ପ୍ରତାପଶାସନ ଡିଗ୍ରୀ କଲେଜରେଦିବ୍ୟରଞ୍ଜନ ସଭାପତି, ସୌମ୍ୟରଞ୍ଜନ ଉପସଭାପତିଛାତ୍ରସଂସଦ ନିର୍ବାଚନ ଫଳାଫଳ

ବାଲିଅନ୍ତା,୧୫|୧୦(ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅଧିନ ବାଳକାଟି ସ୍ଥିତ ପ୍ରତାପଶାସନ ଡିଗ୍ରୀ କଲେଜରେ ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି।ଆଜି ୮ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା l ୩ ଟାରେ ଭୋଟ ଗଣତି ହୋଇଥିଲା l କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ନିର୍ବାଚନରେ ମୋଟ ୫୧୨ ଜଣ ଭୋଟର ଥିବାବେଳେ ସେଥିମଧ୍ୟରୁ ୩୯୧ ଜଣ ଛାତ୍ରଛାତ୍ରୀ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ମତଦାନ ପ୍ରକ୍ରିୟା ଶେଷ ହେବା ପରେ ଗଣତି ସମୟରେ ୨୦ଟି ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି। ସଭାପତି ପଦବୀ ପାଇଁ ହୋଇଥିବା କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ ସଭାପତି ଦିବ୍ୟରଞ୍ଜନ ବେହେରା ଏବଂ ଉପସଭାପତି ଭାବେ ସୌମ୍ୟରଞ୍ଜନ ବେହେରା ନିର୍ବାଚିତ ହୋଇଛନ୍ତି l ଦିବ୍ୟରଞ୍ଜନ ମୋଟ ୨୮୧ଟି ଭୋଟ୍ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ପ୍ରକାଶ କୁମାର ସାହୁ ମାତ୍ର ୮୮ ଟି ଭୋଟ ପାଇଥିଲେ । ସେହିପରି ଉପସଭାପତି ପଦବୀ ପାଇଁ ସୌମ୍ୟରଞ୍ଜନ ବେହେରା ୨୮୦ଟି ଭୋଟ୍ ପାଇଥିବା ବେଳେ ଶ୍ଵେତାପଦ୍ମା ଦାଶ ମାତ୍ର ୮୫ ଟି ଭୋଟ ପାଇଥିଲେ l

ଅନ୍ୟପଟେ, ସାଧାରଣ ସମ୍ପାଦକ ପଦବୀ ପାଇଁ ରୋନାଲିଷା ବାରିକ ଏବଂ କ୍ରୀଡା ସମ୍ପାଦକ ପଦବୀ ପାଇଁ ଅନିତା ଜେନାଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ନଥିବାରୁ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରାଯାଇଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଲେଜ କ୍ୟାମ୍ପସରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିବା ବେଳେ ବାଜା ବଜାଇ ଖୁସି ମନାଇଥିଲେ l ବିଜୟୀ ପ୍ରାର୍ଥୀଙ୍କୁ କଲେଜର ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ଓ ସହପାଠୀମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତାକାଲି ପୂର୍ବାହ୍ନ ୧୧ ଟାରେ କଲେଜ ପରିସରରେ ନିର୍ବାଚିତ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ହେବ ବୋଲି ଅଧ୍ୟକ୍ଷ କହିଛନ୍ତି l କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ଏବଂ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା ସମେତ ପୁଲିସ ଫୋର୍ସ ମୁତୟନ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page