ଚିଲିକା,୧୫ ।୪:ବାଣପୁର ସ୍ଥିତ ପ୍ରଗତିଶୀଳ ସାହିତ୍ୟ ଓ ସାଂସ୍କୃତିକ ସଂସ୍ଥା ସାହିତ୍ୟ ସିନ୍ଦୂରା ର ଓଡ଼ିଆ ପକ୍ଷ ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଦିବସ ଅବସରରେ ଉଦଯାପିତ ହୋଇଯାଇଛି । ଗତ ଉକôଳ ଦିବସ ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ ଓଡ଼ିଆ ଚଳଣି,ଭାଷା, ସାହିତ୍ୟ,ବେଶ ଭୂଷା, ପାରମ୍ପରିକ ଖାଦ୍ୟ ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ର ସ‘ଳ ରୂପାୟନ ପରେ ଉଦଯାପନୀ ଦିବସରେ ସେ ସବୁର ସମୀକ୍ଷା କରାଯିବା ସହ କବିତା ପାଠୋତ୍ସବ ପରେ କ୍ୟାପଟେନ ଭବାନୀ ଶଙ୍କର ହୋତା ଙ୍କ ଅ୍ମକ୍ଷତା ରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଗାଳ୍ପିକ ତଥା ବାଲୁଗାଁ ମହାବିଦ୍ୟାଳୟ ର ଦର୍ଶନ ବିଭାଗୀୟ ମୁଖ୍ୟ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ମୁଖ୍ୟ ବକ୍ତା ଏବଂ ନାଟ୍ୟ ନିର୍ଦେଶକ ନାଟ୍ୟ ଗୌରବ ମହେଶ୍ୱର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ତଥା ଓଡ଼ିଆ ଅସ୍ମିତା ସମ୍ପର୍କରେ ସରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଓ ମା ଭଗବତୀ ଙ୍କ େ‘ାଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ ପରେ ସାହିତ୍ୟ ସିନ୍ଦୂରା ର ସମ୍ପାଦକ ଗୋଲକ ବିହାରୀ ପରିଡା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ।ସଂଗୀତଜ୍ଞ ବିଷ୍ଣୁ ପ୍ରିୟା ବାରିକ ଙ୍କ ନିଦେ୍ର୍ଦଶନାରେ ମା ଭଗବତୀ କଳା ନିକେତନ ର ଛାତ୍ରୀ ମାନେ ବନେ୍ଦ ଉକôଳ ସଂଗୀତ ଗାନ କରିଥିଲେ ।କବିତା ପାଠୋତ୍ସବ ରେ ଡ଼କ୍ଟର ଚିନ୍ତାମଣି ମିଶ୍ର, ଦିଗମ୍ବର ବିଶ୍ୱାଳ, ପ୍ରିୟଦର୍ଶିନୀ ମହାରଣା, ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା, ସ୍ୱାଗତ ପରିଡା, ତ୍ରିଲୋଚନ ବାରିକ,ନବକିଶୋର ପ୍ରଧାନ, ଅଶୋକ କୁମାର ପ୍ରଧାନ, ପୀ ତାମ୍ବର ବାହୁବଳେନ୍ଦ୍ର, ଭିକାରି ଚରଣ ପ୍ରଧାନ ପ୍ରମୁଖ ସ୍ୱ ରଚିତ କବିତା ଆବୃତ୍ତି କରିଥିଲେ । ଓଡ଼ିଆ ପକ୍ଷର ବିଭିନ୍ନ ଦିବସ ରେ ନିଷ୍ଠାପର ଦାୟିତ୍ୱ ନିର୍ବାହ କରିଥିବା ଅବସରପ୍ରାପ୍ତ ଶିକ୍ଷକ ଲଷ୍ମୀ ଚରଣ ପ୍ରଧାନ, ସାମ୍ବାଦିକ ନବକିଶୋର ପ୍ରଧାନ, ମା ଭଗବତୀ କଳା ନିକେତନ ର ସମ୍ପାଦିକା ବିଷ୍ଣୁ ପ୍ରିୟା ବାରିକ ବିଶ୍ୱ ନାଥ ଘଡେଇ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରି ଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି