ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବିଦ୍ୟୁତ ସଚେତନତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଚିଲିକା,୨।୭.: ଆଜି ବେଗୁନିଆ ମଣ୍ଡଳ ଅନ୍ତର୍ଗତ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାରସ୍ୱାଇଁଙ୍କ ପୌରୋହିତ୍ଵରେ ଏବଂ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ତତ୍ୱାବଧାନରେ ବିଦ୍ୟୁତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ବାରିକ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ କୁନାଲ ଦାସ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ ।ବରିଷ୍ଠ ଶୀକ୍ଷୟତ୍ରୀ ଶୁଭଲକ୍ଷ୍ମୀ ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।ତାହାପରେ ସଭାପତି, ସମସ୍ତ ଅତିଥି ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାର୍ଥୀମାନଙ୍କ ପିତାମାତା ଏବଂ ୩୮୭ ଜଣ ଛାତ୍ରଛାତ୍ରୀ ଉକ୍ତ ପ୍ରସଙ୍ଗ ସମ୍ବନ୍ଧୀୟ ଶପଥ ପାଠକ କରିଥିଲେ ।

ବିଦ୍ୟୁତ ସଚେତନତା ଉପରେ ଶିକ୍ଷୟିତ୍ରୀ ମୋହିନୀକାନ୍ତି ଦାସ, ରିସ୍କାରସ୍ମି ପାଇକରାୟ ଓ ଶିକ୍ଷକ ଶୀକାନ୍ତ ପଣ୍ଡାଙ୍କ ଦ୍ଵାରାପୂର୍ବ ଅନୁଷ୍ଠିତ ଚିତ୍ରାଙ୍କନ,ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଉଭୟ କନିଷ୍ଠ ଓ ବିରିଷ୍ଠ ବିଭାଗର ୧୮ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରୀୟା ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଆଶା ର୍ମୁର୍ମୁ ଏବଂ ଶିକ୍ଷକ ହିମାଂଶୁ ଭୂଷଣ ସ୍ଵାଇଁ ତତ୍ବାଅବଧାନରେ ବିଭିନ୍ନ କିସମର ଫଳ, ଫୁଲ ଓ ଔଷଧୀୟ ବୃକ୍ଷ ଅତିଥି,ସ୍କାଉଟ,ଗାଇଡି ଏନସିସି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀମାନଙ୍କ ପିତା ମାତାଙ୍କ ଦ୍ଵାରା ରୋପଣ କରାଯାଇଥିଲା । ଗଞ୍ଜାମ ଜିଲ୍ଳା ଶେରଗଡ ମଣ୍ଡଳ ଅନ୍ତର୍ଗତ ଧବଳ ପୁରସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶୀକ୍ଷୟତ୍ରୀ ସ୍ମୃତି ସ୍ମିତା ବେହେରା ଉକ୍ତ ବୄକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ ।ଏଥିରେ ବିରଞ୍ଚିନାରାୟଣ ସାହୁ ଏବଂ ସନ୍ତୋଷ ଗୁମାନ ସିଂହ ସହଯୋଗ କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page