ଟ୍ରାଫିକ ପୋଷ୍ଟ ଖାଲି! ସାଧାରଣ ଜନତାଙ୍କ ଜୀବନ ବିପଦରେ

ଭୁବନେଶ୍ୱର ତା 10/10/26 ରିଖ ରାଜ୍ୟ ସରକାର ଓ ଆମ କମିସନରେଟ ପୋଲିସ ସର୍ବଦା ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ଓ ଦୁର୍ଘଟଣା ଯେପରି ନ ହେବ ସେ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରନ୍ତି l କିଛି ସ୍ଥାନରେ ଟ୍ରାଫିକ ପୋଲିସ ନିଜ କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରୁଥିବା ବେଳେ, ରାଜଧାନୀର କିଛି ମୁଖ୍ୟ ସ୍ଥାନରେ ଟ୍ରାଫିକ ପୋଲିସ ନିଜର କର୍ତ୍ତବ୍ୟ କରୁନଥିବା ଚିତ୍ର ଆସିଛି l ଏପରିକି ରାଜଧାନୀ ର କିଛି ସମ୍ବେଦନଶୀଳ ଏକାମ୍ର ଛକ,କ୍ୟାପିଟାଲ ହସ୍ପିଟାଲ ଛକ, ଏୟାରପୋର୍ଟ ଛକରେ ଟ୍ରାଫିକ ପୋଷ୍ଟ ସମ୍ପୂର୍ଣ୍ଣ ଖାଲି ଥିବା ଦେଖିବାକୁ ମିଳିଥିଲା l

ଏଠାରେ ପ୍ରଶ୍ନ ଉଠେ, ସାଧାରଣ ଜନତାଙ୍କ ସୁରକ୍ଷା କଥା ପୋଲିସ କହୁଥିଲା ବେଳେ, କିପରି ଭାବେ ଉକ୍ତ ଗୁରୁତ୍ୱପୂର୍ଣ୍ଣ ଛକ ମାନଙ୍କରେ ଟ୍ରାଫିକ ପୋଲିସ ମୃତୟନ ହୋଇ ନାହାନ୍ତି? ଅବା କେଉଁ କାରଣ ପାଇଁ ଏ ସବୁ ପୋଷ୍ଟ ଖାଲି? ଏ ପ୍ରସଙ୍ଗରେ ସାଧାରଣ ବ୍ୟକ୍ତି ମାନଙ୍କ ମଧ୍ୟରେ ଗଭିର କ୍ରୋଧ ଓ ଅସନ୍ତୋଷ ଦେଖା ଯାଇଥିଲା l ବହୁ ସମୟରେ ସଡ଼କ ଦୁର୍ଘଟଣା ସହ ନାନା ପ୍ରକାର ଅପରାଧ ଘଟିବାରେ ଲାଗିଛି l ସଶକ୍ତ ବାର୍ତ୍ତା ପକ୍ଷରୁ ପ୍ରଶାନ୍ତ କୁମାର ମହାପାତ୍ର ପୋଲିସ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page