ ଆଶ୍ରମରେ ତୁଳସୀ ଉପବନ ଉଦ୍ଘାଟିତ

2027 ଫେବୃଆରୀ 7 ରୁ ଭୁବନେଶ୍ୱରରେ ବିଶାଳ ସନ୍ଥ ମହାକୁମ୍ଭ

ଭୁବନେଶ୍ୱର: ଆଗାମୀ ବର୍ଷ 2027 ମସିହା ଫେବୃଆରୀ ମାସ 7 ତାରିଖ ଠାରୁ 11 ତାରିଖ ପର୍ଯ୍ୟନ୍ତ, ପାଞ୍ଚ ଦିନ ବ୍ୟାପି “ଅନ୍ତଃରାଷ୍ଟ୍ରୀୟ ସନ୍ଥ ବୌଦ୍ଧିକ ମଞ୍ଚ ଓଡିଶା “ଓ ଓଡ଼ିଆ ଦୈନିକ ମୁଦ୍ରିତ ଗଣମାଧ୍ୟମ “ସଶକ୍ତ ବାର୍ତ୍ତା “ସହଯୋଗରେ ଏକ ବିରାଟ ସନ୍ଥ ସମ୍ମିଳନୀ ବରମୁଣ୍ଡା ସ୍ଥିତ ଦୁର୍ଗା ପଡିଆ ଠାରେ ଅନୁଷ୍ଠିତ ହେବ l ଉକ୍ତ ବୌଦ୍ଧିକ ସନ୍ଥ ସମ୍ମିଳନୀ ଓ ବିରାଟ ସନାତନ ଧର୍ମୀୟ କାର୍ଯ୍ୟକ୍ରମରେ ସନାତନ ଧର୍ମର ବ୍ୟାପକ ପ୍ରଚାର, ପ୍ରସାର,… Continue reading 2027 ଫେବୃଆରୀ 7 ରୁ ଭୁବନେଶ୍ୱରରେ ବିଶାଳ ସନ୍ଥ ମହାକୁମ୍ଭ

ଯୁବ ସାମ୍ବାଦିକ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ପାଳିତ

ବାଲିଅନ୍ତା,୨୪|୧୦(ଗୋବର୍ଦ୍ଧନ ଦାସ): ସାମ୍ପ୍ରତିକ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ମାନେ ନୀତି ଓ ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବା ପାଇଁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ବାଳକାଟି ଅଞ୍ଚଳର ଉଦିୟମାନ ଯୁବ ସାମ୍ବାଦିକ ସ୍ବର୍ଗତଃ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ଦିବସରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ l ବାଳକାଟି ବଜାର ସ୍ଥିତ କ୍ଲବ ଯୁବଶ୍ରୀରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଡ଼. କାଳନ୍ଦୀ ଚରଣ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି… Continue reading ଯୁବ ସାମ୍ବାଦିକ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ପାଳିତ

ନୀତି ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବାକୁ ଆହ୍ୱାନ ଯୁବ ସାମ୍ବାଦିକ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ପାଳିତ

୭ ବିତରକଙ୍କୁ ଉମାକାନ୍ତ ଭୋଳ ସ୍ମୃତି ସମ୍ମାନ ବାଲିଅନ୍ତା,୨୪|୧୦(ଗୋବର୍ଦ୍ଧନ ଦାସ):ସାମ୍ପ୍ରତିକ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ମାନେ ନୀତି ଓ ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବା ପାଇଁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ବାଳକାଟି ଅଞ୍ଚଳର ଉଦିୟମାନ ଯୁବ ସାମ୍ବାଦିକ ସ୍ବର୍ଗତଃ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ଦିବସରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ l ବାଳକାଟି ବଜାର ସ୍ଥିତ କ୍ଲବ ଯୁବଶ୍ରୀରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଡ଼. କାଳନ୍ଦୀ ଚରଣ… Continue reading ନୀତି ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବାକୁ ଆହ୍ୱାନ ଯୁବ ସାମ୍ବାଦିକ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ପାଳିତ

ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ଶ୍ରଦ୍ଧାଞଳୀ ସଭା

ଖୋର୍ଦ୍ଧା,୨୪।୧୦: ଗାୟକରତ୍ନ ସ୍ବର୍ଗତ ଲୋକନାଥ କରଙ୍କର ଶେଷତମ ପାଳିଆ ଶତାୟୁ ପୁରୁଷ ସ୍ବର୍ଗତ ଚକ୍ରଧର ମୁଦୁଲିଙ୍କ ର ବିୟୋଗ ଜନିତ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କର କହ୍ନେଇପୁର ସ୍ଥିତ ବାସ ଭବନ ସମ୍ମୁଖରେ ନାଚୁଣୀର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଜାଗୃତିକା ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ଜାଗୃତିକାର ବରିଷ୍ଠ ଉପଦେଷ୍ଠା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଇ୍ଚଳୀ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜାଗୃତିକାର ସଭାପତି… Continue reading ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ଶ୍ରଦ୍ଧାଞଳୀ ସଭା

ଜାତିସଙ୍ଘ ନୀତି ଅଧିକାରୀ ବୈଶାଳୀଙ୍କଦମ ଦାର ନୃତ୍ୟ ପ୍ରଦର୍ଶନ

ଖୋର୍ଦ୍ଧା,୨୩ ।୧୦: ବିଦେଶରେ ବଡ ପଦବୀରେ ରହି ମଧ୍ୟ ନିଜ ଜନ୍ମମାଟିକୁ ଭୁଲି ପାରିନାହାନ୍ତି ମିଳିତ ଜାତିସଙ୍ଘରେ ନୀତି ଅଧିକାରିଣୀ ଭାବେ ୱାସିଂଟନରେ ଅବସ୍ଥାପିତା ଓଡ଼ିଆ ଝିଅ ବୈଶାଳୀ ମହାନ୍ତି।ପ୍ରଖ୍ୟାତ ଓଡିଶୀ ନୃତ୍ୟଗୁରୁ ଗଙ୍ଗାଧରଙ୍କ ଶିଷ୍ୟା ନୃତ୍ୟ ପଟ୍ଟୀୟସୀ ବୈଶାଳୀ ନିଜ ପ୍ରତିଭା ଓ ଅଧ୍ୟବସାୟ ବଳରେ ଅନ୍ତର୍ଜାତୀୟ ପଦାଧିକାରୀ ଭାବେ ଅବସ୍ଥାପିତ ହୋଇଥିବା ବେଳେ ଛାଡି ପାରିନାହାନ୍ତି ତାଙ୍କର କଳାତ୍ମକ ରୁଚିକୁ। ନିକଟରେ ନିଜ ଜନ୍ମମାଟି ବାଣପୁର ସ୍ଥିତ ଆୟତପୁର ଗ୍ରାମକୁ ମା ଅନ୍ତର୍ଜାତୀୟ ମହିଳା… Continue reading ଜାତିସଙ୍ଘ ନୀତି ଅଧିକାରୀ ବୈଶାଳୀଙ୍କଦମ ଦାର ନୃତ୍ୟ ପ୍ରଦର୍ଶନ

ମାଇଲଖୁଣ୍ଟ ସ୍ଥାପନ କଲା ଓଁ ଶିବ ବାବା ଟ୍ରଷ୍ଟ

ଓଡ଼ିଶାର ଅଗ୍ରଣୀ ସୋଲାର ଭେଣ୍ଡର ଭାବେ ପରିଚିତ ଓଁ ଶିବ ବାବା ଟ୍ରଷ୍ଟ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସୋଲାର ସେବା ଯୋଗାଇବା କ୍ଷେତ୍ରରେ ମାଇଲ୍ଖୁଣ୍ଟ ସ୍ଥାପନ କରିଛି l ଏହି ଟ୍ରଷ୍ଟ ଏଯାବତ ୭୫୦ରୁ ଉର୍ଦ୍ଧ୍ବ ସୋଲାର ପ୍ୟାନେଲ ସଂଯୋଗ କରି ରେକର୍ଡ ସୃଷ୍ଟି କରିଛି l ଓଁ ଶିବ ବାବା ଟ୍ରଷ୍ଟ ଉପଭୋକ୍ତାମାନଙ୍କୁ ତୁରନ୍ତ ସେବା ଦେବା ସହ ଉନ୍ନତମନର ସୋଲାର ଯୋଗାଉଛି l ଯାହାଫଳରେ ସମସ୍ତଙ୍କର ବିଶ୍ଵାସଭାଜନ ହୋଇପାରିଛି l ଖାଲିସେତିକି ନୁହେଁ ଅନେକ… Continue reading ମାଇଲଖୁଣ୍ଟ ସ୍ଥାପନ କଲା ଓଁ ଶିବ ବାବା ଟ୍ରଷ୍ଟ

ରାଜ୍ୟସ୍ତରୀୟ ଶ୍ରୀ ପଞ୍ଚରତ୍ନ ଶ୍ରୀମଦ ଭଗବଦ ଗୀତା ପ୍ରଚାର ସଂଘ ଓଡିଶାର ପ୍ରଥମ ବାର୍ଷିକ ଉତ୍ସବ

ବୋଲଗଡ: (ଅଖିଳ ସୁନ୍ଦରାୟ) ଗତ ତା ୨୨.୦୨.୨୦୨୬ ରିଖ ରବିବାର ଦିନ ରାଜ୍ୟ ସ୍ତରୀୟ ପଞ୍ଚରତ୍ନ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରଚାର ସଂଘ ଓଡ଼ିଶା ତରଫରୁ ଏକ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ଓଡ଼ିଶାର ପ୍ରତି କୋଣ ଅନୁକୋଣରେ ସାଧୁ,ସନ୍ଥ, କଥା ବ୍ୟାସ ଓ ଗୀତା ପ୍ରେମୀ ମାନେ ଯୋଗଦାନ କରିଥିଲେ। ଓଡ଼ିଶା ବାହାରୁ ବମ୍ବେ,ଚେନ୍ନାଇ,ହାଇଦ୍ରାବାଦ,ରୁ ମଧ୍ୟ ଭକ୍ତ ମାନଙ୍କର ସମାଗମ ଉତ୍ସବଟିକୁ ଆନନ୍ଦ ପ୍ରଦାନ କରିଥିଲା।ପଞ୍ଚରତ୍ନ ଟ୍ରଷ୍ଟ ର ଏହି ସ୍ମରଣୀୟ… Continue reading ରାଜ୍ୟସ୍ତରୀୟ ଶ୍ରୀ ପଞ୍ଚରତ୍ନ ଶ୍ରୀମଦ ଭଗବଦ ଗୀତା ପ୍ରଚାର ସଂଘ ଓଡିଶାର ପ୍ରଥମ ବାର୍ଷିକ ଉତ୍ସବ

You cannot copy content of this page