ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦଶ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ

ବୋଲଗଡ,୯ ।୧୦: ପିଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଗୁନିଆରେ ଶୁକ୍ରବାର ଦିନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶଙ୍କ ପୌରୋହିତ୍ୟରେ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।.ଉକ୍ତ ବିଦ୍ୟାଳୟ ଆନୁକୂଲ୍ୟରେ ପରିଚାଳନା କମିଟି ଓ ପଞ୍ଚସଖା ଶିକ୍ଷାସେତୁ ସହଯୋଗରେ ଡା. ପ୍ରକାଶ ଚନ୍ଦ୍ର ନନ୍ଦଙ୍କ ଦ୍ୱାରା ପ୍ରାକୃତିକ ଚିକିତ୍ସା ଓ ସଚେତନତା ଶିବିର ଆୟୋଜିତ ହୋଇଥିଲା ।ସ୍ୱାଭିମାନ ମଞ୍ଚର ସମ୍ପାଦକ ପ୍ରଫେସର ଡ. ପ୍ରଭାକର ତ୍ରିପାଠୀ ଙ୍କ ରଚନା ଓ ଶିକ୍ଷକ ହିମାଂଶୁ ଭୂଷଣ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ସୁରେଶ ବୋଷ ଓ ଗୋପବନ୍ଧୁଙ୍କ ଉପରେ ଆଧାରିତ ଐତିହାସିକ ନାଟକ ‘ ସତ୍ୟ ହେଲେ ସାଙ୍ଘାତିକ’ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା

।ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲା ବିଚାରପତି ଦେବଯାନୀ ଦାଶ ମୁଖ୍ୟ ଅତିଥି, ପ୍ରାକ୍ତନ ପୁରୀ ଶ୍ରୀମନ୍ଦିର ପ୍ରଶାସକପ୍ରସନ୍ନ କୁମାର ହୋତା ମୁଖ୍ୟ ବକ୍ତା,ବେଗୁନିଆର ଦୁଇ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୁରେଶ ଚନ୍ଦ୍ର ସେଠୀ ଓ ତ୍ରିନାଥ ବେହେରା,ଆଧ୍ୟାତ୍ମିକ ପ୍ରବକ୍ତା ପୂର୍ଣ୍ଣଚନ୍ଦ୍ର ବେହେରା,ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ବାରିକ, ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଅଧ୍ୟକ୍ଷ ମାୟାଧର ମାର୍ଥା ଓ ଉପାଧ୍ୟକ୍ଷ ଭବାନୀ ଶଙ୍କର ଜୟସିଂହ, ସ୍ୱାଭିମାନ ମଞ୍ଚ ପକ୍ଷରୁ ସୁବାସଚନ୍ଦ୍ର ପଣ୍ଡା, ନିରଞ୍ଜନ ତ୍ରିପାଠୀ, ଅର୍ଜୁନ ପରମଗୁରୁ, ତ୍ରିଲୋଚନ ମହାପାତ୍ର, ଲଷ୍ମୀଧର ସାମନ୍ତରାୟ,ପ୍ରସନ୍ନ ରଥ, ବୈକୁଣ୍ଠ ନାଥ ନାୟକ, ରବିନାରାୟଣ ମହାନ୍ତି, ବାସୁଦେବ ସାହୁ ସ୍ୱରାଜ ମିଶ୍ର, ସୁବାସ ଚନ୍ଦ୍ର ମହାପାତ୍ର ବେଗୁନିଆ ଶିକ୍ଷକ ନେତା ରବୀନ୍ଦ୍ର ମହାପାତ୍ର,ବୋଲଗଡ଼ର ଦୁଇ ଶିକ୍ଷକ ନେତା ଶୈଲେନ ପଟ୍ଟନାୟକ ଓ ପ୍ରଫୁଲ୍ଲ ସିଂହ, ସମାଜସେବୀ ଦୁର୍ଗା ଚରଣ ସୁବୁଦ୍ଧି,କ୍ଷେତ୍ର ମୋହନ ରଣା ଏବଂ ବିଜୟ କୁମାର ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଦଶ ମହାପୁରୁଷଙ୍କ ଅବଦାନ ସମ୍ପର୍କରେ ଆଲୋକ ପାତ କରିଥିଲେ ।

ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ସଭା ସଂଯୋଜନା କରିଥିଲେ । ଗୋପବନ୍ଧୁଙ୍କ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ’ପ୍ରସଙ୍ଗ ଉପରେ ହୋଇଥିବା ପ୍ରବନ୍ଧ, ଚିତ୍ରାଙ୍କନ ଓ ନାଟକର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର, ଟ୍ରଫି ଓ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା ।ପରିଶେଷରେ ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

କଲ୍ୟାଣୀ ସାମନ୍ତସିଂହାର
ବୋଲଗଡ଼ ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page